ଓଡିଶା

ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି

ଗତସିଂହପୁର,୨୭/୦୯: ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୧୦ ଦଫା ଦାବି ନେଇ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଦିଆ ଯାଇଥିବା ଧାରଣାର ଆଜି ତୃତୀୟ ଦିନ । ନର୍ସମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରି ନିଜର ଦାବି ରଖିବା ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଛନ୍ତି ।

ସୂଚନା ମୁତାବକ, ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଦିଆ ଯାଇଥିବା ଧାରଣା ଆଜି ତୃତୀୟ ଦିନରେ ପହଁଚିଛି ।

ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଜିଲ୍ଲା ଶାଖା ପକ୍ଷରୁ ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ କରାଯାଇଛି । ନର୍ସ ମାନେ ସମ୍ପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିବା ସହ ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଛନ୍ତି । ୨୦୧୩ ମସିହା ପୂର୍ବରୁନିଯୁକ୍ତି ପାଇଥିବା ନର୍ସିଂ ଅଫିସର ମାନଙ୍କ ୬ବର୍ଷ ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀ ସୀମାରେ ମିଶାଇ ପଦୋନ୍ନତି ପାଇଁ ଏହି ଆନ୍ଦୋଳନ କରିଛନ୍ତି । ଏହା ସହ ସହିତ ଆର୍ଥିକ ସୁବିଧା ପ୍ରଦାନ କରିବା, ବରିଷ୍ଠତା ଭିତ୍ତିରେ ପଦୋନ୍ନତି ଦେବା, ଆଉଟ ସୋର୍ସିଙ୍ଗ ନିଯୁକ୍ତି ବନ୍ଦ କରିବା, ନର୍ସିଂ ଅଫିସରମାନଙ୍କ ଡ୍ରେସ କୋର୍ଡ ପରିବର୍ତ୍ତନ କରିବା, ଆର୍ବିଏସକେ ଅଧୀନରେ ୧୧ବର୍ଷ ଧରି କର୍ଯ୍ୟରତ ନର୍ସିଂ ଅଫିସର ମାନଙ୍କୁ ନିୟମିତ କରିବା ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଓଡିଶା ନର୍ସିଂ ଆସୋସିଏସନ । ବାରମ୍ବାର ସରକାରଙ୍କ ନିକଟରେ ଦାବି କରିବା ସହିତ କଳା ବ୍ୟାଚ ପିନ୍ଧିବା, ଟୋକନ ଷ୍ଟ୍ରାଇକ କରିବା,ଲୋୟର ପିଏମଜିରେ ଧାରଣା ଦେଇଥିଲେ ହେଁ ସରକାର ଦାବି ପୂରଣ କରୁ ନାହାନ୍ତି । ତେଣୁ ଗତ ଦୁଇ ଦିନ ଜରୁରୀ ସେବା ଯୋଗାଇ ଧାରଣା ଦେଇଥିବା ବେଳେ ଆଜି ଠାରୁ ରାଜ୍ୟ ସଂଘ ଡ଼ାକରାରେ ସମୂହ କାର୍ଯ୍ୟ ବନ୍ଦ କରି ସିରିଞ୍ଜ ଛାଡ଼ ଆନ୍ଦୋଳନ କରିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button