କରୋନା

ଆଜିଠୁ ଚୀନ୍ ସହ ଚାରି ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଜିଠାରୁ (ଜାନୁଆରୀ ୧, ୨୦୨୩) ଚୀନ୍, ସିଙ୍ଗାପୁର, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡ ଏବଂ ଜାପାନରୁ ଆସୁଥିବା ସମସ୍ତ ଆନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ ପାଇଁ ‘ନେଗେଟିଭ୍’ ଆରଟି-ପିସିଆର୍ ରିପୋର୍ଟ ବାଧ୍ୟତାମୂଳକ ହେବ।

ବିମାନ କମ୍ପାନୀ ଗୁଡ଼ିକୁ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ଏହି ପାଞ୍ଚଟି ଦେଶରୁ ଆସୁଥିବା କେବଳ ସେହି ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ଫ୍ଲାଇଟରେ ଚଢ଼ିବାକୁ ଅନୁମତି ଦିଆଯିବ ଯେଉଁମାନେ ‘ଏୟାର ସୁବିଧା’ ପୋର୍ଟାଲରେ ସ୍ବ ଘୋଷିତ ଫର୍ମ ଅପଲୋଡ୍ କରିଛନ୍ତି।

ଡିସେମ୍ବର ୩୦ରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନ୍ତର୍ଜାତୀୟ ଯାତ୍ରୀମାନଙ୍କ ପାଇଁ ସଂଶୋଧିତ କୋଭିଡ୍ ଗାଇଡଲାଇନ ଜାରି କରିଥିଲା ।

ଗାଇଡଲାଇନ୍ ଅନୁଯାୟୀ ଆରଟି-ପିସିଆର୍ ରିପୋର୍ଟ ଯାତ୍ରା ଆରମ୍ଭ ପୂର୍ବରୁ ୭୨ ଘଣ୍ଟା ମଧ୍ୟରେ ହୋଇଥିବା ଜରୁରୀ।

ପ୍ରତ୍ୟେକ ଆନ୍ତର୍ଜାତୀୟ ବିମାନରେ ଆସୁଥିବା ଯାତ୍ରୀଙ୍କ ଦୁଇ ପ୍ରତିଶତ ‘ରାଣ୍ଡମ୍’ ସ୍କ୍ରିନିଂ ମଧ୍ୟ ଜାରି ରହିବ।

ବିଶ୍ବର ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢୁଥିବାରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button