ମାଳିକା ହେଲା ସତ ଘରେ ପଡ଼ିଲାଣି ତାଟି କବାଟ ବାଘ ହାତୀ ରାତିରେ ହେଉଛନ୍ତି ଗାଁ ମୁହାଁ ,ବିଶ୍ୱାସ ନ ହେଉଥିଲେ ଦେଖନ୍ତୁ
ରାତି ଆସିଲେ ଜଙ୍ଗଲୀ ଜନ୍ତୁ ଗାଁରେ ପଶୁଛନ୍ତି କଳିଯୁଗରେ ଘଟିଲା ସେହି ଘଟଣା ଯାହା ମହାପୁରୁଷ ଲେଖିଯାଇଥିଲେ ମାଳିକାରେ | ମାଳିକା ହେଲା ସତ୍ୟ ଗାଁ ମୁହାଁ ଜଙ୍ଗଲୀ ଜନ୍ତୁ ହାତୀ ବାଘଙ୍କ ଭୟରେ କବାଟ ଖୋଳୁନାହାଁନ୍ତି ମଣିଷ |
ଗାଁରେ ପଶୁଛି ହାତୀ ଘର ଆଗରେ ଜଗି ରହୁଛି ବାଘ ବାଘ କେତେବେଳେ ପାଦ ଚିହ୍ନ ଛାଡ଼ିଯାଉଛି ତ ଆଉ କେତେବେଳେ ହାତୀ ଗାଁରେ ପଶି ଉତୁପାତ କରୁଛି | ଆଗରୁ ଜଙ୍ଗଲୀ ଜନ୍ତୁ ଗାଁ ଲୋକଙ୍କୁ ଭୟ କରୁଥିଲେ ହେଲେ ଏବେ କିନ୍ତୁ ଜଙ୍ଗଲୀ ଜନ୍ତୁ ଗାଁରେ ପଶି ମଣିଷଙ୍କୁ ଭୟବିତ୍ତ କରାଉଛନ୍ତି |
ଗାଁରେ ପଶି ମଣିଷଙ୍କ ଉପରେ ଆକ୍ରମଣ କରୁଛନ୍ତି କେବଳ ସେତିକି ନୁହେ ଗାଁରେ ପଶି ଜଙ୍ଗଲୀ ଜନ୍ତୁ ରାତିସାରା ଲୋକଙ୍କର ନିଦ ହଜେଇ ଦେଉଛନ୍ତି ଘରେ ପଶି ମଣିଷଙ୍କ ଉପରେ ଆକ୍ରମଣ କରି ଜୀବନ ମଧ୍ୟ ନେଉଯାଉଛନ୍ତି | ସତ୍ୟ ହୋଇଛି ମାଳିକା ସତ୍ୟ ହୋଇଛି ମହା ପୁରୁଷଙ୍କ ବାଣୀ ମହାପୁରୁଷ ଅଚ୍ୟୁତାନନ୍ଦ ଯାହା କହିଯାଇହିଲେ ତାହା ଏବେ ସତ୍ୟ ହେବାରେ ଲାଗିଛି |
ମହାପୁରୁଷ ମାନେ ଦୀର୍ଘ ବର୍ଷ ପୂର୍ବରୁ କହିଯାଇଥିଲେ ଏମିତି ଏକ ସମୟ ଆସିବ ଯେତେବେଳେ ଜଙ୍ଗଲୀ ଜନ୍ତୁ ଯମ ଦୂତ ସାଜି ମଣିଷଙ୍କ ଜୀବନ ନେଇଯିବେ | ଘରେ ପଡ଼ିବ ତାତି କବାଟ ଆଉ ଗାଁରେ ବୁଲିବେ ଜଙ୍ଗଲୀ ଜନ୍ତୁ | ଏବେ ନିକଟରେ ବାରିପଦାରେ ଜଣଙ୍କ ଘରେ ଏକ ଦନ୍ତା ହାତୀ ପଶି ରାତିରେ ଘର ଭାଙ୍ଗିବା ସହିତ ଜଣେ ବୃଦ୍ଧଙ୍କୁ କଚାଡି କଚାଡ଼ି ଶେଷ କରିଦେଇଥିଲା |
ଆଉ ଏହାପରେ ସମସ୍ତେ ଭୟବିତ ହୋଇପଡିଥିଲେ ଏହି ଖବର ସାରା ଅଂଚଳରେ ପ୍ରସାରିତ ହେବାପରେ ଘରେ ଘରେ ପଡିଥିଲା ତାଟି କବାଟ ଆଉ ସମସ୍ତେ ଭୟବିତ୍ତ ହୋଇ ଘରେ ରହୁଛନ୍ତି |