ବିଚାର

ହିନ୍ଦୁ ଧର୍ମରେ ଏହି ୧୬ଟି କାମ କରିବା ପାପ , ଆପଣ ମଧ୍ୟ ଜାଣି ନିଅନ୍ତୁ

ଅଧିକାଂଶ ହିନ୍ଦୁଙ୍କ ମଧ୍ୟରେ ବିଚାରିକ ଭିନ୍ନତା ରହିଛି , ଏହାର କାରଣ ଧର୍ମର ସଠିକ ଜ୍ଞାନ ନ ହେବା। ଧର୍ମବିଶ୍ୱାସର ଏକ ଗୋଷ୍ଠୀ ରହିଛି , ଯାହା ବ୍ୟକ୍ତିଙ୍କୁ ଆଦର୍ଶ ରୂପରେ ଜୀବନ ବଞ୍ଚିବାର ଉପାୟ ଉପରେ ମାର୍ଗଦର୍ଶନ କରିଥାଏ। ଏଥିପାଇଁ ଧର୍ମ ସହ ଜଡିତ କଥା ଗୁଡିକ ବିଷୟରେ ଆମର ଜ୍ଞାନ ରହିବା ଆବଶ୍ୟକ।

କଣ କରିବା ଠିକ ହେବ ଏବଂ କଣ କରିବା ଭୁଲ ହେବ , ଏହା ବିଷୟରେ ମଣିଷର ଜ୍ଞାନ ନିଶ୍ଚିତ ଭାବରେ ରହିବା ଉଚିତ।

୧) ହିନ୍ଦୁ ମାନଙ୍କୁ ଗାଈର ମାଂସ ଖାଇବା କିମ୍ବା ଗାଈକୁ ମାରିବା ପାଇଁ ଅନୁମତି ନାହିଁ କାରଣ ଗାଈକୁ ସବୁଠାରୁ ପବିତ୍ର ପଶୁ ଭାବରେ ବିବେଚନା କରାଯାଏ।

୨) ପୁରୁଷ ଏବଂ ମହିଳା ଉଭୟଙ୍କୁ ବିବାହ ପରେ ଅନ୍ୟ ସ୍ଥାନରେ ସମ୍ପର୍କ ରଖିବାକୁ ପାପ ବୋଲି ବିବେଚନା କରାଯାଇଛି।

୩) ପୁରୁଷ ଏବଂ ମହିଳାଙ୍କୁ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କର ଅନୁମତି ନାହିଁ।

୪) ମଦ୍ୟପାନ କରିବା କିମ୍ବା ମାଂସ ସେବନ କରିବା ପରେ , ଯେପର୍ଯ୍ୟନ୍ତ ସ୍ନାନ କରିନାହାଁନ୍ତି , ସେପର୍ଯ୍ୟନ୍ତ ମନ୍ଦିରକୁ ପ୍ରବେଶ କରିବା ବାରଣ କରାଯାଇଛି।

୫) ମାସିକ ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ମନ୍ଦିରରେ ପ୍ରବେଶ କରିବାର ଅନୁମତି ନାହିଁ।

୬) କିଛି ବିଶେଷ ଜାତିର ଲୋକଙ୍କୁ ମାଂସ ସେବନ କରିବାର ଅନୁମତି ନାହିଁ। ବ୍ରାହ୍ମଣ , ତନ୍ତୀ , ବୈଶ୍ୟ ଆଦିଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।

୭) ନିର୍ଦୋଷ ଲୋକଙ୍କୁ ମାରିବାର ଅନୁମତି ନାହିଁ।

୮) ବିଚାର , କଥାବାର୍ତ୍ତା ଏବଂ କାର୍ଯ୍ୟରେ ସଦାସର୍ବଦା ଠିକ ହେବା ଉଚିତ।

୯) ଖାଦ୍ୟକୁ ନଷ୍ଟ କରିବା ଉଚିତ ନୁହେଁ।

୧୦) ପିତାମାତା ଏବଂ ଶିକ୍ଷକଙ୍କ ସହ ବୟସ୍କ ବ୍ୟକ୍ତି ମାନଙ୍କୁ କେବେ ମଧ୍ୟ ଅନାଦର କରିବା ଅନୁଚିତ।

୧୧) ପଶୁପକ୍ଷୀ ମାନଙ୍କ ସହ କେବେ ମଧ୍ୟ ଭୁଲ ବ୍ୟବହାର କରିବା ଉଚିତ ନୁହେଁ।

୧୨) ଶାକାହାର ଭୋଜନ କରିବାକୁ କୁହାଯାଏ। କାରଣ ପଶୁପକ୍ଷୀ ମାନଙ୍କୁ ମାରିବା ପାପ ଭାବରେ ବିବେଚନା କରାଯାଏ

୧୩) ଯେକୌଣସି ଆକାରରେ ଚୋରିକୁ ଭୁଲ ଭାବରେ ବିବେଚନା କରାଯାଏ।

୧୪) ମିଛ କହିବାକୁ ପାପ ଭାବରେ ବିବେଚନା କରାଯାଏ।

୧୫) ସୋମବାର , ଗୁରୁବାର , ଶୁକ୍ରବାର ଏବଂ ଆଉ କିଛି ପର୍ବପର୍ବାଣୀ ଦିନରେ ମାଂସହାର ଭୋଜନ କରିବା ଉଚିତ ନୁହେଁ।

୧୬) ଶନିବାର ଦିନ କେଶ କିମ୍ବା ନଖ କାଟିବା ଉଚିତ ନୁହେଁ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button