ରାଜନୀତି

ରାହାମାଠାରେ ବିଜେପି ତରଫରୁ ଆଶୀର୍ବାଦ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ଧିରେ ଧିରେ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ଶକ୍ତି ବୃଦ୍ଧି କରୁଛି ବିଜେପି। ବିଭିନ୍ନ ପଞ୍ଚାୟତରେ ଦଳୀୟ ସଂଗଠନକୁ ଦୃଢ କରିବା ସହିତ ରାହାମା ବଜାରରେ ଏକ ବୃହତ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏହି ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସ ଦଳର ଶତାଧିକ କର୍ମୀ ଯୋଗ ଦେଇଛନ୍ତି। ଏହି ସଂକଳ୍ପ ସମାବେଶ ଓ ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟସଭାପତି ସମୀର ମହାନ୍ତି, ବିଜେପି ନେତ୍ରୀ ପିଙ୍କି ପ୍ରଧାନ, ବିଜେପି ସାଂସଦ ପ୍ରାର୍ଥୀ ବିଭୂପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ବାଇଁଙ୍କ ସମେତ ବହୁ ଦଳୀୟ ସଂଗଠକ ଯୋଗ ଦେଇଥିଲେ । ବିଜେଡି ନେତା ଶିଶିର କୁମାର ଦାସଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ବିଜେପି ସଶକ୍ତ ହେବ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ କେନ୍ଦ୍ରରେ ସରକାର ଗଠନ କରିବା ସହିତ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଠନ କରିବ ବୋଲି ପ୍ରକାଶ କରିଛନ୍ତି ଦଳୀୟ ନେତୃତ୍ବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button