ସ୍ୱାସ୍ଥ୍ୟ
ଆପଣାନ୍ତୁ ଏସବୁ ଉପାୟ, ଦୂର ହେବ ମାନସିକ ଚାପ

ବ୍ୟସ୍ତଭରା ଜୀବନରେ ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି କାରଣରୁ ମାନସିକ ଚାପ ବା ଟେନସନ ରହିଥାଏl ଏବଂ ଆଗକୁ ଏହି ଚିନ୍ତା ଓ ମାନସିକ ଚାପ ଗମ୍ଭୀର ରୋଗର କାରଣ ହୋଇଥାଏl ତେବେ ଆସନ୍ତୁ ଜାଣିବା ଏପରି ୫ଟି ନିୟମ ବିଷୟରେ ଯାହା ଟେନସନ ଠାରୁ ଦୂରେଇ ରଖିବl
- ଜୀବନରେ ଯଦି କୌଣସି ଏଭଳି କ୍ଷଣ ରହିଥଏ, ଯେଉଁ ସମୟରେ ମାନସିକ ଚାପରେ ରହିଥାଉl ସେତେବେଳେ ଭାବିବା ଓ ବୁଝିବାର ଶକ୍ତି ମଧ୍ୟ ଆମର ରହି ନ ଥାଏl ଏପରି ସ୍ଥିତିରେ ୫-୧୦ ମିନିଟ ପର୍ଯ୍ୟନ୍ତ ଆପଣ ଦୀର୍ଘ ନିଶ୍ୱାସ ନେଇ ଆପଣ ଧ୍ୟାନ କେନ୍ଦ୍ରିତ କରନ୍ତୁl ଏଭଳି କରିବା ଦ୍ୱାରା ମନରେ ସକାରାତ୍ମକ ଭାବନା ସୃଷ୍ଟି ହୋଇଥାଏl
- ଯୋଗ ମଣିଷ ଜୀବନର ଗୋଟିଏ ମହତ୍ୱପୂର୍ଣ କାର୍ଯ୍ୟ l ମାନସିକ ଉତ୍ତେଜନାକୁ ହ୍ରାସ କରିବା ପାଇଁ ଯୋଗ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏl ଯୋଗ ଦ୍ୱାରା ମଣିଷ ମଧ୍ୟରେ ଉର୍ଜା ସଂଚାର ହୋଇଥାଏl ଯାହା ବିପରୀତ ପରିସ୍ଥିତିରେ ମଧ୍ୟ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥାଏl
- ଯଦି କୌଣସି ସମସ୍ୟାକୁ ନେଇ ଅଧିକ ମାନସିକ ଚାପରେ ରହୁଛନ୍ତି ତେବେ ମାଇଣ୍ଡ କୋନସେଲର ସହ ଯୋଗାଯୋଗ କରନ୍ତୁ l ଯାହାକି ଆପଣଙ୍କୁ ଚାପମୁକ୍ତ କରିବାରେ ସାହାଯ୍ୟ କରିବl ନଚେତ ନିଜ ମନରେ ଚାଲିଥିବା ଛୋଟ ଛୋଟ କଥାକୁ ନିଜ ପରିବାର ସଦସ୍ୟ ଓ ବନ୍ଧୁଙ୍କ ସହ ସେୟାର କରନ୍ତୁl
- ନିଜକୁ ଚାପ ମୁକ୍ତ ରଖିବା ପାଇଁ ଭାରତୀୟ ଚିକିତ୍ସା ଶାସ୍ତ୍ରରେ ଗୋଟିଏ ଭଲ ଉପାୟ ହେଉଛି ଆଧ୍ୟାତ୍ମିକ ରାସ୍ତାl ଯାହାକି ମନୁଷ୍ୟକୁ ମନୋବଳ ଦେଇଥାଏl ଏବଂ ଚାପ ମୁକ୍ତ ରଖିବାରେ ସାହାଯ୍ୟ କରିଥାଏ l
- କେବେ କେବେ ମଣିଷ ଚାପମୁକ୍ତ ହେବ ପାଇଁ ନିଜ କାମରୁ ବ୍ରେକ ନେବା ଜରୁରୀ ଏବଂ ନିଜେ ଏଭଳି ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସମୟ ଅତିବାହିତ କରିବା ଆବଶ୍ୟକ ଯେଉଁଠି ତାକୁ ଶାନ୍ତି ମିଳୁଥିବl
ଅନ୍ୟମାନଙ୍କୁ ଜଣାନ୍ତୁ।