ଦେଶ ବିଦେଶ

ଟିକ୍ ଟକ୍ ବ୍ୟାନ ଉପରେ ମୋହର ମାରିଲେ ଜୋ ବାଇଡେନ; ଆମେରିକାବାସୀଙ୍କୁ ଟିକ୍ ଟକ୍ ସିଇଓ କହିଲେ ଏହା ଏକ

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଲାଗିଲା ଚିନ୍ ଆପକୁ ଶକ୍ତ ଝଟକା । ବନ୍ଦ ହେବ ଲୋକପ୍ରିୟ ଭିଡିଓ ଆପ୍ ଟିକ୍ ଟକ୍ । ଆମେରିକାର ରଷ୍ଟ୍ରପତି ୨୪ ଏପ୍ରିଲରେ ଏକ ବିଲ ଉପରେ ମୋହର ମାରିଛନ୍ତି । ଏହାପରେ ଆମେରିକାରେ ଟିକ୍ ଟକ ଆପକୁ ବ୍ୟାନ କରାଯିବା ପାଇଁ ନିଆଯାଇଛି ନିଷ୍ପତ୍ତି । ଏଥିପାଇଁ ବାଇଟ ଡ୍ୟାନ୍ସକୁ ୧ ବର୍ଷ ପାଇଁ ସମୟ ଦେଇଛି ଆମେରିକା । ଯଦି ସେହି ସମୟ ସୀମା ମଧ୍ୟରେ ବାଇଟ ଡ୍ୟାନ୍ସ ଆପ୍ ରେ କିଛି ପରିବର୍ତ୍ତନ ନଆଣନ୍ତି ତେବେ ଏହା ଆମେରିକାରେ ସବୁଦିନ ପାଇଁ ବ୍ୟାନ ହୋଇଯିବ । ତେବେ ଏହି ବିଲରେ ଜାତିୟ ସମସ୍ୟାର ସମାଧାନ କରାଯାଇଛି । ଏହା ବ୍ୟତୀତ ଏହି ବିଲ ଅନୁସାରେ ବାଇଟ୍ ଡ୍ୟାନ୍ସକୁୁ ତାର ଅଶଂଧନ ବିକ୍ରିୟ କରିବା ପାଇଁ ୯ ମାସର ସମୟ ମିଳିଛି । ତେବେ ଏହି ବିଲ ଏକ ସ୍ୱତନ୍ତ୍ର ପ୍ୟାକେ୍‌ଜର ଅଶଂ ଥିଲା । ଯେଉଁଥିରେ ୟୁକ୍ରେନ , ଇସ୍ରାଏଲ୍‌, ତାଇୱାନ, ଏବଂ ଆମେରିକାର ଅନ୍ୟ ଅଂଶୀଦାରମାନଙ୍କ ପାଇଁ ସାମରିକ ସହାୟତା ସାମିଲ ଥିଲା

ତେବେ ଏହି ବିଲକୁ ନେଇ ବାଇଡେନ କହିଛନ୍ତି ଯେ ‘ମୋ ଅଫିସ ପର୍ଯ୍ୟନ୍ତ ଆସିବା ରାସ୍ତା କଠିନ ଥିଲା । ଏହା ସହଜ ହେବା ଦରକାର ଥିଲା ଏବଂ ମୁଁ ସେଠାରେ ଶୀଘ୍ର ପହଁଞ୍ଚି ଯିବାରେ ଥିଲା ‘। କିନ୍ତୁ ଶେଷରେ ଆମେ ଏହା କଲୁ ଯାହା ଆମେରିକା ସଦା ସର୍ବଦା କରିଥାଏ । ଆମେ ସେହି ଚ୍ୟାଲେଞ୍ଜ ପାଇଁ ନିଜକୁ ପ୍ରସ୍ତୁତ କଲୁ । ସିନେଟ ୭୯-୧୮ ଭୋଟରେ ଟିକଟକ ନିଷେଧ ବିଲକୁ ସମର୍ଥନ କରିଥିଲା। ଏହା ପରେ ଏହି ବିଲ୍ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିକଟକୁ ପଠାଯାଇଥିଲା। ଏହା ଉପରେ ଟିକଟକର ସିଇଓ ଶୋ. ଜି. ଚେ କହିଛନ୍ତି ଯେ ରାଷ୍ଟ୍ରପତି ବାଇଡେନଙ୍କ ଦସ୍ତଖତ କରିଥିବା ଆଇନକୁ ବନ୍ଦ କରିବା ପାଇଁ କମ୍ପାନୀ ଆଇନଗତ ଚ୍ୟାଲେଞ୍ଜ ଜିତିବାକୁ ଆଶା କରୁଛି। ବିଡେନ ଏହି ବିଲରେ ଦସ୍ତଖତ କରିଛନ୍ତି ଯାହା ଟିକଟକର କମ୍ପାନୀ ବାଇଟ୍ ଡାନ୍ସକୁ ୨୭୦ ଦିନ ଟିକଟକର ଆମେରିକୀୟ ସମ୍ପତ୍ତି ବିକ୍ରୟ କରିବାକୁ କିମ୍ବା ନିଷେଧାଦେଶର ସମ୍ମୁଖୀନ ହେବାକୁ ଦେଇଥାଏ।

