ନୀତି

ବିଶ୍ବ ମୃତ୍ତିକା ଦିବସ ଆଜି : ମାଟି ଆମ ଜୀବନର ଉତ୍ସ – Utkal Mail


ଆଜି ବିଶ୍ବ ମୃତ୍ତିକା ଦିବସ। ୨୦୦୨ରେ ‘ଅନ୍ତର୍ଜାତୀୟ ମୃତ୍ତିକା ବିଜ୍ଞାନ ସ˚ଗଠନ’ ଏହି ଆନ୍ତର୍ଜାତିକ ଦିବସ ପାଳନର ପ୍ରସ୍ତାବ ଦେଇଥିଲା। ଏହି ସଂଗଠନର ପ୍ରସ୍ତାବକ୍ରମେ ୨୦୧୩ରେ ଜାତିସ˚ଘର ସାଧାରଣ ପରିଷଦ ଏହାକୁ ଆନୁଷ୍ଠାନିକ ସ୍ବୀକୃତି ପ୍ରଦାନ କରିଥିଲା ଏବଂ ୨୦୧୪ ଡିସେମ୍ବର ୫ରେ ପ୍ରଥମ ମୃତ୍ତିକା ଦିବସ ପାଳନ କରାଯାଇଥିଲା। ଏ ବର୍ଷ ବିଶ୍ବ ମୃତ୍ତିକା ଦିବସର ପ୍ରସଙ୍ଗ ହେଉଛି- ‘ମୃତ୍ତିକା ଓ ଜଳ: ଜୀବନର ଉତ୍ସ’। ଜଳ ସମେତ ମୃତ୍ତିକା ହେଉଛି ଶସ୍ୟ ଉତ୍ପାଦନ, ଜୈବବ୍ୟବସ୍ଥା ଓ ମାନବିକ ସୁସ୍ଥିତିର ମୌଳିକ ଭିତ୍ତିଭୂମି। ତେଣୁ ଭବିଷ୍ୟତ ପିଢ଼ିକୁ ଏହି ମୂଲ୍ୟବାନ ସମ୍ବଳକୁ ସୁରକ୍ଷିତ ଭାବେ ହସ୍ତାନ୍ତର କରିବା ଆମର ଗୁରୁଦାୟିତ୍ବ। ଗଛ ମାଟିରୁ ଜଳ ଓ ଆବଶ୍ୟକ ଉପାଦାନ ହାସଲ କରିଥାଏ।

ପୃଥିବୀର ୮୦ ପ୍ରତିଶତ କୃଷିକ୍ଷେତ୍ର ବର୍ଷା ଜଳ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଅତିରିକ୍ତ ୨୦ ପ୍ରତିଶତ କୃଷିକ୍ଷେତ୍ରରେ ଜଳସେଚନ ପାଇଁ ଆମେ ସମୁଦାୟ ମଧୁରଜଳ ଉତ୍ତୋଳନର ୭୦ ପ୍ରତିଶତ ବ୍ୟବହାର କରିଥାଉ। ମୃତ୍ତିକାର ସ୍ବାସ୍ଥ୍ୟ ଓ ଜଳର ଉପଲବ୍ଧତା ଓତପ୍ରୋତ ଭାବେ ଜଡ଼ିତ। ମୃତ୍ତିକା ସୁସ୍ଥ ରହିଲେ ହିଁ ତାହା ଭଲଭାବେ ଜଳ ଧାରଣ କରିପାରେ। ଉତ୍ତମ ମୃତ୍ତିକା ଓ ଜଳ ପରିଚାଳନା ଦ୍ବାରା ବନ୍ୟା, ମରୁଡ଼ି ଓ ବାଲି ଝଡ଼ ଆଦିର ମୁକାବିଲା ଦିଗରେ ମାଟିର କ୍ଷମତା ବୃଦ୍ଧି ପାଇଥାଏ। ସୁସ୍ଥ ମୃତ୍ତିକା ବାୟୁମଣ୍ଡଳରୁ କାର୍ବନ୍ ଆହରଣ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହ ଲଢ଼ିବାରେ ସହାୟକ ହୋଇଥାଏ। ତେଣୁ ମୃତ୍ତିକାକୁ ସୁରକ୍ଷିତ ରଖିବା ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ।




Related Articles

Leave a Reply

Your email address will not be published. Required fields are marked *

Back to top button