ବିଚାର

ସୂର୍ଯ୍ୟଙ୍କୁ ଜଳ ଦେଉଥିବା ମହିଳା ନିଶ୍ଚୟ ଜାଣି ନିଅନ୍ତୁ କିଛି ଜରୁରୀ ନିୟମ। ନଚେତ ପଡ଼ିବେ ସମସ୍ୟାରେ

ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ ସୂର୍ଯ୍ୟଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶାସ୍ତ୍ରରେ ମଧ୍ୟ କୁହାଯାଇଛି । ସୂର୍ଯ୍ୟ କିରଣ ଦ୍ୱାରା ହିଁ ସମଗ୍ର ସଂସାର ସମ୍ପାଦିତ ହୋଇଥାଏ । ମନୁଷ୍ୟ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରି ତାଙ୍କର ଆଭାର ହେବା ଉଚିତ । ପ୍ରତିଦିନ ସମ୍ଭବ ନହେଲେ ଅତିକମରେ ରବିବାର ଦିନ ଜଳ ଅର୍ପଣ କରିବା ଉଚିତ । ସୂର୍ଯ୍ୟଙ୍କୁ ପୂଜା କରିବାର ପରମ୍ପରା ଅନେକ ପୁରା କାଳରୁ ଚାଲି ଆସୁଛି । ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବାର ମଧ୍ୟ ପ୍ରଚଳନ ଚାଲି ଆସୁଛି । ମନୁଷ୍ୟର ମନ ବିଚଳିତ ହେଲେ ସେ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ଉଚିତ । ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ସୂର୍ଯ୍ୟ ଦେବଙ୍କ ମହାନତା ବିଷୟରେ ବର୍ଣ୍ଣନା କରିଛନ୍ତି ।

ସୂର୍ଯ୍ୟ ଉଦୟ ସମୟ ପୁରା ଜଗତ ସକାରାତ୍ମକ ହୋଇଯାଏ । ଯଦି ଆପଣ ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତି ତେବେ ଆପଣଙ୍କୁ ଅତ୍ୟନ୍ତ ସକାରାତ୍ମକ ଶକ୍ତି ପ୍ରାପ୍ତ ହେବ । ଜାତକରେ ଅନ୍ୟ ଗ୍ରହ ଭଳି ସୂର୍ଯ୍ୟ ଭଲ ସ୍ଥିତିରେ ନରହିଲେ ମଧ୍ୟ ଜୀବନରେ ଏହାର ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଯଦି ଭଲ ସ୍ଥିତିରେ ରହନ୍ତି ତେବେ ସମାଜରେ ମାନ ସମ୍ମାନ ଏବଂ ପ୍ରତିଷ୍ଠା ମିଳିଥାଏ । ଅନେକ ଲୋକ ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ ଅନେକ ଭୁଲ କରି ବସନ୍ତି । ସୂର୍ଯ୍ୟଙ୍କୁ ଜଳ ଦେବା ସମୟରେ କିଛି ସ୍ୱତନ୍ତ୍ର ବିଧି ପାଳନ କରିବା ଉଚିତ ଏବଂ ସୂର୍ଯ୍ୟ ଦେବଙ୍କ ମନ୍ତ୍ର ମଧ୍ୟ ଜପ କରିବା ଉଚିତ । ଯାହାଦ୍ୱାରା ଏହାର ଶୁଭ ଫଳ ପ୍ରାପ୍ତ ହେବ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଦୁଇ ହାତ ଆଞ୍ଜୁଳା କରି ନିଷ୍ଠାର ସହିତ ଜଳ ଅର୍ପଣ କରିବା ଉଚିତ । ଆପଣ ତମ୍ବା ପାତ୍ରରେ ମଧ୍ୟ ଅର୍ପିତ କରି ପାରିବେ । ଏହି ସମୟରେ ଧ୍ୟାନ ଦେବେ ଯେମିତି ତର୍ଜନୀ ଆଙ୍ଗୁଠି ପରସ୍ପରକୁ ସ୍ପର୍ଶ ନକରେ । ନଚେତ ଏହାଦ୍ବାରା ସୂର୍ଯ୍ୟ ଦେବ କ୍ରୋଧିତ ହୁଅନ୍ତି । ଆପଣ ଦୁଇ ହାତରେ କିମ୍ବା ତମ୍ବା ପାତ୍ରରେ ଜଳ ଅର୍ପଣ କରିବା ବେଳେ ଏଥିପାଇଁ ଧ୍ୟାନ ଦିଅନ୍ତୁ । ତମ୍ବା ଲୋଟାରେ ଜଳ ଅର୍ପଣ କରିବା ସମୟରେ ମଧ୍ୟ ଯେମିତି ଆଙ୍ଗୁଠି ସ୍ପର୍ଶ ନକରେ । ସୂର୍ଯ୍ୟ ଉଦୟ ହେବା ସମୟରେ ହିଁ ଜଳ ତର୍ପଣ ଦିଅନ୍ତୁ । ଉଦୟ ପରେ ତର୍ପଣ ଦେଲେ ତାହାର କୌଣସି ମହତ୍ତ୍ୱ ରହେନାହିଁ ।

ଯଦି ଆପଣ ସୂର୍ଯ୍ୟ ଉଦୟ ପରେ ଅର୍ଘ୍ୟ ଦେଉଛନ୍ତି ତେବେ ତିନି ଥର ପରିବର୍ତ୍ତେ ଚାରି ଥର ଅର୍ଘ୍ୟ ଦେଇ ସୂର୍ଯ୍ୟ ଦେବତାଙ୍କୁ କ୍ଷମା ମାଗି ନିଅନ୍ତୁ । ଏହାଦ୍ବାରା ଦୋଷ କମ ହୋଇଯାଏ । ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ହିଁ ଜଳ ଅର୍ପଣ କରିବା ଉଚିତ । ତମ୍ବା ପାତ୍ରରେ ରଖା ଯାଇଥିବା ପାଣିକୁ ବ୍ୟକ୍ତି ପିଇବା ଦ୍ୱାରା ମନୁଷ୍ୟ ପେଟ ସମ୍ବନ୍ଧୀୟ ରୋଗରୁ ମଧ୍ୟ ମୁକ୍ତି ପାଇଥାଏ । ତମ୍ବା ପାତ୍ରରେ ଗଙ୍ଗା ଜଳ କିମ୍ବା ଶୁଦ୍ଧ ଜଳ ନେଇ ସେଥିରେ ଚାଉଳ , ନାଲି ଫୁଲ , ଚନ୍ଦନ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପିତ କରନ୍ତୁ । ଏଥିରେ ଆପଣ ଚାହିଁଲେ କ୍ଷୀର , ଗୁଡ଼ , ମହୁ ମଧ୍ୟ ମିଶାଇ ପାରିବେ । ନିଜର ସଂକଳ୍ପ ଅନୁଯାୟୀ ହିଁ ଅର୍ଘ୍ୟ ଦିଅନ୍ତୁ । ନଚେତ ସଂକଳ୍ପର କୌଣସି ଅର୍ଥ ରହିବ ନାହିଁ । ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପିତ କରିବା ସମୟରେ ” ଓଁ ସୂର୍ଯ୍ୟାୟ ନମଃ ” ମନ୍ତ୍ରର ଜପ ମଧ୍ୟ କରି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button