ରାଜନୀତି

୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସରେ ମିଶିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ – Utkal Mail


ଭୁବନେଶ୍ୱର:କୋରାପୁଟର ବରିଷ୍ଠ ନେତା ତଥା ବିଜେଡିର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।ଭୁବନେଶ୍ୱର କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କର ସମର୍ଥକଙ୍କ ସହ ଆଜି ଦଳରେ ସାମିଲ ହୋଇଛନ୍ତି ଶ୍ରୀ ପାଙ୍ଗୀ । ଭାରତ ରାଷ୍ଟ୍ର ସମିତି ଛାଡି ଜୟରାମ ଆଜି କଂଗ୍ରେସରେ ମିଶିଛନ୍ତି ।

ଦଳରେ ମିଶିବା ପରେ ପ୍ରତିକ୍ରିୟା ରଖି ଶ୍ରୀ ପାଙ୍ଗୀ କହିଛନ୍ତି,ରାଜ୍ୟକୁ ବଞ୍ଚାଇବା ପାଇଁ ବିଜେଡିକୁ ଗାଦିଚ୍ୟୁତ କରିବାକୁ ପଡିବ । ସେଥିପାଇଁ ସେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ଅଭିଯାନରେ ସହଯୋଗ କରିବା ପାଇଁ ସେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ।

ବିଆରଏସରେ ମିଶିବା ପୂର୍ବରୁ  ପାଙ୍ଗୀ  ବିଜେପି, ବିଜେଡି ଓ ଜନତା ଦଳରେ ଥିଲେ। ସେ ୪ ଥର ବିଧାନସଭାକୁ ଓ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

 ଏଥିସହିତ ତଲସରାର ପୂର୍ବତନ ବିଧାୟକ ରଞ୍ଜିତ ଭତ୍ରିଆ ମଧ୍ୟ ତାଙ୍କ ସମର୍ଥକଙ୍କ ଗହଣରେ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ ମଧ୍ୟ ପୂର୍ବରୁ ବିଜେଡିରେ ଥିଲେ । ଏହାବ୍ୟତୀତ ସୁନ୍ଦରଗଡ, କେନ୍ଦୁଝର, କେନ୍ଦ୍ରାପଡା, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ଜିଲ୍ଲାର ବହୁ ବିଜେଡି ଓ ବିଜେପି ନେତା ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି ।

ଏହି ମହାମିଳନ କାର୍ଯ୍ୟକ୍ରମରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ବରିଷ୍ଠ ନେତା ବିଜୟ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

ଏଠି କହିରଖିବୁ, ପାଙ୍ଗୀଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଓ ତାଙ୍କ ପୁଅ ଶିଶିର ଗମାଙ୍ଗ ଚଳିତବର୍ଷ ଜାନୁଆରୀରେ ହାଇଦ୍ରାବାଦରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ବିଆରଏସରେ ସାମିଲ ହୋଇଥିଲେ ।


utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button