ବ୍ୟବସାୟ

ସେଲ୍‌ ଚାଲୁଥିବା ବେଳେ ଏମ୍‌ଆର୍‌ପିଠାରୁ ଅଧିକ ଦର ନେଇ ଅଡୁଆରେ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ – Utkal Mail


ନୂଆଦିଲ୍ଲୀ: ଫ୍ଲିପକାର୍ଟ, ଆମାଜନ ଓ ଜିଓ ମାର୍ଟ ପରି ଇ-କମର୍ସ କମ୍ପାନିର ସେଲ୍‌କୁ ଲୋକମାନେ ଅପେକ୍ଷା କରି ରହିଥାନ୍ତି। କାରଣ ଏହି ସେଲ୍‌ ସମୟରେ କମ୍ପାନି ଗ୍ରାହକଙ୍କୁ ଖୁବ୍‌ ଶସ୍ତାରେ ସାମଗ୍ରୀ ଯୋଗାଇଥାଏ। କିନ୍ତୁ ଯଦି ଆପଣ ଏହି ସବୁ ସେଲ୍‌ରେ ଏମଆରପିଠାରୁ ବି ମହଙ୍ଗା ଦରରେ ଦ୍ରବ୍ୟ ପାଇବେ ତେବେ ଆପଣ କ’ଣ କହିବେ?

ବେଙ୍ଗାଲୁରୁର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି। ପ୍ରସିଦ୍ଧ କମ୍ପାନି ଫ୍ଲିପକାର୍ଟ, ଏହାର ଜଣାଶୁଣା ‘ବିଗ୍ ବିଲିୟନ ଡେଜ୍‌ ସେଲ୍‌’ରେ, ଏମ୍‌ଆର୍‌ପିର ଦୁଇ ଗୁଣ ଅଧିକ ଟଙ୍କା ନେଇ ଅଡୁଆରେ ଫସିଛି। ଏଭଳି ଏକ ଠକାମୀର ସମ୍ମୁଖୀନ ହୋଇଥିବା ମହିଳା ଜଣକ ଗ୍ରାହକ ଫୋରମ୍ ନିକଟକୁ ଯାଇ ଏକ ଅଭିଯୋଗ ଆଣିଛନ୍ତି। ଫୋରମ୍‌ ପ୍ଲିପ୍‌କାର୍ଟରୁ ସାମଗ୍ରୀର ଦର ମହିଳାଙ୍କୁ ଫେରାଇବାକୁ କହିବା ସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛି।

ଏହି ମାମଲା ବେଙ୍ଗାଲୁରୁର ବାସିନ୍ଦା ସୋମିଆ ପି ଆଣିଛନ୍ତି। ୨୦୧୯ ମସିହା ଅକ୍ଟୋବର ମାସରେ ଫ୍ଲିପକାର୍ଟର  ଜଣାଶୁଣା ‘ବିଗ୍ ବିଲିୟନ ଡେଜ୍‌ ସେଲ୍‌’ରେ ସେ ପତଞ୍ଜଳିର ଏକ ସାମ୍ପୁ ବରାଦ କରିଥିଲେ। ଅକ୍ଟୋବର ୩ରେ ତାଙ୍କ ନିକଟରେ ସାମ୍ପୁ ପହଞ୍ଚିଲା। ଡେଲିଭରି ସମୟ‌ରେ ସେ ଫୋନ୍ ପେ ମାଧ୍ୟମରେ ୧୯୧ ଟଙ୍କା ଦେଇଥିଲେ। ଯେତେବେଳେ ପ୍ୟାକେଟ୍ ଖୋଲିଲେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ସାମ୍ପୁ ବୋତଲରେ ଏମଆରପି ୯୫ ଟଙ୍କା ମୁଦ୍ରିତ ହୋଇଥିଲା। ଅର୍ଥାତ୍ ସାମ୍ପୁର ମୂଲ୍ୟ ମାତ୍ର ୯୫ ଟଙ୍କା ଥିଲା, କିନ୍ତୁ ବିଲରେ ଉଲ୍ଲେଖ କରାଯାଇଥିବା ମୂଲ୍ୟ ଥିଲା ୧୯୧ ଟଙ୍କା। ସେ ତୁରନ୍ତ ଫ୍ଲିପ୍‌କାର୍ଟର କଷ୍ଟ‌ମର୍‌ କେୟାର୍‌ ସହ ଯୋଗାଯୋଗ କରିଥିଲେ। ହେଲେ କୌଣସି ସୁଫଳ ନମିଳିବାରୁ ଶେଷରେ ଗ୍ରାହକ ଫୋରମ୍ ନିକଟକୁ ଯାଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button