କ୍ରୀଡା

‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌ ୨୦୨୩: ଟସ୍‌ ଜିଣି ପ୍ରଥମେ ବୋଲିଙ୍ଗ୍‌ କରୁଛି ଭାରତ – Utkal Mail


ଅହମଦାବାଦ: ଆଜି ଗୁଜରାଟର ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଆୟୋଜିତ ‘ଆଇସିସି’ କ୍ରିକେଟ୍‌ ବିଶ୍ବକପ୍‌୨୦୨୩ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍‌ରେ ‘ଟସ୍‌’ ଜିଣିବା ପରେ ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ପ୍ରଥମେ ବୋଲିଙ୍ଗ୍‌ କରିବାକୁ ନିଷ୍ପତ୍ତି ନେଇ ପାକିସ୍ତାନକୁ ବ୍ୟାଟିଙ୍ଗ୍‌ ସୁଯୋଗ ଦେଇଛନ୍ତି।

‘ଟସ୍‌’ ଜିଣିବା ପରେ ଭାରତର ଅଧିନାୟକ ରୋହିତ ଶର୍ମା କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ, ଏଭଳି ଚମତ୍କାର ପରିବେଶରେ ଏହାଠାରୁ ଅଧିକ କିଛି କରିପାରିବୁ ନାହିଁ। ଆମ ଭିତରୁ ଅନେକ ନିଶ୍ଚୟ ଅସାଧାରଣ ଅନୁଭୂତି ହାସଲ କରିବେ। ଟ୍ରାକ୍‌ ଭଲ ଅଛି।

ପାକିସ୍ତାନର ଅଧିନାୟକ କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବୋଲିଙ୍ଗ୍‌ କରିବାକୁ ଚାହୁଁଥିଲୁ। ଆମେ ଦୁଇଟି ମ୍ୟାଚ୍‌ ଜିଣି ଆସିଥିବାରୁ ସାମର୍ଥ୍ୟ ଓ ଭରସା ଅଛି। ଷ୍ଟାଡିୟମ୍‌ରେ ଭରପୂର ଦର୍ଶକ ଥିବାରୁ ଖେଳ ଉପଭୋଗ୍ୟ ହେବ। ଦୁଇଥର ଅଭ୍ୟାସ କରିଥିବାରୁ ଏ ପଡ଼ିଆରେ ଭଲ ପ୍ରଦର୍ଶନ କରିବୁ।

Image Courtesy of News18

ସଦ୍ୟତମ ସୂଚନା ଅନୁସାରେ, ପ୍ରଥମ ଓଭରରେ ୧ଟି ବଲ୍‌ ଖେଳି କୌଣସି ୱିକେଟ୍‌ ନ ହରାଇ ପାକିସ୍ତାନ ୪ ରନ୍‌ ସଂଗ୍ରହ କରିଛି।

ପାକିସ୍ତାନ ତରଫରୁ ଓପେନିଙ୍ଗ୍‌ ଯୋଡ଼ି ଭାବେ ଖେଳୁଛନ୍ତି ଅବ୍ଦୁଲ୍ଲା ଶଫିକ୍‌ ଓ ଇମାମ୍‌-ଉଲ୍‌-ହକ୍‌।

ଭାରତ ତରଫରୁ ପ୍ରଥମ ଓଭର୍‌ ବୋଲିଙ୍ଗ୍‌ ଆରମ୍ଭ କରିଛନ୍ତି ଜସପ୍ରୀତ୍‌ ବୁମ୍‌ରା।

ଆଜି ଭାରତୀୟ ଏକାଦଶରେ ଖେଳୁଛନ୍ତି, ରୋହିତ ଶର୍ମା (ଅଧିନାୟକ), ଶୁବମନ୍‌ ଗିଲ୍‌, ବିରାଟ କୋହଲି, ଶ୍ରେୟସ୍‌ ଆୟେର୍‌, କେ. ଏଲ୍‌. ରାହୁଲ୍‌ (ୱିକେଟ୍‌ରକ୍ଷକ), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, କୁଳଦୀପ ଯାଦବ, ଜସପ୍ରୀତ୍‌ ବୁମ୍‌ରା ଓ ମହମଦ୍‌ ସିରାଜ।

ସେହିପରି ପାକିସ୍ତାନ ଏକାଦଶରେ ଖେଳୁଛନ୍ତି, ଅବ୍ଦୁଲ୍ଲା ଶଫିକ୍‌, ଇମାମ୍‌-ଉଲ୍‌-ହକ୍‌, ବାବର ଆଜମ୍‌ (ଅଧିନାୟକ), ମହମ୍ମଦ୍‌ ରିଜ୍‌ୱାନ୍ (ୱିକେଟ୍‌ରକ୍ଷକ), ସାଉଦ୍‌ ଶକୀଲ, ଇପ୍‌ତିଖର୍‌ ଅହମଦ୍‌, ଶଦାବ ଖାଁ, ମହମଦ୍‌ ନୱାଜ, ହସନ୍‌ ଅଲି, ଶାହୀନ ଆଫ୍ରିଦି ଓ ହରିସ୍‌ ରଉଫ୍‌।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button