କ୍ରାଇମ

ଲୋକଙ୍କ ଆଗରେ ଯୁବକ ଯୁବତୀଙ୍କ ଲଢ଼େଇ – Utkal Mail


ଭୁବନେଶ୍ବର: ଜନଗହଳି ପୂର୍ଣ୍ଣ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଜଣେ ଯୁବକ ଓ ଦୁଇ ଯୁବତୀଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଆଜି ପୂର୍ବାହ୍ନରେ ବର୍ଷା ଚାଲିଥିବା ବେଳେ ସର୍ବସମ୍ମୁଖରେ ଜଣେ ଯୁବକ ଓ ଦୁଇଜଣ ଯୁବତୀ ପିଟାପିଟି ହୋଇଥି‌ଲେ। ଯୁବକ ଜଣକ ଅଶ୍ରାବ୍ୟ ଭାଷାରେ ଜଣେ ଯୁବତୀକୁ ଗାଳିଗୁଲଜ କରିବା ସହିତ ଠେଲାପେଲା କରୁଥିଲା।

ଉକ୍ତ ଯୁବତୀ ଜଣକ ମଧ୍ୟ ଯୁବକକୁ ପ୍ରତିଆକ୍ରମଣ କରିବା ସହିତ ଏକ ଇଟାରେ ଛେଚିବାକୁ ଉଦ୍ୟମ କରିଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଚାରିପାଖରେ ଥିବା ଦୋକାନ ଓ ଅନ୍ୟ ଘର ବାରଣ୍ଡାରେ ଠିଆହୋଇଥିବା ଲୋକେ ସେସବୁ ଦେଖୁଥିଲେ ହେଁ ଯୁବକ ଯୁବତୀଙ୍କ ଉପରେ କିଛି ପ୍ରଭାବ ପଡୁ ନଥିଲା। ଏସବୁ କିଛି ସମୟ ଚାଲିବା ପରେ ସେମାନେ ସେଠାରୁ ପଳାଇଥିଲେ। ଏ ନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଏନେଇ ଖାରବେଳନଗର ଥାନାରେ କୌଣସି ମାମଲା ରୁଜୁ କରାଯାଇ ନାହିଁ କି ଏଯାଏ ଲଢ଼େଇରତ ସେ ଯୁବକ ଯୁବତୀଙ୍କର ପରିଚୟ ମିଳିନାହିଁ।




Related Articles

Leave a Reply

Your email address will not be published. Required fields are marked *

Back to top button