ଓଡିଶା

ହିଞ୍ଜିଳି ସଡକ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ସମରଝୋଳ ଛକ ନିକଟରେ ସଡ଼କ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏପରିକି ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତମାନଙ୍କୁ ୧ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ଆହତମାନଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ ଆଜି ସକାଳେ ସମରଝୋଳ ଛକରେ ବସ୍ -ଟ୍ୟାଙ୍କର ଧକ୍କା ହୋଇଥିଲା । ଫଳରେ ଏଥିରେ ୪ ଜଣଙ୍କର ମୃତ୍ୟ ହୋଇଥିଲା । ଜାତୀୟ ରାଜପଥ ୫୯ କଡ଼ ସମରଝୋଳ ଛକରେ ଏକ ମାଲବୋଝେଇ ଟ୍ରକ ଛିଡା ହୋଇଥିବାବେଳେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଖମ୍ବେଶ୍ବରୀ ନମାକ ଏକ ଘରୋଇ ବସଟି ଟ୍ରକକୁ ଓଭରଟେକ୍ କରିଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ବସର ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇଟି ଗାଡ଼ି ରାସ୍ତା କଡରେ ଥିବା ଚା ଦୋକାନ ଉପରକୁ ମାଡ଼ି ଯାଇଥିଲା । ଫଳରେ ଚା ଦୋକାନରେ ଛିଡା ହୋଇ ଚା ପିଉଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ୧୨ ଯାତ୍ରୀଙ୍କୁ ଗୁରୁତର ଆହତ ଅବସ୍ଥାରେ MKCGରେ ଭର୍ତ୍ତି କରାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button