ଓଡିଶା

କଲମା ବ୍ୟାରେଜର ସବୁ ଗେଟ୍ ଖୋଲିଦେଲା ଛତିଶଗଡ

ଭୁବନେଶ୍ୱର : ହଠାତ୍ ଛତିଶଗଡ଼ ଖୋଲିଦେଇଛି କଲମା ବ୍ୟାରେଜ । ଫଳରେ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି । ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୪ଟି ଗେଟ୍ ଖୋଲିଦେଇଛି । ଯାହାଫଳରେ ହୀରାକୁଦରେ ବର୍ଷା ପାଣି ପଶିବା ଆରମ୍ଭ ହୋଇଛି । କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି । ଶୁକ୍ରବାର ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି । ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ସେହିଭଳି ୨୯ ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button