ଜୀବନଶୈଳୀ

ମହିଳା ମାନେ କାହିଁକି ନଡ଼ିଆ ଭାଙ୍ଗନ୍ତି ନାହିଁ? ଜାଣନ୍ତୁ ଏହାର କଣ କାରଣ ରହିଛି?

ହିନ୍ଦୁ ଧର୍ମରେ ନଡ଼ିଆକୁ ଶ୍ରିଫଳ ମଧ୍ୟ କୁହାଯାଏ। ପ୍ରତ୍ୟେକ ଧାର୍ମିକ ଅନୁଷ୍ଠାନ ବା ପୂଜାର୍ଚ୍ଚନା ସମୟରେ ନିଶ୍ଚିତ ଭାବରେ ନଡ଼ିଆ ବ୍ୟବହାର କରାଯାଇଥାଏ। ପୂଜାରେ ନଡ଼ିଆ ନ ରହିଲେ ପୂଜା ଅପୂର୍ଣ୍ଣ ବୋଲି ମାନା ଯାଇଥାଏ। ନଡ଼ିଆକୁ ପୂଜାର୍ଚ୍ଚନା କରିବା ପରେ ଏହାକୁ ଭୋଗ ଆକାରରେ ଭକ୍ତ ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଥାଏ।

ନଡ଼ିଆ ଓ ସନ୍ତାନ ପ୍ରାପ୍ତିର କଣ ରହିଛି ସଂଯୋଗ –

ଆପଣ ଶୁଣି ଥିବେ କି ମହିଳା ମାନେ ନଡ଼ିଆ ଭାଙ୍ଗନ୍ତି ନାହିଁ। କାରଣ ଈଶ୍ୱର ନାରୀକୁ ସୁଦୃଢ କରି ଥିଲେ ମଧ୍ୟ ଏହି ସମାଜରେ କିଛି ଲୋକେ ନାରୀ ମାନଙ୍କୁ ଦବେଇ ରଖିବା ପାଇଁ ସବୁ ନିୟମ କାନୁନ ତାଙ୍କ ଉପରେ ଥୋପି ଦେଇଛନ୍ତି। ମହିଳା ମାନେ କାହିଁକି ନଡ଼ିଆ ବାଡେଇବା ଉଚିତ ନୁହେଁ, ଆସନ୍ତୁ ଜାଣିବା। ଏହାର ସିଧା ସମ୍ବନ୍ଧ ସନ୍ତାନ ପ୍ରାପ୍ତି ସହିତ ରହିଛି।

ଶାସ୍ତ୍ର ଅନୁସାରେ ନଡିଆ ଏକ ବୀଜ ଅଟେ। ତେଣୁ ମହିଳା ମାନେ ଏହି ବୀଜ ସ୍ୱରୂପ ସନ୍ତାନକୁ ଜନ୍ମ ଦେଇଥାନ୍ତି। ଯଦି ମହିଳା ମାନେ ନଡ଼ିଆ ଭାଙ୍ଗିବେ, ତାହେଲେ ତାଙ୍କ ସନ୍ତାନ ସୁଖରୁ ବଞ୍ଚିତ ହେବେ ଏବଂ ଅନେକ କଠିନ ସମସ୍ୟାର ସମ୍ମୁଖୀନ ହେବେ। ଯେତେବେଳେ ଆମେ କୌଣସି ମାଡି ଭାଙ୍ଗି ଥାଉ, ସେତେବେଳେ ସେଥିରୁ ପାଣି ବାହାରି ଥାଏ ଏବଂ ସେଥିରୁ ଧଳା ରଙ୍ଗର ବୀଜ ବାହାରି ଥାଏ। ଯେଉଁ ମହିଳା ଏହି ଧଳା ରଙ୍ଗର ବୀଜକୁ ଖାଇ ଥାଏ, ତାହେଲେ ତାର ସନ୍ତାନ ସବୁବେଳେ ଖୁସିରେ ରହିଥାଏ।

ମହିଳା ମାନଙ୍କୁ ନଡିଆ ବୀଜ ଚୋବାଇ ଖାଇବା ଉଚିତ ନୁହେଁ। ସିଧାସଳଖ ଗିଳି ଦେବା ଆବଶ୍ୟକ। କାରଣ ବିକ ସନ୍ତାନର ପ୍ରତୀକ ଅଟେ। ଯେତେବେଳେ ଆପଣ ନଡ଼ିଆ ବାଡ଼ଉଛନ୍ତି, ସେହି ନଡ଼ିଆର ବୀଜକୁ ସନ୍ତାନ ନଥିବା ମହିଳାଙ୍କୁ ଖାଇବାକୁ ଦିଅନ୍ତୁ।

ନଡ଼ିଆର ଧାର୍ମିକ ଫାଇଦା :-

ସନ୍ତାନ ସୁଖ ପ୍ରାପ୍ତି ପାଇଁ ନଡିଆକୁ ନେଇ ଅନେକ ଧାର୍ମିକ ମାନ୍ୟତା ରହିଛି। ଆପଣ ନିଜ ମନରେ ଭଗବାନଙ୍କୁ ସ୍ମରଣ କରି ନିଜ ଇଚ୍ଛା ଅନୁସାରେ ମନ୍ଦିରରେ ନଡ଼ିଆ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଯିବ। ଯଦି ଆପଣ କୌଣସି ଶୁଭ କାର୍ଯ୍ୟ କରିବାକୁ ଯାଉଛନ୍ତି, ତାହେଲେ ନିଶ୍ଚିତ ଭାବରେ ନଡ଼ିଆ ଫଟାଇ ଯାଆନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କର ଶୁଭ କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହେବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button