ଘରେ ଏହି ବିଶେଷ ବୃକ୍ଷ ଲଗାନ୍ତୁ, ଆର୍ଥିକ ଅଭାବ ଅନାଟନ ବ୍ୟକ୍ତିର ପାଖ ମାଡି ନଥାଏ
ଘରେ ଲଗାଯାଉଥିବା ଗଛ ଘରର ବାତାବରଣକୁ ଶୁଦ୍ଧ କରିଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଏପରି ଗଛ ମଧ୍ୟ ରହିଛି । ଯାହାକୁ ଯେଉଁ ବ୍ୟକ୍ତି ନିଜ ଘରେ ଲଗାଇଥାଏ । ସେହି ବ୍ୟକ୍ତିର ଭାଗ୍ୟର ଉଦୟ ହୋଇଯାଇଥାଏ । ତେବେ ଏଠାରେ ଏପରି କିଛି ଗଛ ବିଷୟରେ କହିବାକୁ ଯାଉଛୁ । ଯାହା ଘରେ ସକାରାତ୍ମକ ଉର୍ଜର ସଂଚାର କରିଥାଏ । ଘରକୁ କେବେବି ଧନର ଅଭାବ ଦେଖାଯାଇନଥାଏ । ସେହି ଘର ପାଇଁ ଏହି ବୃକ୍ଷ ଗୁଡିକ ବହୁତ ହିଁ ଶୁଭଫଳ ଦେଉଥିବା ଗଛ ଅଟେ ।
1- ଗଙ୍ଗଶିଉଳୀ ଗଛ ଘରେ ଲଗାଇବା ଦ୍ଵାରା ଘରକୁ କୌଣସି ପ୍ରକାର ଦରିଦ୍ରତା ଆସିନଥାଏ । ଏହି ଗଛର ଫୁଲ ଘରକୁ ଶୁଙ୍ଗଧୀତ କରିବା ସହ ଘରର ସୁଖ ଓ ସମୃଦ୍ଧି ମଧ୍ୟ ବଢାଇଥାଏ । ତେଣୁ ଘରର ଗାର୍ଡେନ ବା ବାଡିବଗିଚାରେ ଗଙ୍ଗଶିଉଳୀ ପାରିଜାତ ଫୁଲ ଅବଶ୍ୟ ଲଗାନ୍ତୁ ।
2- ଅପରାଜିତା ଗଛ ଘର ଗାର୍ଡେନର ଶୋଭା ବଢାଇବାରେ ବହୁତ ସାହାଜ୍ଯ କରିଥାଏ । ଖାଲି ଘରର ଶୋଭା ନୁହେବ ବଂର ଘରର ସମୃଦ୍ଧି ମଧ୍ୟ ଅଧିକ ବଢାଇଥାଏ । ଏହି ଗଛକୁ ଘରେ ଲଗାଇବା ଦ୍ଵାରା ଘରେ ଆର୍ଥିକ ସମସ୍ଯା ମଧ୍ୟ ଦୂର ହୋଇଯାଇଥାଏ । ଅପରାଜିତା ଗଛକୁ ମା’ ଲକ୍ଷ୍ମୀଙ୍କର ସ୍ଵତୁପ ବୋଲି ମନା ଯାଇଥାଏ ।
3- କଦଳୀ ଗଛ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ବୃକ୍ଷ ହୋଇଥାଏ । କଦଳୀ ଗଛକୁ ଘରର ଐଶାନ୍ୟ କୋଣରେ ଲଗାଇବା ଦ୍ଵାରା ଘରର ଧନ ବଢିଥାଏ । ଏଥିସହ ଅନେକ ଦିନରୁ ଲାଗି ରହିଥିବା ଆର୍ଥିକ ସମସ୍ଯା ମଧ୍ୟ ଦୂର ହୋଇଥାଏ । କଦଳୀ ଗଛ ପାଖରେ ତୁଳସୀ ଗଛ ଲଗାଇବା ଦ୍ଵାରା ତାହା ଦ୍ଵିଗୁଣା ଶୁଭ ଫଳ ଦେଇଥାଏ । ଏହା କରିବା ଦ୍ଵାରା ଭଗବାନ ନାରାୟଣ ଓ ମା’ ଲକ୍ଷ୍ମୀଙ୍କର କୃପା ମଧ୍ୟ ସେହି ଘରେ ବନି ରହିଥାଏ ।
4-ଘର ଭିତରେ ମନି ପ୍ଳାଣ୍ଟ ଗଛ ଲଗାଇଲେ । ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଯାଇଥାଏ । ଘରେ କେବେବି ବଡ ଅଭାବ, ଅନାଟନ ଦେଖାଯାଇନଥାଏ । ଏଥିସହ ଘରର ସୁଖ, ଶାନ୍ତି ମଧ୍ୟ ବୃଦ୍ଧି କରିବାରେ ମନି ପ୍ଳାଣ୍ଟ ଗଛ ବହୁତ ଭୂମିକା ନେଇଥାଏ । କାରଣ ମନିପ୍ଳାଣ୍ଟ ଗଛକୁ ସମୃଦ୍ଧିର ବୃକ୍ଷ କୁହାଯାଇଥାଏ । ଏହି ଗଛ ଥିବା ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ପ୍ରବେଶ କରିପାରିନଥାଏ ।