ରାଜନୀତି

ହିନ୍ଦୁତ୍ବ କାର୍ଡ: ଟ୍ରେଣ୍ଡ ସହ ଫ୍ରେଣ୍ଡ ହୋଇପାରିବ ତ କଂଗ୍ରେସ? – Utkal Mail



ଭୁବନେଶ୍ୱର: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ବିଜେପିକୁ ଚେକ୍ ଦେବାକୁ ଯାଇ ଗ୍ରହଣ କରିଥିବା ନରମ ହିନ୍ଦୁତ୍ବ କାର୍ଡ ବିଫଳ ହୋଇଛି। ଏପରି ସ୍ଥିତିରେ ଆଗାମୀ ଦିନରେ ରାଜ୍ୟ କଂଗ୍ରେସ ଏହି ରଣନୀତିରୁ ଶିକ୍ଷାଲାଭ କରିବ ନା ଅନ୍ୟ ପ୍ରସଙ୍ଗକୁ ଅଧିକ ଫୋକସ କରିବ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କାରଣ ଓଡ଼ିଶା କଂଗ୍ରେସ ଏବେ ପୁରୀ ଶ୍ରୀମନ୍ଦିରରେ ଚାରିଦ୍ବାର ଖୋଲିବାକୁ ଦାବି କରିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଛି ଏବଂ ଏଥିପାଇଁ ନିକଟରେ ତୁଳସୀ ଯାତ୍ରା କରିଥିଲା।

ସାରା ଦେଶରେ ଏକ ଧର୍ମନିରପେକ୍ଷ ଦଳ ଭାବେ ଛବି ତିଆରି କରିଛି କଂଗ୍ରେସ। କିନ୍ତୁ ବିଜେପି ହିନ୍ଦୁତ୍ୱ ଭୋଟରଙ୍କୁ ଏକାଠି କରିବା ପାଇଁ ବିଭିନ୍ନ ପ୍ରକାର ରଣନୀତି ସହିତ ବୟାନବାଜି କରିଥାଏ। ତେଣୁ କଂଗ୍ରେସ ହିନ୍ଦୁ ଭୋଟରଙ୍କ ଉପରେ ନଜର ପକାଇବାକୁ ଯାଇ ନରମ ହିନ୍ଦୁତ୍ବ କାର୍ଡ ଖେଳିଥିଲା ଛତିଶଗଡ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ। ନିର୍ବାଚନୀ ପ୍ରଚାର ବେଳେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ ମନ୍ଦିର ଯିବା ମଥାରେ ଚନ୍ଦନ ଟିକା ଲଗାଇ ମାଳ ପକାଇ ପୂଜାପାଠ କରିଥିଲେ। ଯାହା କଂଗ୍ରେସର ହିନ୍ଦୁତ୍ବ ଭୋଟ୍ ବ୍ଯାଙ୍କ ବଢାଇବାକୁ ଉଦ୍ଦିଷ୍ଟ ଥିଲା ବୋଲି କୁହାଯାଏ। ଯାହା ପରବର୍ତୀ ସମୟରେ କିନ୍ତୁ ଭୋଟ୍ ବ୍ୟାଙ୍କରେ ପରିଣତ ହୋଇପାରିନି ବୋଲି ଜଣାପଡିଛି। ତେଣୁ ଓଡ଼ିଶା କଂଗ୍ରେସ ଏବେ ରାଜ୍ୟରେ ସମାନ ନରମ ହିନ୍ଦୁତ୍ବ କାର୍ଡର ଆଭିମୁଖ୍ୟ କେତେ ଗ୍ରହଣଯୋଗ୍ଯ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି?

ରାଜ୍ୟରେ ଶାସକ ଦଳ ତଥା ବିଜେଡି ସରକାର ପୁରୀ ଶ୍ରୀମନ୍ଦିରରେ ଭିତ୍ତିଭୂମି ଉନ୍ନତି ସହିତ ରାଜ୍ୟରେ ଥିବା ଅନ୍ୟ ଧର୍ମାବଲମ୍ବୀ ପୀଠର ନବୀକରଣ କରିଛି। ଏପରି କରି ବିଜେପିର ଭୋଟ୍ ବ୍ୟାଙ୍କ ଉପରେ ବିଜେଡି ଫୋକସ କରିଛି ବୋଲି କୁହାଯାଏ। ରାଜ୍ୟରେ ପୁରୀ ଶ୍ରୀମନ୍ଦିର ଏକ ବଡ ମୁଦ୍ଦା। କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡିତ ଏହି ପ୍ରସଙ୍ଗ। ତେଣୁ ଏହା ରାଜନୀତିରେ ଗୋଟିଏ ମୁଦ୍ଦା ଥାଏ। ତେଣୁ ବିଜେଡି ଓ ବିଜେପି ଯେତେବେଳେ ହିନ୍ଦୁତ୍ବ କାର୍ଡ ଖେଳି ଭୋଟ୍ ବ୍ୟାଙ୍କ ଉପରେ ନଜର ପକାଉଛନ୍ତି ଏହାକୁ ଚେକ୍ ଦେବାକୁ କଂଗ୍ରେସ ମଧ୍ୟ ନିଜ ଭୋଟ୍ ବ୍ୟାଙ୍କ ବୃଦ୍ଧି କରିବାକୁ ଯାଇ ହିନ୍ଦୁତ୍ବର ଖୋଳପା ପିନ୍ଧି ରାଜନୀତି କରୁଥିବା କୁହାଯାଉଛି।

ଅନେକ ରାଜନୈତିକ ସମୀକ୍ଷକ ଯୁକ୍ତି ବାଢୁଛନ୍ତି ଯେ, ଏଭଳି ଗୋଟି ଚାଳନା ପ୍ରଭାବହୀନ ଏବଂ ଦଳର ମୌଳିକ ସାଙ୍ଗଠନିକ ଦୁର୍ବଳତାକୁ ଦୂର କରିବାରେ ବିଫଳ। ସେମାନେ ବିଶ୍ୱାସ କରନ୍ତି ଯେ ଲୋକମାନଙ୍କ ଉପରେ ପ୍ରଭାବ ପକାଉଥିବା ମୁଖ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଧ୍ୟାନ ଦେବା ଅଧିକ ଲାଭଦାୟକ ହେବ। ଏଥିସହିତ, ଅନ୍ୟମାନେ ଯୁକ୍ତି କରନ୍ତି ଯେ ବିଜେଡି ଏବଂ ବିଜେପି ଧାର୍ମିକ ରାଜନୀତିର କଳାକୁ ଦୀର୍ଘ ସମୟ ଧରି ଆୟତ୍ତ କରିଆସିଛନ୍ତି। ଯାହା କଂଗ୍ରେସ ପାଇଁ ସେହି ସାମ୍ମୁଖ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବା କଷ୍ଟକର ହୋଇପଡ଼ିଛି।

ଅନେକ ନେତା ଜଗନ୍ନାଥ ମନ୍ଦିର ପ୍ରସଙ୍ଗକୁ ଦଳୀୟ ପ୍ରଚାରରୁ ବାଦ୍ ଦେବାକୁ ଦାବି କରିବା ସହ ଏହାର ସକାରାତ୍ମକ ଫଳ ମିଳିବ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଦଳ ସିଧାସଳଖ ସାଧାରଣ ନାଗରିକଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦେବା ଉଚିତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button