କ୍ରୀଡା

ଭାରତକୁ ଭୁଲରେ ନମ୍ବର ଓ୍ବାନ ଦଳ ଦର୍ଶାଇବା ନେଇ କ୍ଷମା ମାଗିଲା ଆଇସିସି

ଦୁବାଇ: ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଭୁଲରେ ଏକ ନମ୍ବର ଦଳ ଭାବେ ଦର୍ଶାଇବା ନେଇ ଆଇସିସି କ୍ଷମା ପ୍ରାର୍ଥନା କରିଛି। ଆଇସିସି ପକ୍ଷରୁ ବୁଧବାର ଜାରି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଏକ ନମ୍ବର ଦଳ ଭାବେ ଦର୍ଶାଯାଇଥିଲା । ଗଣମାଧ୍ୟମରେ ଏହି ଖବର ପ୍ରସାରଣ ପରେ ଭାରତୀୟ ପ୍ରଶଂସକ ଖୁସି ହୋଇଯାଇଥିଲେ । କାରଣ ଭାରତ ତିନୋଟି ଯାକ ଫର୍ମାଟରେ ନମ୍ବର ଓ୍ବାନ ଦଳ ହୋଇଥିଲା । ତେବେ ଭାରତୀୟ କ୍ରିକେଟ ପ୍ରେମୀଙ୍କ ଖୁସି କିଛି ସମୟ ମଧ୍ୟରେ ଉଭେଇ ଯାଇଥିଲା ।‌‌ କିଛି ଘଣ୍ଟା ପରେ ଆଇସିସି ସଂଶୋଧିତ ଲିଷ୍ଟ ଜାରି କରି ଟେଷ୍ଟରେ ଅଷ୍ଟ୍ରେଲିଆ ଏବେ ବି ଏକ ନମ୍ବର ଦଳ ବୋଲି କହିଥିଲା । ଭାରତ ଟି-୨୦ ଏବଂ ଦିନିକିଆ ର଼୍ୟାଙ୍କିଙ୍ଗ ଶୀର୍ଷରେ ରହିଛି ବୋଲି କହିଥିଲା । ଭୁଲ ବଶତଃ ଭାରତୀୟ ଦଳକୁ ଟେଷ୍ଟର ଏକ ନମ୍ବର ଦଳ ଭାବେ ଦର୍ଶାଯାଇଥିଲା ବୋଲି ଆଇସିସି ସ୍ପଷ୍ଟ କରିଥିଲା ।

ଭୁଲ ତଥ୍ୟ ଦେଇଥିବାରୁ ଆଇସିସି କ୍ଷମା ପ୍ରାର୍ଥନା କରିଛି।ରିପୋର୍ଟ ଅନୁଯାୟୀ, ଆଇସିସି କହିଛି ଯେ “ବୈଷୟିକ ତ୍ରୁଟି ପାଇଁ ଆଇସିସି ନିଜ ଭୁଲ୍ ସ୍ବୀକାର କରୁଛି । ଆଇସିସି ଭୁଲ ବଶତଃ ୧୫ ଫେବୃଆରୀ ୨୦୨୩ରେ ଭାରତକୁ କିଛି ସମୟ ପାଇଁ ନିଜ ୱେବସାଇଟରେ ନମ୍ବର ୧ ଟେଷ୍ଟ ଦଳ ଭାବରେ ଦର୍ଶାଇଥିଲା। ଏହି ଭୁଲ ସୂଚନା ପାଇଁ ଆଇସିସି ଦୁଃଖିତ।”

ସୂଚନାଯୋଗ୍ୟ ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଶୁକ୍ରବାର ଠାରୁ ଆରମ୍ଭ ହେଉଛି। ଏହି ଟେଷ୍ଟ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ୧୯୮୭ ମସିହାରୁ ଏଠାରେ ଭାରତ କୌଣସି ଟେଷ୍ଟ ମ୍ୟାଚ୍ ହାରିନାହିଁ । କିନ୍ତୁ କୋଚ୍ ରାହୁଲ ଦ୍ରାବିଡ କହିଛନ୍ତି ଯେ ସେମାନେ ଏହି ରେକର୍ଡକୁ ଗୁରୁତ୍ଵ ଦେବେ ନାହିଁ ବରଂ ଆଗାମୀ ପାଞ୍ଚ ଦିନର ଖେଳ ଉପରେ ଧ୍ୟାନ ଦେବେ। ନାଗପୁରରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ ଓ ୧୩୨ ରନରେ ଅଷ୍ଟ୍ରେଲିଆକୁ ହରାଇଥିଲା ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିସି) ଦୃଷ୍ଟିରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଗୁରୁତ୍ୱପୂର୍ଣ୍ଣ | ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ୍ ପାଇଁ ଯୋଗ୍ୟତା ହାସଲ କରିବାକୁ ହେଲେ ଭାରତକୁ ଏହି ସିରିଜ୍ ୩-୦ କିମ୍ବା ୩-୧ରେ ଜିତିବାକୁ ପଡିବ | ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ମଧ୍ୟ ଅଷ୍ଟ୍ରେଲିଆ ଓ ଭାରତ ମୁହାଁମୁହିଁ ହେବେ ବୋଲି ଚର୍ଚ୍ଚା ହେଉଛି । ସମ୍ପ୍ରତି ଏହି ଦୁଇ ଦଳ ଡବ୍ଲୁଟିସି ପଏଣ୍ଟ ତାଲିକାର ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button