ରାଶିଫଳ

ଆରମ୍ଭ ହେଲା ଶନିଙ୍କ ସାଢେ଼ ସାତି ପ୍ରଭାବ, ଏହି ରାଶି ମାନେ ରୁହନ୍ତୁ ସତର୍କ

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ନାମ ଆସିବା ମାତ୍ରେ ଲୋକଙ୍କ ମନରେ ଏକ ଭୟ ଆସିଯାଏ। ଯେହେତୁ, ଶନି ଦେବ ନ୍ୟାୟର ଦେବତା। ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି ସେମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ଭଲ କାର୍ଯ୍ୟ କରନ୍ତି ସେମାନେ ସେମାନଙ୍କର ଶୁଭ ଦୃଷ୍ଟି ପାଇଁ ଯୋଗ୍ୟ ହୁଅନ୍ତି।

ଏହା ଏକ ଧାର୍ମିକ ବିଶ୍ୱାସ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବ ତାଙ୍କ ଆଶୀର୍ବାଦ ପ୍ରଦର୍ଶନ କରନ୍ତି, ସେ ପ୍ରତ୍ୟେକ କାର୍ଯ୍ୟରେ ଆବଶ୍ୟକୀୟ ସଫଳତା ପାଆନ୍ତି। କିନ୍ତୁ, ଶନିଙ୍କର ବକ୍ର ଦୃଷ୍ଟି ଯୋଗୁଁ ସମସ୍ତ ଲୋକ ମଧ୍ୟ ଭୟଭୀତ ହୁଅନ୍ତି। ଏପରି ପରିସ୍ଥିତିରେ, କିଛି ପଦକ୍ଷେପ ଗ୍ରହଣ କରି ଆପଣ ଶନି ଦେବଙ୍କ ଆଶୀର୍ବାଦ ପାଇପାରିବେ।

ବର୍ତମାନ ଶନିଙ୍କର ସାଢେ଼ ସାତି ପ୍ରଭାବ ଏହି ରାଶି ମାନଙ୍କ ଉପରେ ରହିଛି:

ମକର ରାଶି: ଏହି ସମୟରେ ମକର ରାଶି ଲୋକେ ସତର୍କ ରୁହନ୍ତୁ । ଆପଣଙ୍କ ସମସ୍ୟା ବଢିପାରେ । ଏହି ସମୟରେ ଆପଣଙ୍କ ସହ କିଛି ଅଶୁଭ ହୋଇପାରେ । ଟଙ୍କା ସମସ୍ୟା ଆପଣଙ୍କୁ ଚିନ୍ତାରେ ପକାଇପାରେ । ତେବେ ଏଥିପ୍ରତି ସାବଧାନ ରୁହନ୍ତୁ । ଆପଣଙ୍କ ଶତ୍ରୁ ଆପନଙ୍କ ବିରୋଧରେ ଛିଡା ହୋଇପାରନ୍ତି । ସ୍ୱାସ୍ଥ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ।

କୁମ୍ଭ ରାଶି: ଶନି ନିଜ ରାଶିରେ ଓଲଟା ଚାଲ ଚଳାଇବେ । କୁମ୍ଭ ରାଶିର ଲୋକେ ଏହାର ନକରାତ୍ମକ ପରିଣାମ ଭୋଗିବାର ସମ୍ଭାବନା ରହିଛି । ଯଦି ଚାକିରି କରୁଛନ୍ତି ତେବେ ସତର୍କ ରୁହନ୍ତୁ । କାହାରି କଥାରେ ଭାସିଯାଆନ୍ତୁ ନାହିଁ । ଚିନ୍ତା ସମସ୍ୟା ଆପଣଙ୍କ ଉପରେ ପଡିପାରେ ।

ମୀନ ରାଶି: ଶନିଙ୍କ ବକ୍ରି ହେବାର ପ୍ରଭାବ ବୃଷ ରାଶି ଲୋକଙ୍କ ଉପରେ ପଡିବ । ଏହି ସମୟରେ ବୃଷ ରାଶିଲୋକଙ୍କୁ କ୍ଷତି ସହିବାକୁ ପଡିବ । ବିଜନେସ ଏବଂ କ୍ୟାରିୟର ପାଇଁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତିକୁ ଭାବି ଚିନ୍ତି ନିଅନ୍ତୁ । ଆପଣଙ୍କ ଭୁଲ ନିଷ୍ପତ୍ତି ଆପଣଙ୍କ ଉପରେ ଭାରି ପଡିପାରେ । କୋର୍ଟ-କଚେରୀ ମାମଲାରେ ଫସିପାରନ୍ତି ।

ତେବେ ଏହି ରାଶିର ବ୍ୟକ୍ତି ନିୟମିତ ଶନିଙ୍କ ନିକଟରେ ‘ଓମ୍ ଶନିଶ୍ଚରାୟ ନମଃ’ ମନ୍ତ୍ର ପାଠ କରନ୍ତୁ ଏବଂ ପ୍ରତି ଶନିବାର ଦିନ ଶନିଦେବଙ୍କ ନିକଟରେ ସୋରିଷ ତେଲର ଦୀପ ଅର୍ପଣ କରନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button