ଦେଶ ବିଦେଶ

କୋଟାରେ ଜୀବନ ହାରିଲେ ୧୬ ବର୍ଷୀୟ ‘ନିଟ୍‌’ ଆଶାୟୀ; ଚଳିତ ବର୍ଷର ୨୫ତମ ମାମଲା – Utkal Mail


କୋଟା: ମଙ୍ଗଳବାର ଦିନ ରାଜସ୍ଥାନର କୋଟାରେ ‘ନ୍ୟାସ୍‌ନାଲ୍‌ ଇଲିଜିବିଲିଟି ‌କମ୍‌ ଏଣ୍ଟ୍ରାନ୍‌ସ୍‌ ଟେଷ୍ଟ୍‌’ (ନିଟ୍‌) ପାଇଁ ପ୍ରସ୍ତୁତି କରୁଥିବା ଜଣେ ୧୬ ବର୍ଷୀୟ ଛାତ୍ରୀ ଫାଶୀ ଲଗାଇ ଜୀବନ ହାରିଥିବା କଥା ପୁଲିସ କହିଛି।

ଏହାକୁ ଲଗାଇ ଗତ ୮ ମାସ ମଧ୍ୟରେ ରାଜସ୍ଥାନର ‘କୋଚିଙ୍ଗ୍‌ ହବ୍‌’ କୋଟାରେ ସମୁଦାୟ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି।

ମଙ୍ଗଳବାର ଦିନ ଜୀବନ ହରାଇଥିବା ଛାତ୍ରୀଜଣକ ରାଞ୍ଚିର ବାସିନ୍ଦା ଓ ସେ କୋଟାର ‘ବ୍ଲେଜ୍‌ ‌ହଷ୍ଟେଲ୍‌’ରେ ରହୁଥିଲେ। ତା’ର ଶବକୁ ସମ୍ପ୍ରତି ଶବାଗାରରେ ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ‘ଜେଇଇ’ ଓ ‘ନିଟ୍‌’ ଭଳି ‘କମ୍ପିଟିଟିଭ୍‌ ପରୀକ୍ଷା’ରେ ସଫଳ ହେବା ଆଶାରେ ବର୍ଷକୁ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ କୋଟାକୁ ଆସନ୍ତି।

ପରୀକ୍ଷା ଚାପରେ ଭାରାକ୍ରାନ୍ତ ହୋଇ କୋଟାରେ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୫ଜଣ ଛାତ୍ରଛାତ୍ରୀ ଜୀବନ ହରାଇଲେଣି। କୌଣସି ବର୍ଷ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଜୀବନ ହରାଇ ନ ଥିଲେ ବୋଲି ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button