ସଂସଦରେ ପ୍ରତ୍ୟାହାର ହେଲା ୩ ଅପରାଧ ବିଲ୍
ପରକୀୟା ପ୍ରୀତି ହେବ ଅପରାଧ । ୨୦୧୮ରେ ସୁପି୍ରମକୋର୍ଟ ପରକ୍ରୀୟାପ୍ରୀତିକୁ ବୈଧ ବୋଲି ଦର୍ଶାଇଥିଲେ ।ଏବେ ଏହାର ପରିବର୍ତ୍ତନ ହୋଇପାରେ ଏପରିକି ସମଲୀଙ୍ଗୀ ସମ୍ପର୍କ ମଧ୍ୟ ଅପରାଧିକ ହୋଇପାରେ ,ସେହିପରି ୨୦୧୮ରେ ସୁପି୍ରମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମଧ୍ୟ ଅପରାଧମୁକ୍ତ କରିଥିଲେ । ହେଲେ ଏବେ ସଂସଦୀୟ କମିଟି ପରକୀୟାପ୍ରୀତି ଏବଂ ସମଲିଙ୍ଗୀ ସମ୍ପର୍କକୁ ପୁନଃ ଅପରାଧୀକରଣ କରାଯାଉ ବୋଲି ସୁପାରିଶ କରିଛି ।
ଏହାସହ ନକଲି ନୋଟ୍ ଛାପିଲେ ମିଳିବ ଏଣିକି ମୃତୁ୍ୟଦଣ୍ଡ । ଲୋକସଭରେ ଏଭିଳି ବିଲ କୁ ଆଗତ କରାଯାଇଛି ,ସ୍ୱରାଷ୍ଟମନ୍ତ୍ରୀ ଅମିତ୍ ଶାହା ଲୋକସଭାରେ ୩ କି୍ରମିନାଲ ବିଲକୁ ପ୍ରତ୍ୟାହାର କରିଛନ୍ତି । ଏହାବଦଳରେ ୩ ନୂଆ କି୍ରମିନାଲ ଚିଠା ବିଧେୟକ ଆଗତ ହୋଇଛି । ଭାରତୀୟ ସଂହିତାର ଧାରା ୧୧୩ ଅନୁସାରେ ଯେଉଁମାନେ ନକଲି ଭାରତୀୟ ନୋଟ୍ ଛାପିବେ ସେମାନଙ୍କୁ ମିଳିବ ମୃତୁ୍ୟଦଣ୍ଡ । ନକଲି ନୋଟ୍ ଛାପିବା କିମ୍ବା ଏହାକୁ ପ୍ରଚଳନ ସହ ଭାରତର ମୁଦ୍ରା ସ୍ଥିରତାକୁ ପ୍ରଭାବିତ କଲେ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ବିବେଚନା କରାଯିବ । ପରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ଥିବା ପ୍ରମାଣିତ ହେଲେ ମୃତୁ୍ୟଦଣ୍ଡ କିମ୍ବା ଆଜୀବନ ଜେଲ ଦଣ୍ଡାଦେଶ ମିଳିବ ବୋଲି କହିଛନ୍ତି ଅମିତ୍ ଶାହା । ଏହାସହ ମହିଳାଙ୍କ ପ୍ରତି କ୍ରୁରତା ପରିଭାଷାରେ ତାଙ୍କ ମାନସିକତାକୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ଏହି ସଂଶୋଧନରେ ସାମିଲ କରାଯାଇଛି ।

ପୂର୍ବରୁ ମହିଳାଙ୍କ ପ୍ରତି ଅତ୍ୟାଚାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶର ପ୍ରାବଧାନ ଥିଲା । ଭାରତୀୟ ନ୍ୟାୟ ସଂହିତାର ଧାରା ୮୫ରେ ଏହି ପ୍ରାବଧାନ ଥିବାବେଳେ ଏହା ସ୍ପଷ୍ଟ ଭାବେ ମାନସିିକ ଅତ୍ୟାଚାର ବୋଲି ଉଲ୍ଲେଖ ନଥିଲା । ହେଲେ ଏହି ବିଲ୍ ସଂଶୋଧନ ପରେ ତା’କୁ ମଧ୍ୟ ବିଧେୟକରେ ସାମିଲ କରାଯାଇଛି । ପରିବର୍ତ୍ତିନ ପ୍ରାବଧାନ ଧାରା ୮୬ ଅନୁସାରେ ମହିଳାଙ୍କୁ ମାନଶୀକ ସ୍ତରରେ ଆଘାତ ପହଞ୍ଚାଇବା ଦ୍ୱାରା ଯଦି ସେମାନେ ଆତ୍ମହତ୍ୟା କରନ୍ତି ତେବେ ଏହାକୁ ଅପରାଧ ବୋଲି ଗ୍ରହଣ କରାଯିବ । ଏହାସହ ବିଧେୟକରେ ଆଉଏକ ପରିବର୍ତ୍ତନ ମଧ୍ୟ ଅଣାଯାଇଛି । ତାହା ହେଲା ଯୌନ ନିର୍ଯାତନା କିମ୍ବା ବଳାକ୍ରାରର ଶିକାର ହୋଇଥିବା କୌଣସି ପୀଡିତାଙ୍କ ନାଁ ପ୍ରଘଟ କରୁଥିବା ବ୍ୟକ୍ତିଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ମିଳିପାରେ । ହେଲେ କେନ୍ଦ୍ର ସଂସଦୀୟ କମିଟି ଦୁଇ ପ୍ରସ୍ତାବ ସହ ଅସହମତ ହୋଇଛି । ଏହି ବିଲ ଉପରେ ଗୁରୁବାର ଆଲୋଚନା ହେବା ସହ ଶୁକ୍ରବାର ଭୋଟିଂ ହେବ ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।