ଦେଶ ବିଦେଶ

ଜାଣନ୍ତୁ କେଉଁ ଦେଶ ପ୍ରଥମେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା

ବର୍ତ୍ତମାନ ସମଗ୍ର ବିଶ୍ୱରେ କ୍ଷେପଣାସ୍ତ୍ର ଏବଂ ରକେଟ୍‌ ମାଧ୍ୟମରେ ଲଢ଼େଇ ଚାଲୁଛି। ପ୍ରତ୍ୟେକ ଦେଶ ନିଜ ନିକଟରେ ବିଭିନ୍ନ ପ୍ରକାରର କ୍ଷେପଣାସ୍ତ୍ର ରଖିଥାନ୍ତି। ଯାହା ଦ୍ୱାରା ଶତ୍ରୁପକ୍ଷକୁ ଦୂରରୁ ବିନାଶ କରାଯାଇପାରିବ। ଭାରତ ପାଖରେ ମଧ୍ୟ ଅନେକ କ୍ଷେପଣାସ୍ତ୍ର ରହିଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ କେତେକ ମହାକାଶକୁ ଉପଗ୍ରହ ଭାବେ ପଠାଇଯାଇଥାଏ। ତେବେ କେଉଁ ଦେଶ ପ୍ରଥମେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା ଜାଣନ୍ତୁ ଏ ସମ୍ପର୍କରେ…

ଜର୍ମାନୀ ଏମିତି ଏକ ଦେଶ, ଯିଏ କି ପ୍ରଥମେ କ୍ଷେପଣାସ୍ତ୍ର ତିଆରି ଆରମ୍ଭ କରିଥିଲା। ରୁଷିଆ ଏବଂ ଆମେରିକା ମଧ୍ୟ ଏହି ଦୌଡ଼ରେ ଆଗରେ ଅଛନ୍ତି। କିନ୍ତୁ କ୍ଷେପଣାସ୍ତ୍ର ପାଇଁ ପ୍ରଥମେ ପ୍ରତିଯୋଗିତା ଜର୍ମାନୀ ଆରମ୍ଭ କରିଥିଲା। ପରେ ବୈଜ୍ଞାନିକମାନେ ରୁଷିଆ ଏବଂ ଆମେରିକାର କ୍ଷେପଣାସ୍ତ୍ର ତିଆରିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।’

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଘଟିଥିଲା। ଜର୍ମାନୀର ଏକ ଗ୍ରାମକୁ କ୍ଷେପଣାସ୍ତ୍ର କାରଖାନା ଭାବରେ ବିକଶିତ କରାଯାଇଥିଲା। ଏହି ଗାଁର ନାମ୍‌ ପେନ୍‌ମୁଣ୍ଡେ। ଏହି ଗାଁ ଜର୍ମାନୀର ୟୁସଡମ୍‌ ଦ୍ୱୀପରେ ପେନ୍‌ ନଦୀ ମୁହାଣରେ ଅବସ୍ଥିତ। ପେନ୍‌ ନଦୀ ବାଲ୍‌ଟିକ୍‌ ସାଗରରେ ପଡ଼ିଛି। ସୁନ୍ଦର ବେଳାଭୂମି ପାଇଁ ଏହା ପ୍ରସିଦ୍ଧ। ପୂର୍ବ ଜର୍ମାନୀର ଲୋକେ ଏଠାକୁ ଛୁଟି ମନାଇବାକୁ ଆସିଥାନ୍ତି। ମାତ୍ର ୧୯୩୬ରୁ ୧୯୪୫ ମଧ୍ୟରେ ଦ୍ୱୀପପୁଞ୍ଜର ପେନ୍‌ମୁଣ୍ଡେ ଗ୍ରାମକୁ ନାଜି ସରକାର ଏହାର ଗୁପ୍ତଚର ମିଶନର ଆଡ୍ଡା କରିଥିଲେ। ୧୯୩୫ରେ ଜର୍ମାନ ଇଞ୍ଜିନିୟର ବର୍ନହର ବନ୍‌୍‌ ବ୍ରୋନ୍‌ କ୍ଷେପଣାସ୍ତ୍ର କାରଖାନା ପାଇଁ ପେନ୍‌ମୁଣ୍ଡେ ଗାଁକୁ ଚୟନ କରିଥିଲେ। ଏହାର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶୂନ୍‌ଶାନ ଥିଲା। ବ୍ରୋନ୍‌ ଭାବିଥିଲେ ଏହି ସ୍ଥାନ ତାଙ୍କ ରକେଟ୍‌ ପରୀକ୍ଷା ପାଇଁ ଉପଯୁକ୍ତ ହେବ। ସରକାରଙ୍କ ଅନୁମତି ପାଇବା ପରେ ଏଠାରେ କ୍ଷେପଣାସ୍ତ୍ର କାରଖାନା ଏବଂ ପରୀକ୍ଷଣ ସ୍ଥାପନ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିଲା। ପୃଥିବୀର ପ୍ରଥମ କ୍ରୁଜ୍‌ କ୍ଷେପଣାସ୍ତ୍ର କାରଖାନା ଏବଂ ପରୀକ୍ଷଣ ପ୍ରସ୍ତୁତ କରିବାକୁ ପ୍ରାୟ ୧୨ ହଜାର ଲୋକ ଏଠାରେ ଦିନରାତି କାର୍ଯ୍ୟ କରିଥିଲେ। କାରଖାନା ୨୫ ବର୍ଗ କିଲୋମିଟର ଅଞ୍ଚଳ ପର୍ଯ୍ୟନ୍ତ ବ୍ୟାପିଥିଲା। ପେନ୍‌ମୁଣ୍ଡେରେ ଗବେଷଣା ଏବଂ କ୍ଷେପଣାସ୍ତ୍ର ପରୀକ୍ଷା କେବଳ ବିଶ୍ୱର ସର୍ବବୃହତ ଯୁଦ୍ଧ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଭବିଷ୍ୟତ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରମାଣିତ ହୋଇଥିଲା। ଏହି ଗାଁରେ ରକେଟ୍‌ ଟେକ୍ନୋଲୋଜିର ମୂଳଦୁଆ ପକାଯାଇଥିଲା, ଯାହା ସାହାଯ୍ୟରେ ମଣିଷ ମହାକାଶ ଯାତ୍ରା ଆରମ୍ଭ କରିଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button