ସ୍ୱାସ୍ଥ୍ୟ

ଭୁଲରେ ବି ଛୋଟ ପିଲାଙ୍କୁ ଦିଅନ୍ତୁ ନାହିଁ ଚା ’, ଦେଖାଦେଇଥାଏ ଏସବୁ ସମସ୍ୟା

ଆମ ଦେଶରେ ଅଧିକାଂଶ ଲୋକ ଚା’ ପିଇବାକୁ ଖୁବ୍ ପସନ୍ଦ କରନ୍ତି। ଏମିତି କି ଅନେକ ଲୋକ ଦିନର ଆରମ୍ଭ ହିଁ ଚା ’ ରୁ କରିଥାନ୍ତି। ଏହା ବ୍ୟତୀତ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ଦିନକୁ ଅନେକ ଥର ଚା ପିଇଥାନ୍ତି। ତେବେ ଅଧିକ ଚା’ ପିଇବା ଆମ ଶରୀରର ପାଇଁ କ୍ଷତି କାରକ ଅଟେ। କାରଣ ଅତ୍ୟଧିକ ଚା’ ପିଇବା ଦ୍ୱାରା ଶରୀରରେ ଗ୍ୟାଷ୍ଟ୍ରିଗ୍ ସମସ୍ୟା ଦେଖାଯାଇଥାଏ। ଏଥିରେ ଥିବା କ୍ୟାଫିନ୍ ଆମ ଶରୀର ପାଇଁ ମଧ୍ୟ ଖୁବ୍ କ୍ଷତିକାରକ ହୋଇଥାଏ। ସେହିଭଳି ଅନେକଙ୍କ ଛୋଟ ଛୁଆମାନେ ମଧ୍ୟ ବିସ୍କୁଟ୍ ସହ ଚା’ ଖାଇବାକୁ ପସନ୍ଦ କରିଥାନ୍ତି | କିନ୍ତୁ ଆପଣ ଜାଣିଛନ୍ତି କି, ଛୋଟ ପିଲାଙ୍କ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ଅନେକ କ୍ଷତିକାରକ ହୋଇଥାଏ | ତେବେ ଜାଣିରଖନ୍ତୁ ଛୋଟ ପିଲାମାନେ ଚା’ ପିଇଲେ କେଉଁ ସମସ୍ୟା ଦେଖାଯାଇଥାଏ ?

ଚା’ରେ ଥିବା କ୍ୟାଫିନ୍ ର ପରିମାଣ ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ମସ୍ତିଷ୍କ ଉପରେ କୂପ୍ରଭାବ ପକାଇଥାଏ । ସେଥିପାଇଁ ପିଲାମାନଙ୍କୁ ପ୍ରାୟତଃ ଚା’ ପିଇବାକୁ ବାରଣ କରାଯାଇଥାଏ। ଛୋଟ ପିଲାମାନେ ପ୍ରତିଦିନ ଚା’ ପିଇବା ଦ୍ୱାରା ସେମାନଙ୍କ ପେଟ ରୋଗ ଓ ସ୍ୱାସ୍ଥ୍ୟ ଜନିତ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ।

ତେବେ ୧୨ ରୁ ୧୮ ବର୍ଷ ପିଲାମାନେ କେବେ କେବେ ଚା’ ପିଇ ପାରିବେ ମାତ୍ର ୧୨ ବର୍ଷରୁ କମ୍ ବୟସର ପିଲାମାନେ ଆଦୌ ଚା’ ପିଇବା ଉଚିତ୍ ନୁହେଁ। ଏହା ଛୋଟ ପିଲାମାନଙ୍କ ମାନସିକ ଓ ଶାରିରୀକ ବିକାଶରେ ବାଧା ସୃଷ୍ଟି କରିଥାଏ। ଯଦି ଆପଣ ପିଲାମାନଙ୍କୁ ଚା’ ପିଇବାକୁ ଦେଉଛନ୍ତି ତେବେ ସେମାନଙ୍କୁ ହର୍ବାଲ ଚା’ ପିଇବାକୁ ଦିଅନ୍ତୁ | କାରଣ ହର୍ବାଲ ଚା’ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।
utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button