ବିଜ୍ଞାନ

ବିଶ୍ୱର ପ୍ରଥମ ବିଦ୍ୟୁତ ଚାଳିତ ବିମାନର ଉଡ଼ାଣ ସଫଳ

ୱାସିଂଟନ: ସମ୍ପୂର୍ଣ୍ଣ ବିଦ୍ୟୁତରେ ଚାଳିତ ବିଶ୍ୱର ପ୍ରଥମ ବିମାନ ‘ଏଲିସ୍’ ତାର ପ୍ରଥମ ଉଡ଼ାଣ ସଫଳତାର ସହ ଶେଷକରିଛି। ବିମାନଟି ଗୁରୁବାର ଗ୍ରାଣ୍ଟ କାଉଣ୍ଟି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ପୂର୍ବାହ୍ନ ୭ଟା ୧୦ ମିନିଟରେ ଉଡାଣ କରିଥିଲା। ଏହି ସମୟରେ ବିମାନଟିକୁ ୩୫୦୦ ଫୁଟ ଉଚ୍ଚରେ ୮ ମିନିଟ୍ ପର୍ଯ୍ୟନ୍ତ ଉଡାଯାଇଥିଲା।  ବିମାନକୁ ଏଭିଏସନ ଏୟାରକ୍ରାଫ୍ଟ ନିର୍ମାଣ କରିଛନ୍ତି। ଏହି ଖାସ ବିମାନକୁ ସେହି ସବୁ ବିମାନ ବନ୍ଦରରୁ ସଞ୍ଚାଳିତ କରାଯାଇ ପାରିବ ଯେଉଁଠି ଶବ୍ଦ ଯୋଗୁ ସଞ୍ଚାଳନ ପ୍ରତିବନ୍ଧିତ କରାଯାଇଛି।

ଏଭିଏସନର ଅଧ୍ୟକ୍ଷ ତଥା ସିଇଓ ଗ୍ରେଗରୀ ଡେଭିସ ଆଜି ଆମେ ବିମାନ ଯାତ୍ରାର ନୂଆ ଯୁଗକୁ ପ୍ରବେଶ କରିଥିବା କହିଛନ୍ତି।  ଏଲିସର ଅବିସ୍ମରଣୀୟ ଉଡାଣ ସହିତ ଆମେ ଆକାଶକୁ ବିଦ୍ୟୁତକୃତ କରିବାରେ ସଫଳ ହୋଇପାରିଛୁ ବୋଲି ସେ କହିଛନ୍ତି।  ଲୋକେ ଏବେ ଶସ୍ତା ଓ ସ୍ୱଚ୍ଛ ବେସାମରିକ ବିମାନ ଦେଖିପାରିବେ।

କମ୍ପାନୀ ଏହି ବିମାନର ୩ଟି ମଡେଲ ଉପସ୍ଥାପନ କରିଛନ୍ତି। ପ୍ରଥମଟି ୯ ସିଟର ଯାତ୍ରୀବାହୀ ବିମାନ ହୋଇଥିବା ବେଳେ ଦ୍ୱିତୀୟଟି ୬ ସିଟର ଏକଜ୍ୟୁକୁଟିଭ କ୍ୟାବିନ ଓ ତୃତୀୟଟି ଇ-କାର୍ଗୋ ବିମାନ।  କାର୍ଗୋ ବିମାନ ସର୍ବାଧିକ ୧୧୭୯ କେଜି ଭାର ନେଇ ଉଡି ପାରୁଛି। ଏହି ବିମାନଗୁଡିକର ବେଗ ୨୬୦ ନଟ୍ ରହୁଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button