ଦେଶ ବିଦେଶ

ସାଂସଦଙ୍କ ଆସନରୁ ପୁଳା ପୁଳା ଟଙ୍କା ମିଳିବାରୁ ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ନୂଆ ବିବାଦ ଦେଖିବାକୁ ମିଳିଥିଲା। ବିରୋଧୀ ଦଳର ସାଂସଦ ଅଭିଷେକ ମନୁ ସିଂହବୀଙ୍କ ଆସନରୁ ପୁଳା ପୁଳା ଟଙ୍କା ମିଳିବା ପରେ ହଙ୍ଗାମା ଆରମ୍ଭ ହୋଇଥିଲା। ଏହାକୁ ଏକ ଗମ୍ଭୀର ବିଷୟ ବୋଲି କହିବା ସହ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ରାଜ୍ୟସଭା ସଭାପତି ଜଗଦୀପ ଧନଖର। ବିରୋଧୀ ଦଳର ସାଂସଦ ଅଭିଷେକ ମନୁ ସିଂହବୀଙ୍କ ଆସନରୁ ଟଙ୍କା ମିଳିଥିଲେ ବି ଧନଖର କାହାର ନାମ ନେଇନଥିବା ସାମ୍ନାକୁ ଆସିଛି।

ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, “ଧନଖରଙ୍କ ନିଷ୍ପତ୍ତି ଉପରେ ମୋର ବିଶ୍ୱାସ ଅଛି। ମୁଁ ଚାହୁଁଛି ଯେ, ଘଟଣାର ଅନୁସନ୍ଧାନ କରାଯାଉ ଏବଂ ସବିଶେଷ ତଥ୍ୟ ସାମ୍ନାକୁ ଆସୁ।” ଏହା ସହ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖ‌ଡଗେ କହିଛନ୍ତି ଯେ, “ଧନଖରଙ୍କୁ ଏହି ଘଟଣାର ଅନୁସନ୍ଧାନ କରାଇବା ଉଚିତ। ଆମେ କେବେ ବି କୌଣସି ମାମଲାକୁ ଚପାଇବାକୁ ଚେଷ୍ଟା କରିନାହୁଁ। ଏହି କାମ ସବୁବେଳେ ବିରୋଧୀ ଦଳ କରିଆସିଛି। ”

ତେବେ ଏଭଳି ଆରୋପ ଲାଗିବା ପରେ ଆସନରୁ ମିଳିଥିବା ଟଙ୍କା ତାଙ୍କର ନୁହେଁ ବୋଲି ଦାବି କରିଛନ୍ତି ଅଭିଷେକ। ସେ କହିଛନ୍ତି, “ଯେତେବେଳେ ମୁଁ ରାଜ୍ୟସଭାକୁ ଯାଏ, ସେତେବେଳେ ମୁଁ ୫୦୦ଟଙ୍କା ନୋଟ୍ ନେଇଥାଏ। ମୁଁ ଏହା ବିଷୟରେ ପ୍ରଥମ ଥର ଶୁଣିଲି। ଶୁକ୍ରବାର ଦିନ ୧୨.୫୭ରେ ମୁଁ ରାଜ୍ୟସଭାରେ ପହଞ୍ଚିଲି ଏବଂ ୧ଟାରେ ବାହାରି ଆସିଥିଲି। କ୍ୟାଣ୍ଟିନରେ ୧.୩୦ ପର୍ଯ୍ୟନ୍ତ ବସିବା ପରେ ମୁଁ ସଂସଦରୁ ଚାଲିଆସିଥିଲି। “

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button