ମନୋରଞ୍ଜନ

ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର, କଟକ ମହିଳା ଥାନାରେ ହାଜର ହେଲେ ସାଗର

କଟକ – କଟକ ମହିଳା ଥାନାରେ ହାଜର ହୋଇଛନ୍ତି ଗାୟକ ହ୍ୟୁମାନ ସାଗର। ତାଙ୍କ ନାଁରେ ପତ୍ନୀ ଶ୍ରୀୟା ନିର୍ଯାତନା ଅଭିଯୋଗ କଲାପରେ ପୋଲିସ ସମନ ପାଇ ହାଜର ହୋଇଛନ୍ତି ହ୍ୟୁମାନ ସାଗର। ଏଣେ ହ୍ୟୁମାନ ସାଗରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଶ୍ୱଶୁର । ମଦ ପିଇ ହ୍ୟୁମାନ ସାଗର ତାଙ୍କ ଝିଅକୁ ମାନସିକ ଓ ଶାରୀରିକ ନିର୍ଯାତନା ଦିଅନ୍ତି । କେବଳ ସେତିକି ନୁହେଁ ୫ ମାସ ହେବ ସ୍ୱାମୀ ସ୍ତ୍ରୀ ଅଲଗା ରହୁଛନ୍ତି । ଅତ୍ୟାଚାର ପାଇଁ ବାଧ୍ୟ ହୋଇ ଝିଅକୁ ଘରକୁ ନେଇଆସିଥିଲୁ ବୋଲି ଶ୍ରୀୟାଙ୍କ ବାପା ଅଭିଯୋଗ କରିଛନ୍ତି।

ଏପରିକି ଧର୍ମ ପରିବର୍ତ୍ତନ ପାଇଁ ହ୍ୟୁମାନଙ୍କ ପରିବାର ଶ୍ରୀୟାଙ୍କୁ ବାଧ୍ୟ କରାଯାଉଥିଲା ବୋଲି ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଉଛି ହ୍ୟୁମାନଙ୍କ ଅନ୍ୟ କାହା ସହ ସମ୍ପର୍କ ଥିବା ଶୁଣିବାକୁ ମିଳୁଛି ବୋଲି ଶ୍ରୀୟାଙ୍କ ବାପା ଅଭିଯୋଗ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button