ଓଡିଶା

‘ମେ’ ଜଳିବ ସାରା ରାଜ୍ୟ,ସ୍ୱାଭାବିକ ଠାରୁ ଅଧିକ ରହିବ ତାପମାତ୍ରା;ସୋସିଆଲ୍ ମିଡ଼ିଆ ‘X’ରେ ତଥ୍ୟ ଦେଇଛି ପାଣିପାଗ ବିଭାଗ

ଆହୁରି ବଢ଼ିବ ଗ୍ରୀଷ୍ମ ପ୍ରବାହ, ମେ ଜଳିବ ସାରା ରାଜ୍ୟ । ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା । ସୋସିଆଲ୍ ମିଡ଼ିଆ Xରେ ଏହି ତଥ୍ୟ ଦେଇଛି ପାଣିପାଗ ବିଭାଗ । ତେବେ ମେ’ ମାସରେ କେମିତି ରହିବ ଗ୍ରୀଷ୍ମର ପ୍ରକୋପ ଚଳିତ ମାସ ଶେଷ ସୁଦ୍ଧା ବିବରଣୀ ଜାରି କରାଯିବ ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ।ଏସବୁ ଭିତରେ ଗତକାଲି ପ୍ରଥମ ଥର ପାଇଁ ୪୪ ଡିଗ୍ରୀ ପାର୍ କରିଛି ରାଜ୍ୟର ତାତି । ଯାହାକି ଚଳିତ ବର୍ଷର ସବୁଠାରୁ ଅଧିକ ତାପମାତ୍ରା ବୋଲି ଜଣାପଡିଛି । ଗତକାଲି ବୌଦ୍ଧର ତାପମାତ୍ରା ସର୍ବାଧିକ ୪୪.୩ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ସେପଟେ କାଳବୈଶାଖୀ ହେବାର ସମ୍ଭାବନା ଥିବାରୁ ୨୧ ଓ ୨୨ ତାରିଖରେ ତାତି ଟିକେ କମିବ ବୋଲି ଆକଳନ କାରଯୁଛି । ତେବେ ୨୪ ତାରିଖ ଯାଏଁ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ ।

କିନ୍ତୁ ୨୫ ତାରିଖ ପରେ ପୁଣି ତାପମାତ୍ରା ବଢ଼ିବାର ସମ୍ଭାବନା ଅଛି । ଅନ୍ୟପଟେ ତାପମାତ୍ରା ବୃଦ୍ଧି ପାଇଁ ରାଜ୍ୟରେ ଅଂଶୁଘାତରେ ଏଯାବତ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଲେଶ୍ୱରରୁ ଜଣକ ମୃତ୍ୟୁ ହୋଇଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ବର୍ତ୍ତମାନ ସୁଦ୍ଧ ସାରା ରାଜ୍ୟରେ ଅଂଶୁଘାତ ଓ ହିଟ୍‌ ରିଲେଟେଡ୍‌ ଇଲନେସରେ ମୋଟ ୭୧ ଜଣ ଆକ୍ରାନ୍ତ ହୋଇଛନ୍ତି ।ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେହିପରି ମୟୂରଭଞ୍ଜରୁ ୭, ଅନୁଗୁଳରୁ ୭ ଜଣ ଅଂଶୁଘାତଜନିତ ସମସ୍ୟା ନେଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ କ୍ୟାପିଟାଲ ହସ୍ପିଟାଲରେ ୬ ଜଣ ହିଟ୍‌ ରିଲେଟେଡ୍‌ ଇଲନେସ୍‌ ପାଇଁ ଆଡମିଶନ୍‌ ହୋଇଥିଲେ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ଅତି ଆବଶ୍ୟକ ନ ପଡ଼ିଲେ ବୟସ୍କ ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଓ ଗର୍ଭବତୀ ମହିଳାମାନେ ଖରାରେ ନ ବହାରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ନିରଞ୍ଜନ ମିଶ୍ର । ଯଦି ଖରାକୁ ବାହାରୁଛନ୍ତି ତେବେ ସାଙ୍ଗରେ ଛତା, ପାଣି ବୋତଲ ଆଦି ନେଇ ଯାଆନ୍ତୁ ଏବଂ ମୁଣ୍ଡରେ ଓଦା କପଡ଼ା ଦିଅନ୍ତୁ ବୋଲି ସେ କହିଛନ୍ତି ।
ଏପ୍ରିଲରେ ଏଯାବତ୍‌ ୬ ଦିନ ହିଟୱେଭ୍ ଅନୁଭୂତ ହୋଇଥିବା ବେଳେ ଚଳିତ ମାସ ଆହୁରି ୩ ଦିନ ହିଟୱେଭ୍ ଅନୁଭୂତ ହେବ ବୋଲି ସୂଚନା ମିଳିଛି । କାଲି ପାଇଁ ହିଟୱେଭ୍ ନେଇ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହି ଜିଲ୍ଲା ଗୁଡିକ ହେଉଛି ନୟାଗଡ଼, ମୟୂରଭଞ୍ଜ, ଅନୁଗୁଳ ଓ ବୌଦ୍ଧ । ଏପ୍ରିଲରେ ସାଧାରଣତଃ ୧ରୁ ୩ ଦିନ ଯାଏଁ ହିଟୱେଭ୍ ଅନୁଭୂତ ହୋଇଥାଏ । କିନ୍ତୁ ଗତବର୍ଷ ଏପ୍ରିଲରେ ୫ ଦିନ ହିଟୱେଭ ଅନୁଭୂତ ହୋଇଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ ୬ ଦିନ ହିଟୱେଭ ଅନୁଭୂତ ହେଲାଣି ଏବଂ ଆଗକୁ ଆହୁରି ୩ ଦିନ ହିଟୱେଭ ଅନୁଭୂତ ହେବ ବୋଲି ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button