କେଉଁଠି ବି ମିଳିବ ତ ଶୀଘ୍ର ନେଇ ଆସନ୍ତୁ, ଏହି ଫୁଲ ଗଛ ଆପଣଙ୍କ ଭାଗ୍ୟ ବଦଳାଇଦେବ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସଦା ବିହାର ଫୁଲ ବିଷୟରେ ନିଶ୍ଚୟ ଜାଣି ଥିବେ । ଏହାକୁ ବାର ମାସି ମଧ୍ୟ କୁହାଯାଏ । ବାର ମାସି ନାମ ରହିବାର ଅର୍ଥ ହେଉଛି ଏହି ସଦା ଶିବ ବା ସଦା ବିହାରୀ ଫୁଲ ବାର ମାସ ଯାକ ଗଛରେ ରହିଥାଏ । ଖରା ହେଉ ବର୍ଷା ହେଉ କିମ୍ବା ଶୀତ ସବୁ ୠତୁ ହେଉ ସବୁ ସମୟ ହେଉ ସର୍ଵଦା ଏହି ଫୁଲ ଫୁଟି ରହିଥାଏ ଏହି ଫୁଲର ଆଠ ପ୍ରଜାତି ମିଳିଥାନ୍ତି କିନ୍ତୁ ଆମ ଭାରତରେ କେବଳ ଦୁଇ ପ୍ରଜାତି ମିଳେ ।
ଜାମୁନି ରଙ୍ଗ ର ଏବଂ ଧଳା ରଙ୍ଗର । ଦୁଇ ପ୍ରଜାତି ରେ ଔଷଧ ଗୁଣ ରହିଥାଏ । ସଦା ବାହାର ର ଫୁଲ ତାର ପତ୍ର ସମସ୍ତ ଭିତରେ ଔଷଧ ଗୁଣ ରହିଥାଏ । ଏବଂ ଏହି ଗଛ ଆପଣଙ୍କ ଘର ପାଖରେ ହିଁ ମିଳି ଯିବ । କାରଣ ଏହା ଆପେ ଆପେ ହିଁ ଉଠି ଯାଇଥାଏ । ଏହାର ପତ୍ର ବହୁତ ଲାଭଦାୟକ । ଏବଂ ଆୟୁର୍ବେଦ ଗୁଣ ରହିଛି । ଏହା ଛଡା ପୂଜା ଅର୍ଚ୍ଚନା ରେ ମଧ୍ୟ ଏହି ଫୁଲ ର ବ୍ୟବହାର କରାଯାଏ ।
ଏବଂ ଏହା ଛଡା ସୌନ୍ଦର୍ଯ୍ୟ ରେ ମଧ୍ୟ ଏହି ସଦା ବାହାର ଫୁଲ ବହୁତ ଲାଭ ଦାୟକ ହୋଇଥାଏ ଏହା ଛଡା ଅନେକ ରୋଗ ରୁ ମଧ୍ୟ ମୁକ୍ତି ଦେଇଥାଏ ତେବେ ଆସନ୍ତୁ ଜାଣିନେବା ଏହାର ଚମତ୍କାରିତା ବିଷୟରେ । ଆଜି କାଲି ପ୍ରାୟଃ ଅଧିକାଂଶ ଲୋକ ଙ୍କୁ ମଧୁମେହ ରୋଗ ହୋଇଥାଏ । ଏହି ରୋଗ ପାଇଁ ସଦା ବିହାରୀ ଗଛ ରାମବାଣ ଭଳି କାର୍ଯ୍ୟ କରେ । ଆପଣ ଦୁଇ ରୁ ତିନୋଟି କଅଁଳିଆ ପତ୍ର କୁ ଚୋବାଇ ଏହାର ରସ କୁ ଶୋଷି ନିଅନ୍ତୁ ।
ଏହା ପରେ ଅଳ୍ପ ପାଣି ପିଅନ୍ତୁ । ଆଠ ରୁ ଦଶ ଦିନ ଏପରି କଲେ ଆପଣ ଦେଖିବେ ମଧୁମେହ ରୋଗ ନିଶ୍ଚିତ କମିଯିବ । ଏହା ଛଡା ଆପଣ ଙ୍କୁ ଯଦି କାଛୁ କୁଣ୍ଡିଆ ହୁଏ ତେବେ ଏହି ପତ୍ର କୁ ଛିଡାନ୍ତୁ ଏବଂ ଯେଉଁ ରସ ବାହାରିବ ତାକୁ ସେହି କାଛୁ କୁଣ୍ଡିଆ ସ୍ଥାନରେ ଲଗାନ୍ତୁ ଦେଖିବେ ଏହା ନିଶ୍ଚିତ ଭଲ ହୋଇଯିବ ଯଦି ଆପଣ ନିଜ ଚେହେରା ରେ ବ୍ରଣ ର ଦାଗ ରହି ଯାଇଛି କିମ୍ବା କୌଣସି କଳା ଦାଗ ରହିଛି ଆଦି ସମସ୍ୟାରେ ଏହି ସଦା ବାହାର କିମ୍ବା ସଦା ବିହାରୀ ଫୁଲ ସହାୟତା କରିଥାଏ ।
ଏହି ସଦା ବିହାରୀ ଫୁଲ କିମ୍ବା ପତ୍ର ର ରସ କୁ ସେହି ଦାଗ ରେ ଲଗେଇଲେ । ସେ ଦାଗ ସମ୍ପୂର୍ଣ୍ଣ ପଳେଇବ । ଏବଂ ଏହାର ପତ୍ର କୁ ବାଟି ତାର ରସ କୁ ନିଜ କେଶ ରେ ଲଗେଇଲେ ଆମ କେଶ ଛିଣ୍ଡିବନି ଏବଂ ବହୁତ ଭଲ ରହିବ । ଏହି ପତ୍ର ର ରସ ସହ ଅଧା ଚାମଚ ନଡିଆ ତେଲ ମିଶେଇ ଦେବା । ଏବଂ ବ୍ୟବହାର କରିବା ଏହା ଦ୍ୱାରା ଆମ କେଶ ଧଳା ହେବ ନାହିଁ ଏବଂ ମଜବୁତ ରହିବ ।
ସକାଳୁ ଉଠି ଯଦି ଏହି ଗଛ ର ଦୁଇ ଟି ପତ୍ର କୁ ଚୋବାଇ ଖାଇ ପାଣି ପିଇବା ଦ୍ୱାରା ଆମ ମଧୁମେହ ରୋଗ କମି ଯାଇଥାଏ । ଏହି ପତ୍ର କିମ୍ବା ଫୁଲ ର ରସ କୁ ଯଦି ଆପଣ ଙ୍କ ଶରୀର କୌଣସି ଯାଦୁ କୁଣ୍ଡିଆ ଅଛି ତେବେ ଏହାକୁ ଲଗେଇଲେ ତାହା ମଧ୍ୟ ଭଲ ହୋଇ ଯାଇଥାଏ । ଏବଂ ଯଦି ଏହାକୁ ବାଟି ନିଜ ଚେହେରା ରେ ଲଗେଇଲେ ଆପଣଂକୁ ଝୁରି ଆସିବନି ଏବଂ ଆପଣ ଯୁବତୀ ଦେଖାଯିବେ । ଆଦି ଅନେକ କ୍ଷେତ୍ରରେ ଏହି ସଦା ବିହାରୀ ଫୁଲ କୁ ଆମେ ବ୍ୟବହାର କରି ପାରିବା ଏବଂ ଏହାର ଅନେକ ଲାଭ ମଧ୍ୟ ପାଇଁ ପାରିବା ।