ବିଚାର

କିଏ ଏହି ବିଷଦର୍ଶନମୃତ୍ୟୁକ? ଜାଣନ୍ତୁ

‘ନୀଳ ଆକାଶର ନୀଳିମା ତଳେ ତୋଫା ତୋଫା ଚନ୍ଦ୍ରର ଆଲୋକକୁ ସାରା ରାତି ଚାହିଁ ରହିଥାଏ ଚକୋର’ । ଏମିତି ଅନେକ ଲୋକକଥା ଓ କାବ୍ୟକବିତାକୁ ନେଇ ଆମ ସାହିତ୍ୟ ସମୃଦ୍ଧ । ଚନ୍ଦ୍ରଚକୋର କଥା କହିଲେ ସମସ୍ତଙ୍କ ମନ ଭିତରେ ଏକ ଅତୁଟ ବନ୍ଧନ ଓ ଶାଶ୍ୱତ ପ୍ରେମର ପ୍ରତିଛବି ଆଙ୍କି ହୋଇଯାଏ । କୁହାଯାଏ ଚକୋର ସାରା ରାତି ଚନ୍ଦ୍ରଙ୍କୁ ଚାହିଁ ତାର ଶୀତଳ କିରଣକୁ ପିଇଥାଏ । ଅଥବା ତାକୁ ଅନୁଭବ କରିଥାଏ । ମାତ୍ର ଏମିତି କିଛି ହୋଇନଥାଏ । ଆପଣ କ’ଣ ଜାଣିଛନ୍ତି ଏଇ ଚକୋର କିଏ? ଚକୋର ହେଉଛି ମଧ୍ୟ ଏସିଆ ଅଂଚଳରେ ଦେଖାଯାଉଥିବା ଏକ ସୁନ୍ଦର ପକ୍ଷୀ । ସାଧାରଣତଃ ଏହି ପକ୍ଷୀମାନେ ରାତିରେ ବିଚରଣ କରିଥାନ୍ତି । ପୋକ ଜୋକକୁ ଖାଦ୍ୟ ଭାବେ ଏମାନେ ଗ୍ରହଣ କରନ୍ତି । ରାତିରେ ଚନ୍ଦ୍ର କିରଣ ପଡି ଭୂମି ଚିକ୍‌ଚିକ୍ କରୁଥାଏ । ମାତ୍ର ଚନ୍ଦ୍ରକିରଣକୁ ଜୁଳୁଜୁଳିଆ ପୋକ ଭାବି ସେମାନେ ତା ଉପରେ ନିଜର ଥଣ୍ଟ ଘସିଥାନ୍ତି । ଯାହାକୁ ଦେଖି କବି ଓ ଲେଖକମାନେ ଚନ୍ଦ୍ରମା ପିଇବା କଥା ବର୍ଣ୍ଣନା କରିଥାଆନ୍ତି ।
ଚକୋର ପକ୍ଷୀର ମାଂସ ଖୁବ୍ ସ୍ୱାଦିଷ୍ଟ ହୋଇଥାଏ । ଏମାନେ ପାହାଡିଆ ଅଞ୍ଚଳରେ ରହିବାକୁ ଭଲ ପାଆନ୍ତି । କିଛି ସ୍ଥାନରେ ଏମାନଙ୍କୁ ଶୁଆ ପରି ଘରେ ମଧ୍ୟ ପାଳନ କରାଯାଏ । ଚକୋର ମାନେ ନିଜ ମାଲିକଙ୍କୁ ଖୁବ୍ ଭଲ ପାଆନ୍ତି । ଏମାନଙ୍କୁ ନେଇ ମଧ୍ୟ ଏକ ଆଶ୍ଚର୍ଯ୍ୟ ଜନକ କଥା ରହିଛି କି ଏମାନଙ୍କ ଛୁଆମାନେ ଅଣ୍ଡାରୁ ବାହାରିବା କ୍ଷଣି ହିଁ ଦୈାଡିବାକୁ ଲାଗିଥାନ୍ତି । ଚକୋରର ଅନ୍ୟ ଏକ ନାମ ‘ବିଷଦର୍ଶନମୃତ୍ୟୁକ’ ଅଟେ । କାରଣ ବିଷ ମିଶ୍ରିତ ଖାଦ୍ୟ ଦେଖିଲେ ଏମାନଙ୍କର ଆଖି ଲାଲ୍ ହେବା ସହ ଏମାନେ ମୃତ୍ୟୁ ବରଣ କରିଥାନ୍ତି । ସେଥିପାଇଁ ପୂର୍ବ କାଳରେ ରାଜାମାନେ ନିଜର ଖାଦ୍ୟ ଗ୍ରହଣ ପୂର୍ବରୁ ତା’ର ପରୀକ୍ଷା କରିବା ନିମନ୍ତେ ଏମାନଙ୍କୁ ପାଳନ କରୁଥିଲେ । ଚକୋର ପକ୍ଷୀ ପାକିସ୍ତାନର ରାଷ୍ଟ୍ରୀୟ ପକ୍ଷୀ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button