ଦେଶ ବିଦେଶ

ୟୁକ୍ରେନ ଉପରେ ରୁଷର ସବୁଠୁ ବଡ଼ ଆକ୍ରମଣ, ଦିନକରେ ୭୦ରୁ ଅଧିକ ରକେଟ୍ ମାଡ଼

କିଭ୍: ଯୁଦ୍ଧ ଆରମ୍ଭରୁ ୟୁକ୍ରେନ ଉପରେ ରୁଷ ସବୁଠୁ ବଡ଼ ଆକ୍ରମଣ କରିଛି । ୟୁକ୍ରେନ ଉପରେ ରୁଷ ଶୁକ୍ରବାର ୭୦ରୁ ଅଧିକ ରକେଟ୍ ମାଡ଼ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷର ଏଭଳି ଘନଘନ ମିସାଇଲ୍ ମାଡ଼ ଯୋଗୁଁ ୟୁକ୍ରେନର ଦ୍ୱିତୀୟ ବୃହତ୍ତମ ସହର ଖାର୍କିଭରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଥିବା ବେଳେ ରାଜଧାନୀ କିଭରେ ଜରୁରୀକାଳୀନ ବ୍ଲାକଆଉଟ୍ ଲାଗୁ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ ରୁଷ ଆକ୍ରମଣରେ କେନ୍ଦ୍ରୀୟ କ୍ରିଭ ରିହରେ ତିନି ଜଣ ଏବଂ ଦକ୍ଷିଣରେ ଅବସ୍ଥିତ ଖେରସନ୍‌ରେ ଆଉ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହାପୂର୍ବରୁ କବଜାରେ ଥିବା ପୂର୍ବ ୟୁକ୍ରେନରେ ରୁଷୀୟ ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନର ଗୁଳିମାଡ଼ରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

ଶୁକ୍ରବାର ସନ୍ଧ୍ୟାର ଏକ ଭିଡିଓ ସମ୍ବୋଧନରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ରୁଷର ବଡ଼ ଧରଣର ଆକ୍ରମଣର ମୁକାବିଲା ପାଇଁ ପାଇଁ ପର୍ଯ୍ୟାପ୍ତ କ୍ଷେପଣାସ୍ତ୍ର ଅଛି । ଏହାଛଡ଼ା ସେ ପଶ୍ଚିମ ସହଯୋଗୀ ରାଷ୍ଟ୍ରମାନଙ୍କୁ ଆହୁରି ଅଧିକ ଏବଂ ଉନ୍ନତ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବାକୁ ଅନୁରୋଧ କରିଛନ୍ତି ।

ଜେଲେନସ୍କି କହିଛନ୍ତି ଯେ ଯୁଦ୍ଧରେ ପାଲଟା ଜବାବ୍ ଦେବାକୁ ୟୁକ୍ରେନ ସମର୍ଥ। ମସ୍କୋ ଯେତେ ଚେଷ୍ଟା କଲେ ମଧ୍ୟ ଯୁଦ୍ଧରେ ଶକ୍ତି ସନ୍ତୁଳନ ବଦଳିବ ନାହିଁ। ଫେବୃଆରୀ ୨୪ରୁ ଆରମ୍ଭ ହୋଇଥିବା ଆକ୍ରମଣର ପ୍ରାୟ ବର୍ଷକ ପରେ ଅର୍ଥାତ ଆସନ୍ତା ବର୍ଷ ଆରମ୍ଭରେ ମସ୍କୋ ନୂଆ ଅଲଆଉଟ୍ ଆକ୍ରମଣ ପାଇଁ ଯୋଜନା କରୁଛି। କିନ୍ତୁ ରୁଷର ସୈନ୍ୟବାହିନୀ କେବଳ ଅଳ୍ପ ଅଞ୍ଚଳ ଦଖଲ କରିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button