ଓଡିଶା

ହକି ବିଶ୍ବକପ୍ ଉଦଘାଟନୀ ଉତ୍ସବ ପାଇଁ କଟକରେ ଗଡିବନି ଭାରିଯାନ

କଟକ : ହକି ବିଶ୍ବକପ୍ ଉଦଘାଟନ ଉତ୍ସବ ପାଇଁ କଡାକଡି ହୋଇଛି ନିୟମ । ଏଥିପାଇଁ କଟକରେ ଭାରିଯାନରେ ଲଘୁ ଖଣିଜ ପଦାର୍ଥ ପରିବହନ ଉପରେ କଟକଣା ଲଗାଯାଇଛି । ଜାନୁଆରୀ ୧ରୁ ୧୨ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କୌଣସି ଟ୍ରକ, ଟ୍ରିପର ଟ୍ରାକ୍ଟର, ଟ୍ରେଲର ମାଧ୍ୟମରେ ବାଲି ଚିପ୍ସ ଲଘୁ ଖଣିଜ ପଦାର୍ଥ କଟକ ସହର ସୀମା ପରିସର ଓ କଟକଠୁ ଭୁବନେଶ୍ବର ମଧ୍ୟରେ ପରିବହନ କରିବ ନାହିଁ । ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଏହି ନିଷେଧାଦେଶ ଜାରି କରିଛନ୍ତି ।

ଏହାସହିତ ଯେଉଁ ଭାରିଯାନ ଗୁଡିକ ଅତ୍ୟାବଶ୍ୟକ କାର୍ଯ୍ୟ ସହ ଜଡିତ ଥିବ ସେମାନଙ୍କୁ ଜିଲ୍ଲା ପ୍ରଶାସନ ଓ କମିଶନରେଟ ପୋଲିସ ପକ୍ଷରୁ ଦିଆଯିବ ସ୍ୱୀକୃତି । ସେହି ପ୍ରମାଣପତ୍ର ଦେଖାଇ ସେମାନେ ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ । କଟକ ସହରସୀମା ଓ କଟକରୁ ଭୁବନେଶ୍ବର ପର୍ଯ୍ୟନ୍ତ ଏହି ନିଷେଧାଦେଶ ବଳବତ୍ତର ରହିବ । ଜାନୁଆରୀ ୧୧ ତାରିଖରେ ସିଲଭର ସିଟିର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ହକି ବିଶ୍ୱକପର ଉଦ୍‌ଘାଟନୀ ଉତ୍ସବ। ଏହି ମେଗା ଆୟୋଜନକୁ ଦେଖିବା ପାଇଁ ଆସିଥିବାକୁ ଥିବା କ୍ରୀଡ଼ାପ୍ରେମୀ, ଅତିଥି, ସାଧାରଣ ଲୋକେ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ମୋଟରଯାନ ଆଇନ ଧାରା ୧୧୫ ଓ ୧୭୩ ଅନୁଯାୟୀ ଏହି ନିୟମ କଡାକଡି କରିଛନ୍ତି କଟକ ଜିଲ୍ଲା ପ୍ରଶାସନ ।

ଆସନ୍ତାବର୍ଷ ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ହକି ବିଶ୍ବକପ୍ ପାଇଁ ସାରା ରାଜ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି । ଏହି ବିଶ୍ବକପ୍‌ରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ହେବ ମ୍ୟାଚ୍ । ହକି ବିଶ୍ବ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ରହିଛି । ମୋଟ ୧୬ଟି ଟିମ ଏହି ସଂସ୍କରଣର ବିଶ୍ବକପରେ ଅଂଶଗ୍ରହଣ କରିବାକୁ ଥିବାବେଳେ ଆୟୋଜକ ଭାରତ ପୁଲ୍‌ ଡ଼ି’ରେ ସ୍ଥାନ ପାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେପ୍ଚେମ୍ବର 8 ତାରିଖରେ ଭାରତୀୟ ହକି ଟିମର ପୁଲ୍‌ ନାମ ଘୋଷଣା କରିଥିଲେ । ପୁଲ୍‌ ଡ଼ି’ରେ ଟିମ ଇଣ୍ଡିଆ ସହ ଇଂଲଣ୍ଡ, ସ୍ପେନ୍‌ ଓ ୱେଲ୍ସ ରହିଛନ୍ତି । ବିଶ୍ବକପ ନେଇ ସୋମବାର ଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମର କାଉଣ୍ଟରରେ ଟିକେଟ ବିକ୍ରି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button