ଦେଶ ବିଦେଶ

ଏହି ‘ଟିନା’ କଣ ? ଯାହା ଯୋଗୁ ସୁନା ଏତେ ମହଙ୍ଗା ହୋଇଗଲାଣି

ସୁନାର କ୍ରମାଗତ ମୂଲ୍ୟ ବୃଦ୍ଧି ହେବାର କାରଣ ହେଉଛି – ଟିନା ।  ଏହି ଟିନା ଫ୍ୟାକ୍ଟର୍ ଚୀନ୍ ଲୋକଙ୍କୁ ସୁନା କିଣିବାକୁ ବାଧ୍ୟ କରିଛି ଏବଂ ସେମାନେ କ୍ରମାଗତ ଭାବରେ ଏହାକୁ କିଣୁଛନ୍ତି । ଆପଣ ବର୍ତ୍ତମାନ ସୁନାରେ ନିବେଶ କରିବା ଉଚିତ କି? ବିଶେଷଜ୍ଞମାନଙ୍କଠାରୁ ଆସନ୍ତୁ ଜାଣିବା ଏ ବିଷୟରେ ।

ଏପ୍ରିଲ ୧୨ ରେ ସୁନା ମୂଲ୍ୟରେ ପହଞ୍ଚିଥିବା ସର୍ବୋଚ୍ଚ ସ୍ତର ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି । MCX ରେ ₹ ୭୩,୯୫୮ ସ୍ତରକୁ ଛୁଇଁବା ପରେ ଆଜି ଏହାର ମୂଲ୍ୟ ପ୍ରାୟ ୭୦,୭୨୫ ଏବଂ କାରବାର ଚାଲିଛି । ମାର୍ଚ୍ଚ ୧ (₹ ୬୩,୫୬୩) ପରେ ସୁନା ମୂଲ୍ୟରେ ବହୁତ ବୃଦ୍ଧି ଘଟିଥିଲା । ପ୍ରଥମେ ଲୋକମାନେ ଏହି ବୃଦ୍ଧି ହେବାର କାରଣ ବୁଝି ପାରିଲେ ନାହିଁ । କିଛି ଲୋକ କହୁଥିଲେ ଏହାର କାରଣ ହେଉଛି ମଧ୍ୟ-ପୂର୍ବରେ ଅଶାନ୍ତି ଏବଂ କେହି କେହି କହୁଛନ୍ତି ଏହା ରୁଷ-ୟୁକ୍ରେନ ଯୁଦ୍ଧ କିନ୍ତୁ ପ୍ରକୃତ କଥା ହେଉଛି ‘ଟିନା’ ଫ୍ୟାକ୍ଟର ଯୋଗୁଁ ସୁନା ମୂଲ୍ୟରେ ଏପରି ବୃଦ୍ଧି ଘଟିଛି ।

ଏହି ଟିନା କିଏ ଏବଂ ଟିନା କାରଣରୁ ଲୋକମାନେ କିପରି ଲକର ଭର୍ତ୍ତି କରିବାକୁ ସୁନା କିଣୁଛନ୍ତି ?

ଆସନ୍ତୁ ଜାଣିବା ଏହା ବିଷୟରେ । ପ୍ରଥମ କଥା ହେଉଛି ଟିନା ଭାରତର ଲୋକଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି ବିଶେଷଜ୍ଞ ମାନଙ୍କ ମତ । ଭାରତର ପଡୋଶୀ ଦେଶ ଚୀନ୍ ଲୋକଙ୍କ ହୃଦୟ ଏବଂ ମନ ଉପରେ ଟିନାର ବହୁତ ପ୍ରଭାବ ପଡିଛି । କିଛି ଦିନ ପୂର୍ବରୁ ଏକ ରିପୋର୍ଟ ଆସିଥିଲା ​​ଯେ ଚୀନ୍ ୨୦୨୩ ରେ ସର୍ବ ବୃହତ ସୁନା ଗ୍ରାହକ ହୋଇପାରିଛି । ଚାଇନାର ଲୋକମାନେ ସମୁଦାୟ ୬୩୦ ଟନ୍ ସୁନା କିଣିଥିବାବେଳେ ଭାରତୀୟମାନେ ୫୬୨.୩ ଟନ୍ ସୁନା କିଣିଛନ୍ତି ।

ଏହି ଟିନା ଫ୍ୟାକ୍ଟର୍ କ’ଣ ?

