କ୍ରୀଡା

ନେପାଳ ଖେଳାଳିଙ୍କୁ ଏଭଳି ସମ୍ମାନ ଦେଇ ଚର୍ଚ୍ଚାରେ ଭାରତୀୟ କ୍ରିକେଟ ଦଳ – Utkal Mail


ନୂଆଦିଲ୍ଲୀ: ବର୍ଷାବାଧାପ୍ରାପ୍ତ ମ୍ୟାଚ୍‌ରେ ନବାଗତ ନେପାଳକୁ ସହଜରେ ହରାଇ ଭାରତ ଏସିଆ କପ୍‌ରେ ଗ୍ରୁପ୍‌ ଏ’ରୁ ଦ୍ବିତୀୟ ଦଳ ଭାବେ ସୁପର ୪ରେ ପ୍ରବେଶ କରିଛି। ଭାରତ ଟସ୍‌ ଜିତି ନେପାଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ପ୍ରଥମଥର ଆନ୍ତର୍ଜାତିକ କ୍ରିକେଟ୍‌ରେ ଭାରତକୁ ସାମ୍ନା କରୁଥିଲେ ମଧ୍ୟ ଦୁଇ ପ୍ରାରମ୍ଭିକ ବ୍ୟାଟର କୁଶାଲ ଭୁର୍ତେଲ ଓ ଆସିଫ୍‌ ଶେଖ ଅର୍ଦ୍ଧଶତକୀୟ ଭାଗୀଦାରି (୬୫) କରିଥିଲେ। ଦଶମ ଓଭରରେ ଭୁର୍ତେଲ୍‌ଙ୍କୁ ଆଉଟ୍‌ କରି ଶାର୍ଦ୍ଦୁଳ ଠାକୁର ଯୋଡ଼ି ଭାଙ୍ଗିବା ପରେ ରବୀନ୍ଦ୍ର ଜାଦେଜା ନେପାଳର ବିପର୍ଯ୍ୟୟ ଘଟାଇଥିଲେ।

ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଏହି ଭିଡିଓରେ ଭାରତୀୟ ଖେଳାଳି ନେପାଳ ଖେଳାଳିଙ୍କୁ ଡ୍ରେସିଂ ରୁମରେ ହାତ ମିଳାଉଥିବା ସହିତ ମେଡେଲ ପିନ୍ଧାଉଥିବା ଦେଖିବାକୁ ମିଳୁଛି। ଭାରତୀୟ ଷ୍ଟାର ଖେଳାଳିଙ୍କ ଠାରୁ ଏଭଳି ସମ୍ମାନ ପାଇ ନେପାଳ ଖେଳାଳି ଖୁସି ହୋଇଯାଇଥିଲେ। ଏଥିସହିତ କୋହଲି ଓ ହାର୍ଦ୍ଦିକ ନେପାଳ ଖେଳାଳିଙ୍କୁ ବି ସମ୍ମାନୀତ କରିଥିଲେ।

 

ଏହି କ୍ରମରେ ଆଉ ଏକ ଭିଡିଓ ବି ସାମ୍ନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ମ୍ୟାଚ୍ ପରେ ବିରାଟ କୋହଲି ନେପାଳ ଖେଳାଳି ସୋମପାଲ କାମିଙ୍କୁ ତାଙ୍କ ଜୋତାରେ ନିଜର ଅଟୋଗ୍ରାଫ ଦେଉଛନ୍ତି।

ଏହାକୁ  ଟ୍ବିଟ୍ (ଏକ୍ସ)ରେ ପୋଷ୍ଟ୍ କରି ନିଜର ଖୁସି ବ୍ୟକ୍ତ କରିଥିଲେ ନେପାଳୀ ବୋଲିଂ ଅଲ୍ରାଉଣ୍ଡର୍ ସୋମପାଲ୍। ସେ ତାଙ୍କ ଟ୍ବିଟ୍ (ଏକ୍ସ) ପୋଷ୍ଟ୍ରେ ଲେଖିଛନ୍ତି, ‘‘ବିରାଟ କୋହଲି କେବଳ ଜଣେ କ୍ରିକେଟର୍ ନୁହଁନ୍ତି, ଏକ ଭାବପ୍ରବଣ’’।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button