ଜୀବନଶୈଳୀ

ମହିଳା ମାନେ ସ୍ନାନ ନକରି କରନ୍ତୁ ନାହିଁ ଏହି କାର୍ଯ୍ୟ, ନଚେତ ଖୁବ୍ ଶୀଘ୍ର ଗ୍ରାସ କରିଥାଏ ଦାରିଦ୍ର୍ୟତା

ହିନ୍ଦୁଧର୍ମରେ ପ୍ରତିଦିନ ଗାଧୋଇବାର ବହୁତ ମହତ୍ୱ ରହିଛି। ସ୍ନାନ ନକରି ପୂଜାପାଠ କିମ୍ବା କୌଣସି ଶୁଭ କାର୍ଯ୍ୟ କରିବା, ଏପରିକି ରୋଷେଇ କରିବା ମଧ୍ୟ ବର୍ଜିତ ମାନା ଯାଇଛି। ଶାସ୍ତ୍ରରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ଅର୍ଥାତ୍ ଦେବୀ ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନା ଯାଇଥାଏ। ତେଣୁ ମହିଳାଙ୍କୁ ନେଇ ହିନ୍ଦୁଧର୍ମ ଶାସ୍ତ୍ରରେ କିଛି ନିୟମ ତିଆରି କରାଯାଇଛି। ଯଦି ଘରର ମହିଳା ଏହି ସବୁ ନିୟମ ପାଳନ କରନ୍ତି, ତାହେଲେ ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଆଜି ଆମେ ଆପଣଙ୍କୁ କିଛି ଏଭଳି କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ସ୍ନାନ ନକରି କରିବା ଉଚିତ ନୁହେଁ।

ମହିଳାମାନେ ସ୍ନାନ ନକରି କରନ୍ତୁ ନାହିଁ ଏହି କାର୍ଯ୍ୟ :-

– ମହିଳାମାନେ ସ୍ନାନ ନକରି ତୁଳସୀ ଗଛରେ ଜଳ ଅର୍ପଣ କରନ୍ତୁ ନାହିଁ। କାରଣ ତୁଳସୀ ଗଛକୁ ଦେବୀ ବୃନ୍ଦାବତୀଙ୍କ ସ୍ୱରୂପ କୁହାଯାଏ।ଏହାକୁ ଅଶୁଦ୍ଧ ହାତରେ ଛୁଇଁବା ବା ଜଳ ଅର୍ପଣ କରିବା ଅଶୁଭ ହୋଇଥାଏ। ଏହାସହିତ ଦେବୀ ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୋଇ ଯାଇଥାନ୍ତି। ତେଣୁ ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ।

– ମହିଳାମାନେ ସ୍ନାନ ନକରି ରୋଷେଇ ଘରକୁ ଯିବା ଉଚିତ ନୁହେଁ। କାରଣ ରୋଷେଇ ଘରେ ଦେବୀ ଅନ୍ନପୂର୍ଣ୍ଣା ଓ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ। ସ୍ନାନ ନକରି ପ୍ରସ୍ତୁତ କରାଯାଇଥିବା ଭୋଜନ ଅଶୁଦ୍ଧ ହୋଇଥାଏ ଏବଂ ଦେବୀ ଅନ୍ନପୂର୍ଣ୍ଣାଙ୍କର ଅପମାନ ବୋଲି ମାନା ଯାଇଥାଏ। ତେବେ ମହିଳାମାନେ ସର୍ବଦା ସ୍ନାନ କରିବା ପରେ ଭୋଜନ ପ୍ରସ୍ତୁତି କରିବା ଆବଶ୍ୟକ। ନଚେତ ଘରେ ଦାରିଦ୍ର୍ୟତା ଗ୍ରାସ କରିବାର ସମ୍ଭାବନା ରହିଥାଏ।

– ସ୍ନାନ ନକରି ବିନା କେବେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ। ଶାସ୍ତ୍ରରେ ପୁରୁଷ ମାନଙ୍କ ପାଇଁ ମଧ୍ୟ ଅନେକ ନିୟମ ରହିଛି, କିନ୍ତୁ କୌଣସି ପୁରୁଷ ବ୍ୟକ୍ତି କିଛି ନିୟମ ପାଳନ କରି ନଥାନ୍ତି। ମହିଳା ମାନେ ଶାସ୍ତ୍ରରେ ଥିବା ନିୟମ ପାଳନ କରି ପୁରୁଷଙ୍କ ଭାଗ୍ୟ ବୃଦ୍ଧି କରିଥାନ୍ତି। ଅଧିକାଂଶ ଲୋକେ ଏହା ଚିନ୍ତା କରିଥାନ୍ତି ଯେ, ସକାଳୁ ଗାଧୋଇବା ଦ୍ୱାରା ଥଣ୍ଡା, ଜ୍ବର ହୋଇଥାଏ। କିନ୍ତୁ ଏହା ଭୁଲ ଅଟେ। ସକାଳୁ ଗାଧୋଇବା ଦ୍ୱାରା ସତେଜ ଅନୁଭବ ହୋଇଥାଏ ଏବଂ ଶରୀର ସୁସ୍ଥ ରହିଥାଏ।

– ଅଧିକାଂଶ ଲୋକେ ସକାଳୁ ଉଠି ମୁଣ୍ଡ କୁଣ୍ଡେଇ ଥାଆନ୍ତି। ଏହା ଅତ୍ୟନ୍ତ ଖରାପ ଅଭ୍ୟାସ ଅଟେ। ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ପୁରୁଷ ଓ ମହିଳା ମାନେ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଓ ସ୍ନାନ କରିବା ପରେ ହିଁ ମୁଣ୍ଡ କୁଣ୍ଡେଇବା ଉଚିତ।

– କେବେବି ସ୍ନାନ ନକରି ଟଙ୍କାପଇସା ସ୍ପର୍ଶ କରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ତେଣୁ ସକାଳୁ ସ୍ନାନ ନକରି ଏଭଳି ଭୁଲ କରିବାରୁ ବଞ୍ଚିତ ରୁହନ୍ତୁ। ନଚେତ ଦାରିଦ୍ର୍ୟତା ଗ୍ରାସ କରିବ ଏବଂ ଆପଣଙ୍କୁ ଅନେକ ଦୁଃଖକଷ୍ଟ ଭୋଗ କରିବାକୁ ପଡିବ।

Related Articles

Leave a Reply

Your email address will not be published. Required fields are marked *

Back to top button