ଓଡିଶା

ବଢି ଚାଲିଛି ସୁନା ଦର; ମୁଣ୍ଡରେ ହାତ ଦେଲେଣି ଗ୍ରାହକ

ଭୁବନେଶ୍ବର:ଏପ୍ରିଲ ଆରମ୍ଭରୁ ସୁନା ଓ ରୂପା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଆଜି ଅର୍ଥାତ୍ ଏପ୍ରିଲ ୧୧ ସୁଦ୍ଧା ୨୪ କ୍ୟାରେଟ୍ ସୁନାରେ ମୂଲ୍ୟରେ ବୃଦ୍ଧି ଦେଖିବାକୁ ମିଳିଛି। ଯେତେବେଳେ କି, ଆଜି ରୂପା ମୂଲ୍ୟ ମଧ୍ୟ ଆକାଶଛୁଆଁ ହୋଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ଦର ୬୬,୧୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୭୨,୧୨୦ ଟଙ୍କା ରହିଛି। ଗତକାଲି ଅର୍ଥାତ ବୁଧବାର ଅପେକ୍ଷା ଗୁରୁବାର ସୁନା ରେଟ୍‌ ବୃଦ୍ଧି ପାଇଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ବରରେ ଏବେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୬,୧୧୦ ଟଙ୍କା ଓ ୭୨, ୧୨୦ ଟଙ୍କା ରହିଛି।ରାଜଧାନୀ ଦିଲ୍ଲୀରେ ସୁନା ଦରରେ ବି ପରିବର୍ତ୍ତନ ଦେଖିବାକୁ ମିଳିଛି। ୧୦ ଗ୍ରାମ ସୁନାର ଯଥାକ୍ରମେ ମୂଲ୍ୟ ୬୬,୨୬୦ ଟଙ୍କା ଓ ୭୨,୨୭୦ ଟଙ୍କା ରହିଛି।ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ବଢିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୨୨,୧୧୦ ଟଙ୍କା ଓ ୭୨,୧୨୦ ଟଙ୍କା ଥିବା ରେକର୍ଡ ହୋଇଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ପରିବର୍ତ୍ତନ। ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୬୭,୦୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୩,୧୬୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ସୁନା ମୂଲ୍ୟ ଯଥାକ୍ରମେ ୬୬,୧୧୦ ଟଙ୍କା ଓ ୭୨,୧୩୦ ଟଙ୍କା ରହିଛି। ଅନ୍ୟପଟେ ଆଜି ରୂପା ମୂଲ୍ୟ କିଲୋଗ୍ରାମରେ ୮୫,୬୦୦ ଟଙ୍କାରେ କାରବାର ଆରମ୍ଭ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button