ଓଡିଶା

ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା – Utkal Mail



କଟକ : ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥିଙ୍କ ଘରୁ ମିଳିଲା ବିଡା ବିଡା ଟଙ୍କା  । ଆଜି କଟକ ବକ୍ସିବଜାର ସ୍ଥିତ କ୍ବାର୍ଟର୍ସରୁ ୨୫ ଲକ୍ଷ ଟଙ୍କା ମିଳିଥିବା ସୂଚନା ମିଳିଛି । ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍ ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା ।

ସୂଚନା ମୂତାବକ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ ଗତକାଲି ରିଲାଏନ୍ସ ନାମକ ଘରୋଇ ବସରେ କଟକସ୍ଥିତ ନିଜ ଘର କୁ ଆସିବାବେଳେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଜୟପୁର ଭିଜିଲାନ୍ସ ଟିମ୍ ମାଡି ବସିଥିଲା । ବସରେ ପଇସା ଧରି ଯାଉଥିବାବେଳେ ତାଙ୍କ ନିକଟରୁ ଦୁଇ ଲକ୍ଷ ଟଙ୍କା ଜବତ କରାଯାଇଥିଲା ।

ଏତେ ପଇସା ସେ କୁଆଡେ ନେଉଥିଲେ ? କାହିଁକି ନେଉଥିଲେ ? ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। କାଲି ଆଇଆଇସିଙ୍କ ବୈପାରୀଗୁଡା ଘର ଓ ଅଫିସରୁ ପ୍ରାୟ ୭.୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ଚଢ଼ାଉ କରାଯାଇଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button