ଟିନା ଅର୍ଥ କୌଣସି ବିକଳ୍ପ ନାହିଁ (There is no alternative (TINA)) ।  ବାସ୍ତବରେ, ଯେଉଁମାନେ ଭବିଷ୍ୟତର ଅନିଶ୍ଚିତତାକୁ ଭୟ କରୁଛନ୍ତି, ସେମାନେ ସୁରକ୍ଷିତ ବିନିଯୋଗ ଉପକରଣ ସୁନାରେ ବିନିଯୋଗ କରିବା ଭଲ ସେମାନେ ବୋଲି ମନେ କରୁଛନ୍ତି  । ଲୋକମାନେ ଅନୁଭବ କରନ୍ତି ଯେ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି କାରଣରୁ ଚାଇନାରେ ଖୁଚୁରା ଦୋକାନୀ, ନିବେଶକ, ଭବିଷ୍ୟତର ବ୍ୟବସାୟୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ସୁନା କିଣିବାକୁ ବାଧ୍ୟ ହୋଇଥିଲେ। ଫଳସ୍ୱରୂପ, ସୁନା ଦର ଆହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଲା ।

ବାର୍ ଏବଂ ମୁଦ୍ରାର ବିପୁଳ ଚାହିଦା

ପ୍ରଥମ ଥର ପାଇଁ ଚାଇନାରେ ସୁନା ଅଳଙ୍କାର, ସୁନା ବାର ଏବଂ ମୁଦ୍ରା କିଣିବାରେ ଏତେ ବଡ଼ ସଂଖ୍ୟା ଦେଖିବାକୁ ମିଳିଛି ।  ସୁନା ଅଳଙ୍କାର ପାଇଁ ବେଜିଂର ଚାହିଦା ୧୦ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭାରତରେ ଏହି ଚାହିଦା ୬ ପ୍ରତିଶତ ହ୍ରାସ ପାଇଛି। ଯଦି ଆମେ ଚାଇନାରେ ବାର୍ ଏବଂ ମୁଦ୍ରାରେ ବିନିଯୋଗ ବିଷୟରେ କହିବା, ଏହା ୨୮ ପ୍ରତିଶତ ବୃଦ୍ଧି ପାଇଛି । ହଂକଂର ମୂଲ୍ୟବାନ ଧାତୁ ଇନ୍ସାଇଟ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଫିଲିପ୍ କ୍ଲାପୱିଜ୍ ଙ୍କ ଉଦ୍ଧେଶ୍ୟରେ ବ୍ଲୁମବର୍ଗ ରିପୋର୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରକାଶ ପାଇଛି । ଆଗାମୀ ସମୟରେ ଏହି ମୂଲ୍ୟ ଆହୁରି ବଢିପାରେ ବୋଲି ସେ ସୂଚିତ କରିଛନ୍ତି । ଚାହିଦା ଆହୁରି ବଢିବାର ସମ୍ଭାବନା ଥିବାର ସେ କହିଛନ୍ତି ।

ଗତ କିଛି ବର୍ଷ ଧରି ଚାଇନାରେ ସମ୍ପତ୍ତି କ୍ଷେତ୍ର ଦୁର୍ବଳ ହେଇ ଚାଲିଛି ।  ଷ୍ଟକ୍ ମାର୍କେଟରେ ବହୁତ ଅସ୍ଥିର ରହିଛି କୌଣସି କ୍ଷେତ୍ରରେ ସେଭଳି ଭଲ ଉନ୍ନତି ହୋଇନାହିଁ ଏବଂ ଚାଇନାର ମୁଦ୍ରା ୟୁଆନ୍ ମଧ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି । ଏହି ସମସ୍ତ କାରଣ ନିବେଶକମାନଙ୍କୁ ସୁନା ଆଡକୁ ମୁହାଁଇଛି ବୋଲି ବିଶେଷଜ୍ଞ ମାନେ କହୁଛନ୍ତି । ସବୁକିଛି ଦେଖିବା ପରେ, ସେମାନେ କେବଳ ଟିନା ବୁଝନ୍ତି ।  ଟିନା ଅର୍ଥ ଅନ୍ୟ କୌଣସି (ଭଲ) ବିକଳ୍ପ ନାହିଁ । ଲାପୱିଜ୍ ମଧ୍ୟ ଅନୁଭବ କରୁଛନ୍ତି ଯେ ବର୍ତ୍ତମାନ ଚାଇନାରେ ଅନ୍ୟ କୌଣସି ବିକଳ୍ପ ନାହିଁ । ବିନିମୟ ଏବଂ ପୁଞ୍ଜି ନିୟନ୍ତ୍ରଣ ହେତୁ, ଆପଣ ଅନ୍ୟ ବଜାରରେ ଟଙ୍କା ବିନିଯୋଗ କରିବା କଥା ଚିନ୍ତା ମଧ୍ୟ  କରିପାରିବେ ନାହିଁ । ଯଦିଓ ଚୀନ୍ ଅନ୍ୟ ଦେଶ ତୁଳନାରେ ଅଧିକ ସୁନା ଉତ୍ପାଦନ କରେ, ତଥାପି ଆହୁରି ଅଧିକ ରପ୍ତାନି କରିବାର ଆବଶ୍ୟକତା ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ୨୮୦୦ ଟନ୍ ସୁନା ବିଦେଶରେ କିଣାଯାଇଛି ଏବଂ ଏହା ସମଗ୍ର ବିଶ୍ୱରେ ଥିବା ସୁନା ବ୍ୟାକିଂ ଏକ୍ସଚେଞ୍ଜ ବାଣିଜ୍ୟ ପାଣ୍ଠି (ETF) ଠାରୁ ଅଧିକ ।

