ବ୍ୟବସାୟ

 ନଭେମ୍ବରରେ ୧.୬୮ ଲକ୍ଷ କୋଟିର ଜିଏସଟି ସଂଗ୍ରହ – Utkal Mail


ନୂଆଦିଲ୍ଲୀ: ଦୀପାବଳି, ଧନତାରେସ, ଛଠ ଓ ବିବାହ ଋତୁ ଯୋଗୁଁ ନଭେମ୍ବରରେ ଜିଏସଟି ଆଦାୟରେ ଚମତ୍କାର ବୃଦ୍ଧି ଘଟିଛି। ନଭେମ୍ବର ୨୦୨୪ରେ ଜିଏସଟି ଆଦାୟ ଗତ ବର୍ଷ ସମାନ ମାସ ତୁଳନାରେ ୧୫ ପ୍ରତିଶତ ବୃଦ୍ଧି ପାଇ ୧.୬୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ତେବେ ୨୦୨୩ ଅକ୍ଟୋବର ତୁଳନାରେ ନଭେମ୍ବରରେ ଜିଏସଟି ଆଦାୟ ହ୍ରାସ ପାଇଛି। ଅକ୍ଟୋବରରେ ଜିଏସଟି ଆଦାୟ ୧.୭୨ ଲକ୍ଷ କୋଟି ଟଙ୍କା ଥିଲା ।

ଅର୍ଥ ମନ୍ତ୍ରଣାଳୟ ଜିଏସଟି ସଂଗ୍ରହର ତଥ୍ୟ ଜାରି କରିଛି, ଯାହା ଅନୁଯାୟୀ ୨୦୨୩ ନଭେମ୍ବରରେ ଜିଏସଟି ଆଦାୟ ସମୁଦାୟ ୧,୬୭,୯୨୯ କୋଟି ଟଙ୍କା ହୋଇଛି, ଯାହା ପୂର୍ବରୁ ଅକ୍ଟୋବର ମାସରେ ୧,୭୨,୦୦୩ କୋଟି ଟଙ୍କା ଥିଲା । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସଟି ୩୦,୪୨୦ କୋଟି ଟଙ୍କା, ରାଜ୍ୟଜିଏସଟି ୩୮,୨୨୬ କୋଟି ଟଙ୍କା, ଇଣ୍ଟିଗ୍ରେଟେଡ ଜିଏସଟି ୮୭,୦୦୯ କୋଟି ଟଙ୍କା ରହିଛି। ଗତ ମାସରେ ଆଇଜିଏସଟି ଆଦାୟ ୯୧,୩୧୫ କୋଟି ଟଙ୍କା ଥିଲା। ସେସ୍ ଆଦାୟ ୧୨,୨୭୪ କୋଟି ଟଙ୍କା ହୋଇଥିବା ବେଳେ ସେଥିରୁ ୧୦୩୬ କୋଟି ଟଙ୍କା ଆମଦାନୀ ସାମଗ୍ରୀ ଉପରେ ଆଦାୟ ହୋଇଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button