କରୋନା

ଆଜିଠାରୁ ରାଜ୍ୟରେ ପୁଣି କୋଭିଡ ଟିକାକରଣ

ଭୁବନେଶ୍ୱର -ରାଜ୍ୟରେ ଆଜିଠାରୁ ପୁଣି ଆରମ୍ଭ ହେବ କୋଭିଡ ଟିକାକରଣ । ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଟିକାକରଣ କରାଯିବ । ଉଭୟ ଅଫଲାଇନ ଓ ଅନଲାଇନରେ ପଞ୍ଜିକରଣ କରି ହିତାଧିକାରୀମାନେ ଟିକା ନେଇ ପାରିବେ । କେବଳ କୋଭିଶିଲ୍ଡ ଟିକା ନେଇଥିବା ହିତାଧିକାରୀ ଟିକା ନେଇ ନେଇପାରିବେ । ପୁରୁଣା ଗାଇଡଲାଇନ ଅନୁସାରେ ହିତାଧିକାରୀମାନେ ଦ୍ୱିତୀୟ ଓ ପ୍ରିକସନ ଡୋଜ ମାଗଣାରେ ନେଇପାରିବେ ।

କେନ୍ଦ୍ର ସରକାର ଓଡିଶାକୁ ୧ ଲକ୍ଷ କୋଭିଶିଲଡ ଟିକା ପଠାଇଛନ୍ତି । ବିଭିନ୍ନ୍ ଜିଲ୍ଲା ମୁଖ୍ୟ ଡାକ୍ତରଖାନା, ଉପଖଣ୍ଡ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଟିକା ପଠାଯାଇଛି । ହକି ବିଶ୍ୱକପ ଚାଲିଥିବାରୁ ସୁନ୍ଦରଗଡ, ଭୁବନେଶ୍ୱର ଓ କଟକରେ ଅଧିକ ଟିକା ଗଚ୍ଛିତ ରଖାଯାଇଥିବା ସୂଚନା ମିଳିଛି ।

‌କେନ୍ଦ୍ରରୁ କୋଭାକ୍ସିନ ଟିକା ଆସିବା ପରେ ଏହି ଟିକା ନେଇଥିବା ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button