ଓଡିଶା

ପୁଅର ଶାରୀରିକ ସୁସ୍ଥତା ପାଇଁ ଶୁଆଇଥିଲା ମା’ ମଙ୍ଗଳାଙ୍କ କଠୋରୀରେ, ଏବେ ଅଧା ଶରୀର ଦେଖି ମା’ ଚେତାଶୂନ୍ୟ ହୋଇପଡିଛି

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ” ମୋ ପୁଅ ଦେହ ଭଲ କରିବା ପାଇଁ ମା ‘ ମଙ୍ଗଳାଙ୍କ ପାଖରେ ଗୁହାରି ପକେଇଥିଲି , ଏବେ ଅଧା ଶରୀର ନାହିଁ । ହଁ ଦର୍ଶକବନ୍ଧୁ  ପିଲାର ଶରୀରକୁ ଭଲ କରିବା ପାଇଁ ମା ‘ ତାଙ୍କୁ ମା ‘ ମଙ୍ଗଳାଙ୍କ କଠୋରୀରେ ଶୁଆଇଥିଲା କିନ୍ତୁ ସକାଳୁ ଉଠି ଦେଖିଲା ବେଳକୁ ଥିଲା ଅଧା ଶରୀର । ଏହାକୁ ଦେଖିବା ପରେ ମା ‘ ଚେତାଶୂନ୍ୟ ହୋଇ କାନ୍ଦୁଛି ।

ତା ‘ ପୁଅକୁ ଫେରାଇ ଦେବା ପାଇଁ ସମସ୍ତକୁ ବିନତି କରୁଛି କିଏ ବା ବୁଝାଇବ ସେହି ମାଆକୁ ଯେ ତା ଛୁଆ ଆଉ କେବେ ଆସିବନି ବୋଲି । ସୂଚନା ଅନୁଯାୟୀ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସୁବର୍ଣ୍ଣ ପୁର ଗ୍ରାମରେ ମା ‘ ବାସନ୍ତୀ ଓ ପୁଅ ସଞ୍ଚୟ ରୁହନ୍ତି । ତେବେ ମା ପୁଅ କିଶୋର ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲେ । ମାତ୍ର ସେଠାରେ ପୁଅ ସଞ୍ଜୟର ଶରୀର ଅସୁସ୍ଥ ହୋଇଯାଇଥିଲା ଯାହାକୁ ଦେଖି  ମା ଚିନ୍ତିତ ହୋଇଯାଇଥିଲେ ।

ତେବେ ସେଠାରେ ଥିବା ପୂଜାରୀ ଜଣକ ମା ‘ ବସନ୍ତିକୁ କହିଲେ ଯେ ପୁଅକୁ ମା ‘ ମଙ୍ଗଳାଙ୍କ କଠୋରୀରେ ଶୁଆଇଲେ  ସକାଳକୁ ପୁଅର ଶରୀର ସୁସ୍ଥ ହୋଇଯିବ । ମା’ ମଧ୍ୟ ପୂଜାରୀଙ୍କ କଥାରେ ବିଶ୍ଵାସ କରି ମା ‘ ମଙ୍ଗଳାଙ୍କ କଠୋରୀରେ ପୁଅକୁ ଶୁଆଇଥିଲା ଏବଂ ସକାଳୁ ଉଠି ଦେଖିଲ ବେଳକ୍କୁ ପୁଅ କଠୋରୀରେ ନାହିଁ । ମା ଓ ସମ୍ପର୍କୀୟ ଲୋକେ ସଞ୍ଜୟକୁ ସବୁ ଆଡେ ଖୋଜିଥିଲେ ମାତ୍ର କେଉଁଠି ତାହାର ସନ୍ଧାନ ପାଇନଥିଲେ ।

ବହୁ ଖୋଜା ଖୋଜି କରିବା ପରେ ସଞ୍ଜୟର ବାରିଣୀ ଗ୍ରାମ ଜଙ୍ଗଲରେ ଅଧା ଶରୀର ଦେଖିବାକୁ ମିଳିଥିଲା  । ତେବେ ମା ; ପୁଅକୁ ଏଭଳି ପରିସ୍ଥିତିରେ ଦେଖିବା ପରେ ଯେମିତି ସେ ପାଗଳ ହେଇଯାଇଛି ତା ଦୁନିଆ ଘୋର ଅନ୍ଧକାର ପାଲିଟିଛି । ଅପର ପକ୍ଷ ଖବର ଶୁଣିଥିବା ଗ୍ରାମ ଲୋକେ ଘଟଣା ସ୍ଥାନକୁ ଧାଇଁ ଆସିଛନ୍ତି ଏବଂ ତାହାକୁ ଦେଖି ସ୍କବ୍ଦ ହୋଇଯାଇଛନ୍ତି।

ଘଟଣା ସ୍ଥଳରେ ପୋଲିସ ଆସି ତଦନ୍ତ ଆରମ୍ଭ କରୁଥିବା ବେଳେ ଗ୍ରାମ ବାସୀ ରାଗି ପୋଲିସ ଗାଡିକୁ ନିଆଁ ଲଗେଇଦେଇଥିଲେ । ଗାଁ ଲୋକେ ରାସ୍ତା ଅବରୋଧ ଓ ଚାଞ୍ଚଲ୍ୟ ଖେଳାଇଥିଲେ । ଯାହାକୁ ପୋଲିସ ଆୟତ୍ତ କରିଛି । ତେବେ ଏହି ଖବରକୁ  ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button