ଦେଶ ବିଦେଶ

ଗେରୁଆ ଆତଙ୍କବାଦ କହି ଭୁଲ କରିଥିଲି : ସୁଶୀଲ ସିନ୍ଦେ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ମନମୋହନ ସିଂହ ସରକାରରେ ଗୃହମନ୍ତ୍ରୀଥିବା ସୁଶୀଲ କୁମାର ସିନ୍ଦେ ସ୍ବୀକାର କରିଛନ୍ତି ଯେ ଗେରୁଆ ଆତଙ୍କବାଦ ସଂପର୍କରେ କହିବା ଉଚିତ୍ ନଥିଲା । ଏକ ପଡକାଷ୍ଟରେ ସେ କହିଛନ୍ତି, ଗେରୁଆ ଆତଙ୍କବାଦ ଶବ୍ଦକୁ ପି. ଚିଦାମ୍ବରମ ମଧ୍ୟ ବ୍ୟବହାର କରିଥିଲେ । ଏହାପରେ ସେ ମଧ୍ୟ ଏହି ଶବ୍ଦ ବ୍ୟବହାର କରିଥିଲେ।

କିନ୍ତୁ ଯେତେବେଳେ ତାଙ୍କୁ ଗେରୁଆ ଆତଙ୍କବାଦ ଶବ୍ଦର କାହିଁକି ବ୍ୟବହାର କଲେ ବୋଲି ପଚରାଗଲା, ସେ କହିଥିଲେ, “ସେହି ସମୟରେ ସେ ଯାହା ରେକର୍ଡରେ ଆସିଥିଲା ତାହା କହିଥିଲେ। ତାଙ୍କ ଦଳ ହିଁ ତାଙ୍କୁ କୁହାଯାଇଥିଲା ଯେ ଗେରୁଆ ଆତଙ୍କବାଦ ଘଟୁଛି।ସେ ଆହୁରି ମଧ୍ୟ କହିଛନ୍ତି, ସେତେବେଳେ ଯେତେବେଳେ ତାଙ୍କୁ ପଚରାଗଲା, ସେ ଗେରୁଆ ଆତଙ୍କବାଦ କହିଦେଇଥିଲେ। ସେତେବେଳେ ମୁଁ ମୋ ବୟାନରେ ଆତଙ୍କବାଦ ଶବ୍ଦ ବ୍ୟବହାର କରିଥିଲି, କିନ୍ତୁ କାହିଁକି ଏପରି କରିଥିଲି ତାହା ମୁଁ ବି ଠିକ ଭାବେ ଜାଣିନାହିଁ । କିନ୍ତୁ ଏବେ ମାନୁଛି ଯେ ଏହା କହିବା ଉଚିତ ନଥିଲା, ତାହା ଭୁଲ ଥିଲା । ଗେରୁଆ ଆତଙ୍କବାଦ, ଏହା କୁହାଯିବା ଉଚିତ ନୁହେଁ, କାରଣ ସେଭଳି କୌଣସି ଆତଙ୍କବାଦ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଜଡ଼ିତ ପ୍ରଶ୍ନ ସମ୍ପର୍କରେ ସେ କହିଛନ୍ତି, ଯେତେବେଳେ ଆମେ ୟୁପିଏ-୨ ସରକାରରେ ଥିଲୁ, ସେତେବେଳେ ଆମେ ଭାବିନଥିଲୁ ଯେ ମୋଦୀ ତିନି ତିନି ଥର କେନ୍ଦ୍ରରେ ସରକାର ଗଢ଼ିବେ କିମ୍ବା ତିନି ଥର ପ୍ରଧାନମନ୍ତ୍ରୀ ହେବେ। କିନ୍ତୁ ସେ ବହୁତ ପରିଶ୍ରମୀ, ସେ ବହୁତ କଷ୍ଟ ସହିଥାନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button