କରୋନା

କରୋନା ଅପଡେଟ୍ : ଦେଶରେ ୧୯୬ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟାରେ ୧୯୬ ମାମଲା ରିପୋର୍ଟ ହୋଇଛି । ଏଥିସହ ଚିକିତ୍ସାଧୀନ ତଥା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୪୨୮ କୁ ବୃଦ୍ଧି ପାଇଛି।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତରଫରୁ ଜାରି ସୂଚନା ଅନୁଯାୟୀ ଭାରତରେ ମୋଟ କୋଭିଡ୍ ମାମଲା ୪,୪୬,୭୭,୩୦୨ କୁ ବୃଦ୍ଧି ପାଇଛି । ଆଉ ଦୁଇଜଣ ରୋଗୀ ପ୍ରାଣ ହରାଇଥିବା ବେଳେ ମୋଟ କୋଭିଡ୍ ମୃତ୍ୟୁ ୫,୩୦,୬୯୫ରେ ପହଞ୍ଚିଛି ।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ଦୈନିକ ସଂକ୍ରମଣ ହାର ୦.୫୬ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୬ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୩୫,୧୭୩ ନମୁନା ପରୀକ୍ଷଣ କରାଯାଇଥିଲା। ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୧ ପ୍ରତିଶତ ହୋଇଥିବାବେଳେ କୋଭିଡ -୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୮୦ ପ୍ରତିଶତକୁ ବୃଦ୍ଧି ପାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button