ସ୍ୱାସ୍ଥ୍ୟ

ଅଧିକାଂଶ ମହିଳାଙ୍କ ତଳିପେଟ କାହିଁକି ଦରଜ ହୁଏ? ଜାଣନ୍ତୁ କେଉଁ କାରଣ ପାଇଁ ହୋଇଥାଏ ଏହି ସମସ୍ୟା

ତଳିପେଟ ଦରଜ ହେବାର ସମସ୍ୟା ଅଧିକାଂଶ ମହିଳାଙ୍କ ଠାରେ ଦେଖାଯାଏ,  ବିଭିନ୍ନ କାରଣରୁ ହୋଇଥାଏ, ଯଦି ବା ଏହା ୬ ମାସରୁ ଅଧିକ ସମୟ ରହିଥାଏ ତେବେ ଏହା ‘ପବ୍ଲିକ୍‌ କଞ୍ଜସନ୍‌ ସିଷ୍ଟମ୍‌’ (ପିସିଏସ୍‌) କାରଣରୁ ହିଁ ହୋଇଥାଏ ବୋଲି ଅନୁମାନ କରାଯାଏ।

ଦରଜ ଏତେ ବେଶୀ ହୁଏ ଯେ, ଏହି ସମୟରେ ମହିଳାମାନେ ଛିଡ଼ା ହେବାକୁ ସକ୍ଷମ ହୋଇ ନଥାନ୍ତି, ସାଧାରଣତଃ ୨୦ରୁ ୪୫ ବର୍ଷର ମହିଳା ମାନଙ୍କ ମଧ୍ୟରେ ଅଧିକା ଦେଖିବାକୁ ମିଳିଥାଏ। ତେବେ ଶୋଇ ରହିବା ଦ୍ୱାରା କିଛିଟା ଆଶ୍ୱସ୍ତି ମିଳିଥାଏ। ପିସିଏସ୍‌ ଜଙ୍ଘ, ନିତମ୍ବ ଓ ଗୁପ୍ତାଙ୍ଗର ଠବକ୍ସସମକ୍ଟଗ୍ଦର ଙ୍ଖରସଦ୍ଭଗ୍ଦ ସହ ଜଡିତ ଏହି ସମସ୍ୟା।

ସୂଚନା ମୁତାବକ ଏଥିରେ ଶିରା ସମାନ୍ୟରୁ ଅଧିକ ଟାଣି ହୋଇଯାଇଥାଏ। ଯେଉଁ ମହିଳାମାନେ ମାଆ ହୋଇ ସାରିଛନ୍ତି ଓ ଯୁବାବସ୍ଥାରେ ଅଛନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦେଇଥାଏ। କାରଣ ଏହି ବୟସର ମହିଳାମାନେ ସମସ୍ୟାକୁ ଗୁରୁତ୍ଵର ସହ ନେଇ ନଥାନ୍ତି ଓ ଏହା ଅଧିକ ବଢ଼ିଯାଇଥାଏ।

ପିସିଏସ୍‌ର କୌଣସି ସ୍ପଷ୍ଟ କାରଣ ନାହିଁ। ପେଟର ନିମ୍ନ ଭାଗରେ ପବନ ଅଟକିବା, ଗୁପ୍ତାଙ୍ଗରେ ଚାପ, ଶାରୀରିକ ସମ୍ପର୍କ, ପରିସ୍ରା ଅଥବା ମଳତ୍ୟାଗ ସମସ୍ୟ, ଅଧିକ ସମୟ ବସିବା କିମ୍ବା ଛିଡ଼ା ହେବା ଯୋଗୁ ଏହି ସମସ୍ୟା ଦେଖାଦେଇପାରେ।

ଏହା ପୂର୍ବରୁ ମଧ୍ୟ ଏହି ସମସ୍ୟା ହର୍‌ମୋନ୍‌ ଅସନ୍ତୁଳନ ଯୋଗୁ ମଧ୍ୟ ଦେଖା ଦେଇଥାଏ। ଗର୍ଭାବସ୍ଥାରେ ହର୍‌ମୋନ୍‌ ସ୍ତରରେ ପରିବର୍ତ୍ତନ, ଓଜନ କମ୍‌ ଯୋଗୁ ଅଣ୍ଡାଶୟର ଶିରା ଉପରେ ଚାପ ପଡ଼ିଥାଏ। ଫଳରେ ଶିରା ଦୁର୍ବଳ ହୋଇଯାଇଥାଏ ଓ ଏହା ପରେ ଏହି ସମସ୍ୟା ଅଧିକ ବଢ଼ିଯାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button