ତେବେ ଏହା ବିନିଯୋଗ ପାଇଁ ଉପଯୁକ୍ତ ସମୟ କି ?

ଖଣିଜ ବିଶେଷଜ୍ଞ ଅଜୟ କେଡିଆଙ୍କ ଉଦ୍ଧେଶ୍ୟରେ ମିଡ଼ିଆରେ ଏହା ବିଷୟରେ ପ୍ରକାଶ କରିସାରିଛି । ସୁନା କିଣିବା ଉପରେ ଅଜୟ କେଡିଆ କହିଛନ୍ତି ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଯୋଗୁଁ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ୨୦୨୪ ଆରମ୍ଭରୁ ସୁନା ଓ ରୂପା ଦର ବୃଦ୍ଧି ପାଉଛି ।  ଭବିଷ୍ୟତରେ ମଧ୍ୟ ଏହି ଧାରା ଜାରି ରହିବାର ସମ୍ଭାବନା ରହିଛି । ସମ୍ପ୍ରତି, ଭୌଗଳିକ, ରାଜନୈତିକ ଉତ୍ତେଜନା ଏବଂ ଅନେକ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଦ୍ୱାରା ସୁନା କ୍ରୟ ହେତୁ ଏହାର ଚାହିଦା ବଢି ଚାଲିଛି ଯାହା ଏହାର ମୂଲ୍ୟ ବୃଦ୍ଧି ହେବାର ସବୁଠାରୁ ବଡ କାରଣ ଅଟେ । ଅଜୟ କେଡିଆ କହିଛନ୍ତି, ସ୍ପଷ୍ଟରୂପେ ଯଦି କେହି ଅଳଙ୍କାର କିଣିବା ଆବଶ୍ୟକ କରନ୍ତି, ତେବେ ସେ ନିଶ୍ଚିତ ଭାବରେ ଏହାକୁ କିଣିବା ଉଚିତ୍, କାରଣ ମୂଲ୍ୟ ହ୍ରାସକୁ ଅପେକ୍ଷା କରିବା ଠିକ୍ ନୁହେଁ। ସୁନା ମୂଲ୍ୟରେ ସାମାନ୍ୟ ନରମ ହେବା କେବଳ ଅଗଷ୍ଟ ପରେ ଦେଖାଯିବ, କିନ୍ତୁ ତାହା ମଧ୍ୟ ସାମୟିକ ହେବ ।

ମୋର ଧନ ଗ୍ରୋ ଡଟ୍ କମ୍ ର ସହ-ପ୍ରତିଷ୍ଠାତା ହର୍ଷଦ ଚେତନୱାଲା ବିଜନେସ୍ ଟୁଡେରେ କହିଛନ୍ତି ଯେ ନିବେଶକମାନେ ସାଧାରଣତ ହଳଦିଆ ଧାତୁ(ସୁନା) କିଣିବାକୁ ଆଗ୍ରହୀ ଅଟନ୍ତି। କିନ୍ତୁ ଲୋଭରୁ କିଣିବା ଇଚ୍ଛା କରୁଥିବା ବ୍ୟକ୍ତିଙ୍କୁ ଏହା ଆଶାନୁରୂପ ଫଳାଫଳ ଦେଇପାରେ ନାହିଁ, କାରଣ ସାଧାରଣତ ସୁନାର ମୂଲ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ସ୍ଥିର ରହିଥାଏ । ସୁନା ଅଳଙ୍କାରରେ ଟଙ୍କା ବିନିଯୋଗ କରିବା ପରିବର୍ତ୍ତେ ସେ ଏହାକୁ ଏକ ପୋର୍ଟଫୋଲିଓରେ ରଖିବାକୁ ସେ ପରାମର୍ଶ ଦେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button