ବ୍ୟବସାୟ

ବେଦାନ୍ତ ଆଲୁମିନିୟମକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିଲା ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର – Utkal Mail


ଝାରସୁଗୁଡ଼ା : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମକୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ରାଜ୍ୟ ରପ୍ତାନି ପୁରସ୍କାର’ ଉତ୍ସବରେ ସମ୍ମାନଜନକ ‘ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର’ ପ୍ରଦାନ କରାଯାଇଛି। ବିଗତ ଦୁଇ ଆର୍ଥିକ ବର୍ଷ ୨୦୨୦-୨୧ ଓ ୨୦୨୧-୨୨ରେ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ାସ୍ଥିତ ସ୍ମେଲଟର ପ୍ଲାଣ୍ଟ କ୍ରମାଗତଭାବେ ଓଡ଼ିଶାର ସର୍ବବୃହତ ରପ୍ତାନିକାରୀ ଭାବେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶା ସରକାରଙ୍କ ଶିଳ୍ପ, ଏମ୍ଏସ୍ଏମ୍ଇ (ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ) ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି। କମ୍ପାନୀ ତରଫରୁ ପରୋକ୍ଷ ଟିକସ ବିଭାଗ ମୁଖ୍ୟ ଅଶୋକ କୁମାର ପାତ୍ର ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବିଭାଗ ଉପମୁଖ୍ୟ କରନ କୁମାର ଅଗ୍ରୱାଲ ଏହି ପୁରସ୍କାର ଗ୍ରହଣ କରିଥିଲେ। ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଲୁମିନିୟମକୁ ୨୦୧୮-୧୯ ଓ ୨୦୧୯-୨୦ ଆର୍ଥିକ ବର୍ଷରେ ବି ଏହି ପୁରସ୍କାର ମିଳିଥିଲା।

ଏ ସଂପର୍କରେ ବେଦାନ୍ତ ଆଲୁମିନିୟମ ବ୍ୟବସାୟର ସିଓଓ ସୁନୀଲ ଗୁପ୍ତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଆମକୁ ସମ୍ମାନଜନକ ଶ୍ରେଷ୍ଠ ରପ୍ତାନିକାରୀ ପୁରସ୍କାର ପ୍ରଦାନ କରିଥିବାରୁ ମୁଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟକୁ ଧନ୍ୟବାଦ ଜଣାଉଛି । ବେଦାନ୍ତ ଆଲୁମିନିୟମ ରାଜ୍ୟର ଜିଡିପି, ନିଯୁକ୍ତି ଏବଂ ଜୀବନଧାରଣର ଗୁଣବତ୍ତା କ୍ଷେତ୍ରରେ ଯଥେଷ୍ଟ ଅବଦାନ ସହିତ ରାଜ୍ୟର ସାମାଜିକ-ଅର୍ଥନୈତିକ ଉନ୍ନତିରେ ଦୀର୍ଘଦିନର ଅଂଶୀଦାର ରହିଆସିଛି।




Related Articles

Leave a Reply

Your email address will not be published. Required fields are marked *

Back to top button