ବିଜ୍ଞାନ

ବିରଳ ମହାଜାଗତିକ ଘଟଣା: ୫୯ ବର୍ଷ ପରେ ପୃଥିବୀର ନିକଟତର ହେବ ବୃହସ୍ପତି

ସୌରମଣ୍ଡଳର ସବୁଠୁ ବଡ଼ ଗ୍ରହ ବୃହସ୍ପତି ପ୍ରଥମ ଥର ପୃଥିବୀର ନିକଟତମ ହେବାକୁ ଯାଉଛି। ପ୍ରାୟ ୫୯ ବର୍ଷ ପରେ ମହାକାଶରେ ସଙ୍ଗଠିତ ହେବାକୁ ଯାଉଥିବା ଏହି ବିରଳ ମହାଜାଗତିକ ଘଟଣା ସେପ୍ଟେମ୍ବର ୨୬ ତାରିଖ ଦିନ ଦେଖାଯିବ। ଏହି ଦିନ ସୂର୍ଯ୍ୟଙ୍କ ଠିକ ବିପରୀତ ଦିଗରେ ଉଦୟ ହେବେ ବୃହସ୍ପତି। ଯାହାକୁ ବୈଜ୍ଞାନିକ ଭାଷାରେ ଅପୋଜିସନ କୁହାଯାଏ। ଏହା ଏକ ନିୟମିତ ଘଟଣା, ପ୍ରତି ୧୩ ମାସରେ ଏପରି ଅପୋଜିସନ ହୋଇଥାଏ।

ତେବେ ସେପ୍ଟେମ୍ବର ୨୬ ତାରିଖ ଦିନ ଯେଉଁ ଘଟଣା ସଙ୍ଗଠିତ ହେବାକୁ ଯାଉଛି ଏହା ବାସ୍ତବିକ ଦୁର୍ଲଭ ଘଟଣା ଓ ପ୍ରାୟ ୫୯ ବର୍ଷ ପରେ ମହାକାଶରେ ଦେଖାଯିବ। ଏହି ଦିନ ପୃଥିବୀ ଓ ବୃହଷ୍ପତି ପରସ୍ପରର ଅତ୍ୟନ୍ତ ନିକଟର ହେବେ। ଏଣୁ ଆକାଶରେ ବୃହସ୍ପତି ଗ୍ରହ ଏକ ଚମକୁଥିବା ତାରା ପରି ପ୍ରତିଭାତ ହେବେ। ଯଦି ଆକାଶ ସଫା ଥାଏ ତେବେ ଟେଲିସ୍କୋପରେ ଏହି ଗ୍ୟାସିୟ ଗ୍ରହ ଓ ଏହାର ଚନ୍ଦ୍ରମାଙ୍କୁ ମଧ୍ୟ ସ୍ପଷ୍ଚ ଦେଖିହେବ।

ତେବେ ଖାଲି ଆଖିରେ ଦେଖିବା ପାଇଁ ଯେଉଁ ତାରାଟି ଅଧିକ ଚମକଦାର ସେଇଟି ହିଁ ବୃହସ୍ପତି ଗ୍ରହ। ସେପ୍ଟେମ୍ବର ୨୬ ତାରିଖ ଦିନ ଯଦିଓ ବୃହସ୍ପତି ଖାଲି ଆଖିକୁ ବି ଦେଖା ଯିବେ ତେବେ ଏହା ପୂର୍ବ ଓ ପରଦିନ ମାନଙ୍କରେ ମଧ୍ୟ ଝଟକୁଥିବା ତାରା ପରି ଦେଖାଯିବେ। ତେବେ ଏଥିପାଇଁ ଆକାଶ ସଫା ଥିବା ସହ ପ୍ରଦୂଷଣ ମୁକ୍ତ ଥିବା ଦରକାର। ଆକାଶରେ ଚନ୍ଦ୍ରଙ୍କ ପରେ ଅଧିକ ଉଜ୍ଜ୍ୱଳ ଦେଖାଯାଉଥିବା ତାରକା ହିଁ ବୃହସ୍ପତି ଗ୍ରହ।

ପୃଥିବୀ ସୂର୍ଯ୍ୟଙ୍କୁ ୩୬୫ ଦିନରେ ଥରେ ପରିକ୍ରମା କରେ। ତେବେ ବୃହସ୍ପତିଙ୍କୁ ଏଥି ପାଇଁ ୪ ହଜାର ୩୩୩ ଦିନ ଲାଗିଥାଏ। ଅର୍ଥାତ ପୃଥିବୀର ୧୨ ବର୍ଷ ସହ ସମାନ। ୨୫ ଓ ୨୬ ସେପ୍ଟେମ୍ବର ୨୦୨୨ରେ ପୃଥିବୀ ଓ ବୃହସ୍ପତିଙ୍କ ମଧ୍ୟରେ ଦୂରତା ୫୯ କୋଟି କିଲୋମିଟର ରହିବ। ଅନ୍ୟଦିନମାନଙ୍କରେ ଏହି ଦୂରତା ୯୬ କୋଟି କିଲୋମିଟର ରହିଥାଏ। ଏହା ପୂର୍ବରୁ ବୃହସ୍ପତି ଗ୍ରହ ୧୯୬୩ ମସିହାରେ ପୃଥିବୀର ଏତେ ନିକଟତର ହୋଇଥିଲେ। ପୃଥିବୀର ଏତେ ନିକଟତର ହେବାର ଅର୍ଥ ବୈଜ୍ଞାନିକଙ୍କୁ ଗ୍ରହକୁ ନେଇ ଅଧିକ ଗବେଷଣାର ସୁଯୋଗ ମିଳିବା। ଏଣୁ ଆଷ୍ଟ୍ରୋନମରଙ୍କ ଲାଗି ଏହି ସପ୍ତାହ ବେଶ୍ ଖାସ ରହିବ।

Related Articles

Leave a Reply

Your email address will not be published. Required fields are marked *

Back to top button