ଜୀବନଶୈଳୀ

ଆପଣଙ୍କୁ ଦାରିଦ୍ର୍ୟତା ଆଡକୁ ଟାଣିନିଏ ଆପଣଙ୍କର ଏହି ସବୁ କାର୍ଯ୍ୟ

ଜାଣିଛନ୍ତି କି ଆପଣ ଯେତେ ରୋଜଗାର କରୁନାହାନ୍ତି ନ କାହିଁକି ଯଦି ଏହି ପାଞ୍ଚଟି କାର୍ଯ୍ୟ କରୁଛନ୍ତି ତେବେ ଆପଣଙ୍କୁ ଦରିଦ୍ରତା କେବେବି ଛାଡିକି ଯିବନି ।ଯଦି ଆପଣ ସବୁବେଳେ ଅସଫଳତାର ମୁହଁ ଦେଖୁଛନ୍ତି ଏବଂ ଲକ୍ଷ ସ୍ଥଳରେ ପହଂଚୁ ପହଞ୍ଚୁ କାର୍ଯ୍ୟ ବିଗିଡି ଯାଉଛି ତେବେ ଏବଂ ଯେତେ କମାନ୍ତୁ କିମ୍ବା ଯେତେ ପରିଶ୍ରମ କରନ୍ତୁ ହାତ ସବୁବେଳେ ଖାଲି ରହୁଛି ତେବେ ଏହାର କାରଣ ହେଉଛି ଆପଣଙ୍କ ଦ୍ୱାରା କରାଯାଇଥିବା ଏହି ପାଞ୍ଚୋଟି କାର୍ଯ୍ୟ ।

ଆପଣ ଅଜାଣତରେ ଏହି କାର୍ଯ୍ୟ କରିଥାନ୍ତି ସେଥିପାଇଁ ଆପଣଙ୍କର ଏହି ଦାରିଦ୍ର୍ୟ ଅବସ୍ଥା ଆସିଥାଏ ।ଆସନ୍ତୁ ଜାଣିବା ଏହି ପାଞ୍ଚଟି କଥା ।ଯଦି ଆପଣଙ୍କ ଘରର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଆପଣଙ୍କର ମନ୍ଦିର କିମ୍ବା ଠାକୁର ଘର ଅଛି ତେବେ ଏହି କାରଣରୁ ଆପଣ ସବୁବେଳେ ଅସୁସ୍ଥତା ମଧ୍ୟ ଦେଇ ଗତି କରିଥାନ୍ତି ।ଦିତୀୟ କଥା ହେଉଛି ଯଦି ଆପଣଙ୍କ ଘର ସମ୍ମୁଖରେ ବଡ ଗଛ କିମ୍ବା କିଛି ଖୁଣ୍ଟ ପୋତି ରଖିଛନ୍ତି ତେବେ ଏହାର ପ୍ରଭାବରେ ଘରେ ସବୁବେଳେ ଅସନ୍ତି ଦେଖା ଯାଇଥାଏ ।

 

ଏହାର ନିବାରଣ ପାଇଁ ଘରର ମୁଖ୍ୟ ଦ୍ୱାର ଉପରେ ସ୍ୱସ୍ତିକ ଚିନ୍ହ ଲଗାନ୍ତୁ ।ଯଦି ସବୁ ସମୟରେ ଆପଣ ଆପଣଙ୍କ ଜୋତା ମୁଖ୍ୟ ଦ୍ୱାର ସମ୍ମୁଖରେ ରଖନ୍ତି ଏହା ଆପଣଙ୍କ ଉପରେ ପ୍ରଭାବ ପକାଇଥାଏ ।ଏହାକୁ ଅଶୁଭ ବୋଲି ମଣାଯାଏ ।ଯଦି ଆପଣଙ୍କ ମୁଖ୍ୟ ଦ୍ୱାର ସମ୍ମୁଖରେ କିଛି ବସ୍ତୁ ଟାଙ୍ଗିକରି ରଖିଛନ୍ତି ତେବେ ଏହାର ପ୍ରଭାବ ମଧ୍ୟ ଦରିଦ୍ରତା ଆଣିଥାଏ ।

କାରଣ ମୁଖ୍ୟଦ୍ୱାର କାନ୍ଥରେ କୌଣସି ବସ୍ତୁ ଟାଙ୍ଗିବା ଅଶୁଭ ବିଚାର କରାଯାଏ ।ଯଦି ଅଳିଆ ଆବର୍ଜନା କୁ ଘର ସମ୍ମୁଖରେ ଫିଙ୍ଗି ଥାନ୍ତି ତେବେ ଏହାର ପ୍ରଭାବ ଦାରିଦ୍ର୍ୟତା ଆଣିଥାଏ ।ସର୍ବଦା ବର୍ଜ୍ୟବସ୍ତୁ ବାହାରେ ପକାନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button