ବିଚାର

ଜୀବନର ପ୍ରକୃତ ସତ୍ୟ, ଏହି କଥା ଯିଏ ପାଳନ କରିବେ ସେ କେବେ ଦୁଃଖୀ ରହିବେ ନାହିଁ

ଧନରେ ନୁହେଁ ମନରେ ଧନୀ ହୁଅ। କାହିଁକିନା ମନ୍ଦିରରେ ସ୍ୱର୍ଣ୍ଣକଳସ ତ ଥାଏ କିନ୍ତୁ ନତମସ୍ତକ ତ ପଥରର ସିଡ଼ିରେ ହିଁ ହେବାକୁ ପଡିଥାଏ।

ଆବଶ୍ୟକତା ଠାରୁ ଅଧିକ ଖୁସି ଓ ଆବଶ୍ୟକତା ଠାରୁ ଅଧିକ ଦୁଃଖ କାହାକୁ କୁହ ନାହିଁ। କାହିଁକିନା ଲୋକ ଆବଶ୍ୟକତା ଠାରୁ ଅଧିକ ଖୁସିରେ ନଜର ଓ ଆବଶ୍ୟକତା ଠାରୁ ଅଧିକ ଦୁଃଖରେ ଲୁଣ ଲଗାଇଥାନ୍ତି।

ଯାହା ସହଜରେ ମିଳିଯାଏ ତାହା ଛଳନା। ଯାହା କଠିନତାରେ ମିଳିଥାଏ ତାହା ସମ୍ମାନ।

ଯାହା ହୃଦୟରୁ ମିଳେ ତାହା ପ୍ରେମ। ଯାହା ଭାଗ୍ୟରୁ ମିଳେ ତାହା ପ୍ରକୃତ ମିତ୍ର ଅଟେ।

ତମେ ନଥିଲା ତେବେ ବି ଏ ଦୁନିଆ ଥିଲା ତମେ ଚାଲିଯିବ ତେବେ ବି ଏ ଦୁନିଆ ରହିବ।

ଏଠାରେ ବଡ଼ରୁ ବଡ଼ ଆସିଛନ୍ତି ଓ ଚାଲିଗଲେଣି।କାହାରବି ରହିବା ନରହିବାରେ ପୃଥିବୀ ବା ଲୋକଙ୍କୁ କୌଣସି ଫରକ ପଡେନାହିଁ। ଏଥିପାଇଁ ଚିନ୍ତାରୁ ମୁକ୍ତ ହୋଇ ବର୍ତମାନ ସମୟର ଆନନ୍ଦ ନିଅ।

ବିତି ଯାଇଥିବା ଜୀବନକୁ କେବେବି ମନେ ପକାଅ ନାହିଁ।ଭାଗ୍ୟରେ ଯାହା ଲେଖା ଅଛି ତାହାର ଚିନ୍ତା କର ନାହିଁ। ଯାହା ହେବ ତାହା ହୋଇକରିକି ହିଁ ରହିବ।

ତୁମେ କାଲିର ଚିନ୍ତାର ଆଜିର ହସକୁ ବର୍ବାଦ କର ନାହିଁ।

୫ଟି ପ୍ରକୃତ ସତ୍ୟ। ବଦଳି ଯାଆନ୍ତି ସେହି ଲୋକ ସମୟ ଯେପରି।

ଯାହାକୁ ଆବଶ୍ୟକତା ଠାରୁ ଅଧିକ ସମୟ ଦିଆଯାଏ।

ଯେଉଁ ବ୍ୟକ୍ତିକୁ ନିଜର ଅଧିକ ପ୍ରିୟ ଭାବନ୍ତି ସେହି ବ୍ୟକ୍ତି ଅଧିକତର ଦୁଃଖ ଦିଅନ୍ତି।

ଶୀଘ୍ର ମିଳୁଥିବା ଜିନିଷ ଅଧିକ ଦିନ ଚାଲି ନଥାଏ।ଯେଉଁ ଜିନିଷ ଅଧିକ ଦିନ ପର୍ଯ୍ୟନ୍ତ ରହିବ,ତାହା ଶୀଘ୍ର ମିଳିନଥାଏ।

ଦୂରତା ଶିଖାଇ ଥାଏ କି ପାଖ କଣ ଅଟେ।

ଟଙ୍କାର ଲୋଭ ସତ୍ୟକୁ ବନ୍ଦ କରିଦେଇଥାଏ।

ଦୁନିଆରେ ଏହି ୪ ଟି ସ୍ଥାନ କେବେ ପୂରଣ ହୁଏ ନାହିଁ। ସମୁଦ୍ର,ସ୍ମଶାନ,ତୃଷ୍ନା ଓ ମନୁଷ୍ୟର ମନ।

ନିଜର ସୁନ୍ଦରତାର ଆକଳନ ଦର୍ପଣରେ ନୁହେଁ, ଲୋକଙ୍କ ହୃଦୟରେ ଖୋଜ।

Related Articles

Leave a Reply

Your email address will not be published. Required fields are marked *

Back to top button