ବ୍ୟବସାୟ

ଅଲ୍ଟମ୍ୟାନ୍ ଟାଇମ୍‌ ସିଇଓ ଅଫ୍ ଦି ଇୟର ୨୦୨୩ – Utkal Mail


ନୂଆଦିଲ୍ଲୀ: ଟାଇମ୍ ପତ୍ରିକା ପକ୍ଷରୁ ଚାଟ୍‌ଜିପିଟିର ସ୍ରଷ୍ଟା ତଥା ଓପନ୍‌ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍‌ଙ୍କୁ ସିଇଓ ଅଫ୍ ଦି ଇୟର ୨୦୨୩ ମାନ୍ୟତା ପ୍ରଦାନ କରାଯାଇଛି। ପ୍ରଯୁକ୍ତି ଜଗତରେ ତାଙ୍କ ଉଲ୍ଲେଖନୀୟ ପ୍ରଭାବ ଯୋଗୁଁ ତାଙ୍କୁ ଏହି ସ୍ବୀକୃତି ମିଳିଛି। ୨୦୦୫ରେ ଷ୍ଟାନ୍‌ଫୋର୍ଡ ବିଶ୍ବବିଦ୍ୟାଳୟରୁ ଅଧାରୁ ପାଠପଢ଼ା ଛାଡ଼ିଥିବା ଅଲ୍ଟମ୍ୟାନ୍ ଲୁପ୍‌ଟ ନାମକ ଏକ ନେଟ୍‌ୱର୍କିଂ ଆପ୍ ବିକାଶ କରି ତାହାକୁ ୨୦୦୬ରେ ବିକି ଦେଇଥିଲେ। ଏହା ପରେ ସେ ୱାଇ କମ୍ବିନେଟର୍‌ର ନେତୃତ୍ବ ନେଇଥିଲେ। ୨୦୧୫ରେ ସେ ଓପନ୍‌ଏଆଇ ସ୍ଥାପନ କରିଥିଲେ ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ କାମ କରୁଛି। ତାଙ୍କ ନେତୃତ୍ବରେ ଗତବର୍ଷ ବୈପ୍ଳବିକ ଏଆଇ ଟୁଲ୍ ଚାଟ୍‌ଜିପିଟି ଉନ୍ମୋଚନ ହୋଇ ଅଳ୍ପ ଦିନ ଭିତରେ ଚର୍ଚ୍ଚିତ ହୋଇଯାଇଥିଲା। ଚଳିତ ବର୍ଷ ଅବଶ୍ୟ ତାଙ୍କୁ କିଛି ସମୟ ଲାଗି କଂପାନିର ସିଇଓ ପଦରୁ ବିଦା ହେବାକୁ ପଡ଼ିଥିଲା। କର୍ମଚାରୀ ଓ ନିବେଶକମାନଙ୍କ ବିଦ୍ରୋହ ପରେ ସେ ପୁଣି ଓପନ୍‌ଏଆଇକୁ ଫେରିଛନ୍ତି। ଚାଟ୍‌ଜିପିଟିର ଲୋକପ୍ରିୟତା ଓ ନିଜ କ୍ୟାରିୟରରେ ଦେଖାଦେଇଥିବା ସମସ୍ୟାକୁ ନେଇ ସେ ବର୍ଷତମାମ ଚର୍ଚ୍ଚାରେ ଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button