ଆଇନ ଅନୁଯାୟୀ, କମ୍ପାନୀ ବିକ୍ରୟ କରିବାର ଶେଷ ତାରିଖ ହେଉଛି ଜାନୁଆରୀ ୧୯ ତାରିଖ । କିନ୍ତୁ ଯଦି ସରକାର ଅନୁଭବ କରୁଛନ୍ତି ଯେ ବାଇଟ୍ ଡାନ୍ସ ଅଗ୍ରଗତି କରୁଛି, ତେବେ ଏହି ସମୟସୀମାକୁ ତିନିମାସ ଯାଏଁ ବଢାଇ ପାରିବେ । ଟିକଟକର ମୁଖ୍ୟ କାର୍ଯ୍ୟନିର୍ବାହୀ ଚାଉ ଏହି ନିୟମକୁ ବିରୋଧ କରି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି… “ଆମେରିକାବାସୀ କିଛି ଭୁଲ କରନ୍ତୁ ନାହିଁ, ଏହା ଏକ ନିଷେଧାଦେଶ” । ଏହି ଟିକ୍ ଟକ ଉପରେ ପ୍ରତିବନ୍ଧକ ଏବଂ ଆପଣଙ୍କ ସ୍ୱର ଉପରେ ମଧ୍ୟ ପ୍ରତିବନ୍ଧକ । ତେବେ କମ୍ପାନୀ ଏହି ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିବ ଏବଂ ଟିକଟକ୍ କାର୍ଯ୍ୟ ଜାରି ରଖିବ ବୋଲି ସେ କହିଛନ୍ତି।

ଟିକଟକ ଏହାର ସରକାରୀ ଆକାଉଣ୍ଟରେ ଥିବା ଏକ ପୋଷ୍ଟରେ ଏହି ନିଷେଧାଦେଶକୁ ‘ଅଣ-ସାମ୍ବିଧାନିକ’ ବୋଲି ବର୍ଣ୍ଣନା କରିଛି। ଟିକଟକ ମେସେଜରେ କୁହାଯାଇଛି ଯେ, ଟିକଟକ ଉପରେ ପ୍ରତିବନ୍ଧକ ଏକ ଅସାମ୍ବିଧାନିକ ଆଇନ୍ , ଏହାକୁ ଆମେ କୋର୍ଟରେ ଚ୍ୟାଲେଞ୍ଜ କରିବୁ। ଆମର ବିଶ୍ୱାସ ଅଛି ଯେ ତଥ୍ୟ ଏବଂ ଆଇନ ସ୍ପଷ୍ଟ ଭାବରେ ଆମ ପକ୍ଷରେ ଅଛି ଏବଂ ଆମେ ଶେଷରେ ଜିତିବୁ । ତେବେ ସତ୍ୟତା ହେଉଛି ଯେ ଆମେରିକୀୟ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ଏବଂ ଆମର ପ୍ଲାଟଫର୍ମଗୁଡିକ ବାହ୍ୟ ପ୍ରଭାବ ଏବଂ ମନିପୁଲେସନ୍ ଠାରୁ ମୁକ୍ତ ରଖିବା ପାଇଁ ଆମେ କୋଟି କୋଟି ଟଙ୍କା ବିନିଯୋଗ କରିଛୁ। ଏହି ନିଷେଧ ସାତ ଲକ୍ଷ ବ୍ୟବସାୟକୁ ଧ୍ୱଂସ କରିବ ଏବଂ ୧୭୦ ନିୟୁତ ଆମେରିକୀୟଙ୍କୁ ନୀରବ କରିବ। ଯେହେତୁ ଆମେ ଏହି ଅସାମ୍ବିଧାନିକ ନିଷେଧାଦେଶକୁ ଚ୍ୟାଲେଞ୍ଜ କରିଚାଲିଛୁ, ଟିକଟକ ଏକ ସ୍ଥାନ ହୋଇ ରହିବ ଯେଉଁଠାରେ ସମସ୍ତ ବୟସର ଆମେରିକୀୟମାନେ ନିରାପଦରେ ସେମାନଙ୍କ ଅନୁଭୂତି ବାଣ୍ଟିପାରିବେ ଏବଂ ଖୁସି ହୋଇପାରିବେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button