ବ୍ୟବସାୟ

ଫୋର୍ବସ୍‌ ତାଲିକାରେ ଭାରତରୁ ୪ ଜଣ: ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳା ତାଲିକାରେ ଓଡ଼ିଶାର ସୋମା ମଣ୍ଡଳ – Utkal Mail


ଭୁବନେଶ୍ବର/ ନୂଆଦିଲ୍ଲୀ: ଫୋର୍ବସ୍‌ ପକ୍ଷରୁ ଜାରି କରାଯାଇଥିବା ବିଶ୍ବର ଶ୍ରେଷ୍ଠ୧୦୦ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ଭାରତର ଚାରି ଜଣଙ୍କ ନାମ ରହିଥିବା ବେଳେ ସେଥି ମଧ୍ୟରେ ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ସୋମା ମଣ୍ଡଳଙ୍କ ନାମ ରହିଛି। ତାଲିକାର ୩୨ତମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଥିବ‌ା ବେଳେ ଏଚ୍‌ସିଏଲ୍‌ କର୍ପୋରେସନର ସିଇଓ ରୋଶ୍‌ନୀ ନାଦର ମଲହୋତ୍ରା ୬୦, ସେଲ୍‌ର ଅଧ୍ୟକ୍ଷା ସୋମା ମଣ୍ଡଳ ୭୦ ଏବଂ ବାୟୋକନ୍‌ର ମୁଖ୍ୟ କିରଣ ମଜୁମଦାର ସ’ ୭୬ତମ ସ୍ଥାନରେ ରହିଛନ୍ତି।

ଶ୍ରୀମତୀ ମଣ୍ଡଳ ଓଡ଼ିଶାର ଏକ ମଧ୍ୟବିତ୍ତ ପରିବାରରେ ଭୁବନେଶ୍ବରରେ ଜନ୍ମ ହୋଇଥିଲେ। ତାଙ୍କ ବାପା ଡ. ହରି କୁମାର ଦାସଗୁପ୍ତା ଜଣେ କୃଷିବିଜ୍ଞାନୀ ଥ‌ିଲେ। ତାଙ୍କ ମା’ଙ୍କ ନାମ ହେଉଛି ଅପର୍ଣ୍ଣା ଦାସଗୁପ୍ତା। ଭୁବନେଶ୍ବରରେ ସେ ସ୍କୁଲ ପାଠ ପଢ଼ିଥିଲେ। ୧୯୮୪ରେ ଆର୍‌ଇସି-ରାଉରକେଲା(ଏବେ ଏନ୍‌ଆଇଟି)ରୁ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ଡିଗ୍ରି ହାସଲ କରିଥିଲେ। ନାଲ୍‌କୋରୁ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନି ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ନିର୍ଦ୍ଦେଶିକା (କମର୍ସିଆଲ୍) ପଦ ପର୍ଯ୍ୟନ୍ତ ପଦୋନ୍ନତି ପାଇଥିଲେ। ୨୦୧୭ରେ ସେଲ୍‌ର ନିର୍ଦ୍ଦେଶିକା (କମର୍ସିଆଲ୍‌) ପଦରେ ଯୋଗଦେଇଥିଲେ। ୨୦୨୧ ଜାନୁଆରିରୁ ସେ କଂପାନିର ଅଧ୍ୟକ୍ଷା ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କୁ ଇସ୍ପାତ ଜଗତର ରାଣୀ ବିବେଚନା କରାଯାଏ।

ଏହି ତାଲିକାରେ ୟୁରୋପୀୟ ସଂଘର ସଭାପତି ଉର୍ସୁଲା ଭନ୍ ଡେର୍‌ ଲେୟେନ ନମ୍ବର -୧ରେ ଥିବା ବେଳେ ୨ରେ ଅଛନ୍ତି ୟୁରୋପୀୟ କେନ୍ଦ୍ରୀୟ ବ୍ୟାଙ୍କର ସଭାପତି କ୍ରିଷ୍ଟିନ ଲାଗାର୍ଡ, ଆମେରିକାର ଉପ ରାଷ୍ଟ୍ରପତି କମଳା ହାରିସ, ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ଏବଂ ସଙ୍ଗୀତ ଜଗତର ଚର୍ଚ୍ଚିତ ଚେହେରା ଟେଲର ସ୍ବିଫ୍ଟ। ଅର୍ଥ, ଗଣମାଧ୍ୟମ ଉପସ୍ଥିତି, ପ୍ରଭାବ ଓ ପ୍ରଭାବର ପରିସର ଆଦି ମାନଦଣ୍ଡ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button