ବ୍ୟବସାୟ

ଜିରୋଧା ପ୍ରତିଷ୍ଠାତା ୨୦୨୨-୨୩ରେ ୧୯୫ କୋଟି ବେତନ ନେଇଛନ୍ତି – Utkal Mail


ନୂଆଦିଲ୍ଲୀ: ଅନଲାଇନ ବ୍ରୋକରେଜ୍‌ ସଂସ୍ଥା ଜିରୋଧାର ଦୁଇ ପ୍ରତିଷ୍ଠାତା ତଥା କାମାଥ ଭ୍ରାତା ୨୦୨୨-୨୩ ଆର୍ଥିକବର୍ଷରେ ୧୯୫.୪ କୋଟି ଟଙ୍କା ବେତନ ନେଇଛନ୍ତି। ଏନଟ୍ରାକର ଡଟ୍‌ କମ୍‌ ନାମକ ସଂସ୍ଥା ପକ୍ଷରୁ ଏହା କୁହାଯାଇଛି। କାମାଥ ଭ୍ରାତା ଜିରୋଧାର ‌ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି। ୧୯୫ କୋଟିର ମୋଟ ବେତନ ମଧ୍ୟରୁ ଦୁଇ ଭ୍ରାତା ନିଥିନ ଓ ନିଖିଲ ୭୨ କୋଟି ଟଙ୍କା ଉଠାଇଛନ୍ତି। ୭୨ କୋଟିର ବେତନ ସହିତ ଦୁଇ ଭ୍ରାତା ଭାରତରେ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ମଧ୍ୟରେ ସବୁଠୁ ଅଧିକ ବେତନ ନେଉଥିବା କୁହାଯାଇଛି। ଏହା ପଛକୁ ଓୟୋର ପ୍ରତିଷ୍ଠାତା ଋତେଶ ଅଗ୍ରୱାଲ ୨୦୨୨-୨୩ରେ ୧୨ କୋଟି ଟଙ୍କା ଦରମା ନେଇ ଦ୍ବିତୀୟ ସ୍ଥାନରେ ଅଛନ୍ତି। ନିଥିନ ପାଟିଲଙ୍କ ପତ୍ନୀ ଜିରୋଧାରା ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ରହିଛନ୍ତି। ସେ ଗତ ଆର୍ଥିକବର୍ଷରେ ୩୬ କୋଟି ଟଙ୍କା ଦରମା ନେଇଛନ୍ତି। ଏନଟ୍ରାକରର ସୂଚନା ଅନୁଯାୟୀ ଜିରୋଧା ଏହାର କର୍ମଚାରୀଙ୍କ ବେତନ ବାବଦରେ ୬୨୩ କୋଟି ଟଙ୍କା ବ୍ୟୟ କରିଛି। ଦେଶର ଷ୍ଟାର୍ଟଅପ୍ ଗୁଡ଼ିକ ମଧ୍ୟରେ ଜିରୋଧା ଏକ ଲାଭଦାୟକ ସଂସ୍ଥା।




Related Articles

Leave a Reply

Your email address will not be published. Required fields are marked *

Back to top button